ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

Jul 07, 2026 - 10:36
ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା ସହ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ, ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି। ପୋଲିସ ବିଉଟିଙ୍କ ମୋବାଇଲ ଫୋନ୍‌ ଫୋରେନ୍‌ସିକ ଲ୍ୟାବ୍‌କୁ ପଠାଇବା ସହ ହ୍ବାଟ୍ସଆପ୍‌ ଚାର୍ଟିଂକୁ ଖୋଳତାଡ଼ କରୁଛି। ଅନ୍ୟପଟରେ ବିଉଟିଙ୍କ ଆତ୍ମହତ୍ୟା ପଛରେ ଜଣେ ଏଏସ୍‌ଆଇଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ଏହି ଏଏସ୍‌ଆଇ କିଏ ଏବଂ କାହିଁକି ବିଉଟିଙ୍କ ଉପରେ ଚାପ ପକାଉଥିଲେ, ସେନେଇ ତଦନ୍ତ ହେବା ଆବଶ୍ୟକ ବୋଲି ବିଭିନ୍ନ ସଂଗଠନ ଦାବି କରୁଛନ୍ତି। ବିଉଟି ପାହାଳରେ ଥିବାବେଳେ ସମ୍ପୃକ୍ତ ଏଏସ୍‌ଆଇ ତାଙ୍କ ସହ କାମ କରୁଥିଲେ। କିନ୍ତୁ କ’ଣ ହେଲା ଯେ, ଉକ୍ତ ଏଏସ୍‌ଆଇ ବିଉଟିଙ୍କ ଆତ୍ମହତ୍ୟା ପଛର ଦାୟୀ ହେଲେ ବୋଲି ଚର୍ଚ୍ଚା ହେଉଛି। ସମ୍ପୃକ୍ତ ଏଏସ୍‌ଆଇଙ୍କୁ ପୋଲିସ ଅଧିକାରୀ ତଦନ୍ତ ପରିସରକୁ ନେଇ ପଚରାଉଚରା କଲେ ସବୁ ସତ ପଦାକୁ ଆସିବ ବୋଲି କୁହାଯାଉଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।