Newborn Death Sparks Questions: ଉପାନ୍ତ ଅଞ୍ଚଳରେ ଚିକିତ୍ସା ସେବାକୁ ନେଇ ପ୍ରଶ୍ନ, ୩ ଦିନର ନବଜାତ ଶିଶୁର ମୃତ୍ୟୁ

Jun 11, 2026 - 20:33
Newborn Death Sparks Questions: ଉପାନ୍ତ ଅଞ୍ଚଳରେ ଚିକିତ୍ସା ସେବାକୁ ନେଇ ପ୍ରଶ୍ନ, ୩ ଦିନର ନବଜାତ ଶିଶୁର ମୃତ୍ୟୁ

ଉପାନ୍ତ ଅଞ୍ଚଳରେ ଚିକିତ୍ସା ସେବାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ୩ ଦିନର ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବରଗାଁ ଗ୍ରାମରୁ ଏହିଭଳି ଅଭିଯୋଗ ଆସିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜ୍ୱରରେ ଆକ୍ରାନ୍ତ ଶିଶୁକୁ ଯୋଡ଼ିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ ମଧ୍ୟ ଠିକ ସମୟରେ ଚିକିତ୍ସା ମିଳିନଥିଲା। 

ଡାକ୍ତର ଶିଶୁକୁ ନଦେଖି ଔଷଧ ଲେଖି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅନ୍ୟପଟେ, ଚିକିତ୍ସାରେ କୌଣସି ଅବହେଳା ହୋଇନଥିବା କହିଛନ୍ତି ଡାକ୍ତର ସୁଦୀପ୍ତ କୁମାର ସରକାର। ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କହିଛି। ଯଦି ଅବହେଳା ପ୍ରମାଣିତ ହୁଏ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।