ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

Jul 22, 2026 - 10:16
ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଖୋଜ ବ୍ୟକ୍ତି ହେଲେ ସମ୍ବଲପୁରୀ ଗ୍ରାମର ହଳଧର ପଟେଲ। ସୂଚନା ଅନୁଯାୟୀ, ହଳଧର ପଟେଲ ପ୍ରତିଦିନ ଭଳି ମଙ୍ଗଳବାର ଗାଈ ଓ ମଇଁଷି ଚରାଇବା ପାଇଁ ଅଙ୍ଗନଦୀ କୂଳକୁ ଯାଇଥିଲେ। ସେହି ସମୟରେ ନଦୀ ତଟରେ ତାଙ୍କର ଗୋଡ଼ ଖସିଯିବାରୁ ସେ ନଦୀ ଭିତରକୁ ପଡ଼ିଯାଇଥିଲେ। ପ୍ରବଳ ସ୍ରୋତରେ ସେ ଭାସିଯାଇଥିବା ବେଳେ ସାଙ୍ଗରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ।
ଘଟଣା ସମ୍ପର୍କରେ ସଙ୍ଗେସଙ୍ଗେ ଜଗଦଳପୁର ପୋଲିସ ଏବଂ ପଦ୍ମପୁର ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଖବର ପାଇବା ପରେ ଜଗଦଳପୁର ଥାନା ଅଧିକାରୀ ଓ ପଦ୍ମପୁର ଅଗ୍ନିଶମ ବାହିନୀର ଏକ ସ୍ବତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ହଳଧର ପଟେଲଙ୍କୁ ଖୋଜିବା ପାଇଁ ବ୍ୟାପକ ଖୋଜିବା ଅଭିଯାନ ଚଳାଇଛନ୍ତି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।