ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…
ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଘୋଳକୁଣ୍ଡ ଗ୍ରାମର ସାଧୁ ଚାମ୍ପିଆ।
ସୋମବାର ସନ୍ଧ୍ୟାରେ ସେ ଝିଅ ଘରୁ ଫେରୁଥିଲେ । ଏହି ସମୟରେ ନୂଆପଡ଼ା ଘାଟ ନିକଟ ତେଲ ନଦୀର ବଢ଼ି ପାଣି ଅତିକ୍ରମ କରୁଥିବା ସମୟରେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ମଙ୍ଗଳବାର ସକାଳେ ନୂଆପଡ଼ା ଘାଟ ନିକଟରେ ଏକ ଗଛରେ ଲାଖି ରହିଥିବା ତାଙ୍କ ମୃତଦେହକୁ ଠାକୁରମୁଣ୍ଡା ପୋଲିସ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।