ଆଫଗାନିସ୍ତାନ ସୀମାରେ ପାକ୍‌ର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ

Jun 29, 2026 - 22:28
ଆଫଗାନିସ୍ତାନ ସୀମାରେ ପାକ୍‌ର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ

ଇସ୍‌ଲାମାବାଦ,୨୯ା୬: ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୨୯ଜଣ ଆତଙ୍କବାଦୀ ନିହତ ହୋଇଥିବା ଇସ୍‌ଲାମାବାଦ ସୋମବାର କହିଛି। ଏହି ସଦ୍ୟ ଉତ୍ତେଜନାକୁ ନେଇ ଉଭୟ କାବୁଲ ଓ ଇସ୍‌ଲାମାବାଦ ପରସ୍ପରର କୂଟନୀତିଜ୍ଞଙ୍କୁ ସମନ ଜାରି କରି ପ୍ରତିବାଦ ଜଣାଇଛନ୍ତି।

କରାଚିସ୍ଥିତ ପାକିସ୍ତାନ ରେଞ୍ଜର୍ସଙ୍କ ମୁଖ୍ୟାଳୟ ଉପରେ ଆକ୍ରମଣ ପାଇଁ ଇସ୍‌ଲାମାବାଦ ଆଫଗାନିସ୍ତାନକୁ ଦାୟୀ କରିଛି। ଅନ୍ୟପକ୍ଷରେ ପାକିସ୍ତାନୀ ସେନା ଆଫଗାନିସ୍ତାନର ବାୟୁସୀମା ଓ ସାର୍ବଭୌମତ୍ୱ ଉଲ୍ଲଂଘନ କରି କୁନାର ଓ ପାକ୍‌ଟିକା ପ୍ରଦେଶରେ ଜନବସତି ଉପରେ ଏୟାରଷ୍ଟ୍ରାଇକ୍‌ କରିଥିବା ନେଇ କାବୁଲ ପ୍ରତିବାଦ ଜଣାଇଛି।