ଅଧରାତିରେ ହଠାତ୍ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…
ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ୱାଙ୍ଗଚୁକଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ମେଦାନ୍ତ ହସ୍ପିଟାଲ ଯାଇଥିଲେ। ସୂତ୍ର ଅନୁଯାୟୀ, ଉଭୟ ମନ୍ତ୍ରୀ ହସ୍ପିଟାଲରେ ସୋନମ ୱାଙ୍ଗଚୁକଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ସଂଗ୍ରହ କରିଥିଲେ।
ସୂଚନାଯୋଗ୍ୟ,ମଙ୍ଗଳବାର କଡ଼ା ସୁରକ୍ଷା ମଧ୍ୟରେ ଆମ୍ବୁଲାନ୍ସରେ ୱାଙ୍ଗଚୁକଙ୍କୁ ମେଦାନ୍ତ ହସ୍ପିଟାଲକୁ ଅଣାଯାଇଥିଲା। ତାଙ୍କୁ ହସ୍ପିଟାଲର ଆଇସିୟୁ-୮ରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ଏବଂ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ କରାଯାଇଛି।
ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବାକୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଛନ୍ତି ଯେ, ମେଦାନ୍ତର ବିଶେଷଜ୍ଞ ଡାକ୍ତରଙ୍କ ଏକ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବେ। ଏହି ନିର୍ଦ୍ଦେଶ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋଙ୍କ ଦ୍ୱାରା ତାଙ୍କ ପସନ୍ଦର ହସ୍ପିଟାଲରେ ଚିକିତ୍ସା ପାଇଁ ଦାୟର କରାଯାଇଥିବା ଏକ ଆବେଦନ ଉପରେ ଦିଆଯାଇଛି।
କୋର୍ଟ କହିଛନ୍ତି ଯେ, ସମ୍ବିଧାନର ଧାରା ୧୯ ଏବଂ ୨୧ ଅନୁଯାୟୀ ତାଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେବା ପାଇଁ ୱାଙ୍ଗଚୁକଙ୍କୁ ତାଙ୍କ ପସନ୍ଦର ହସ୍ପିଟାଲକୁ ସ୍ଥାନାନ୍ତର କରିବା ଅତ୍ୟନ୍ତ ଜରୁରୀ। କେନ୍ଦ୍ର ସରକାର ମଧ୍ୟ ମେଦାନ୍ତକୁ ସ୍ଥାନାନ୍ତର ପାଇଁ କୌଣସି ଆପତ୍ତି ଉଠାଇ ନ ଥିଲେ।
ସୋନମ ୱାଙ୍ଗଚୁକ ଜୁନ ୨୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ମଙ୍ଗଳବାର ତାଙ୍କ ଅନଶନର ୨୪ ତମ ଦିନ ଥିଲା। ଏହି ସମୟରେ କକ୍ରୋଚ ଜନତା ପାର୍ଟି (CJP) NEET ପେପର୍ ଲିକ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦକୁ ତୀବ୍ର କରିଛି। ବିକ୍ଷୋଭକାରୀମାନେ ଜନ୍ତରମନ୍ତରରେ ଡେରା ପକାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଲଗାତାର ଆନ୍ଦୋଳନ କରୁଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।