ଇସ୍ତଫା ଦେବା ପରେ ନିଜ ପ୍ରୋଫାଇଲ ବଦଳାଇଲେ ଧର୍ମେନ୍ଦ୍ର ପ୍ରଧାନ, ଲେଖିଲେ ଏମିତି…
ନୂଆଦିଲ୍ଲୀ,୨୬।୭: ନିଟ୍ (NEET) ପରୀକ୍ଷା ପେପର ଲିକ୍ ପ୍ରସଙ୍ଗରେ ଦେଶବ୍ୟାପୀ ଛାତ୍ରମାନଙ୍କର ପ୍ରବଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୫ ଜୁଲାଇ, ୨୦୨୬) ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଥିଲେ, ଯାହାକୁ ଗ୍ରହଣ କରାଯାଇଛି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବାର କିଛି ସମୟ ପରେ, ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ର ନିଜର ଅଫିସିଆଲ ହ୍ୟାଣ୍ଡେଲ ପ୍ରୋଫାଇଲକୁ ମଧ୍ୟ ଅପଡେଟ୍ କରିଛନ୍ତି। ସେ ନିଜର X ପ୍ରୋଫାଇଲ ବାୟୋ (Bio)ରୁ ‘କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଭାରତ ସରକାର’ (Union Minister for Education, Govt of India) ପଦବୀକୁ ହଟାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବାର କିଛି ଘଣ୍ଟା ପରେ ଏହି ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସିଆଲ X ପ୍ରୋଫାଇଲ ପରିଚୟରେ କେବଳ ‘ସାଂସଦ (ଲୋକସଭା), ସମ୍ବଲପୁର’ ଭାବରେ ଉଲ୍ଲେଖ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।