New Zealand: ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଟିକେଟ୍‌ ବିକ୍ରିରେ ରେକର୍ଡ

Aug 27, 2026 - 17:25
New Zealand: ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଟିକେଟ୍‌ ବିକ୍ରିରେ ରେକର୍ଡ

"ଅକଲାଣ୍ଡ: ଭାରତୀୟ କ୍ରିକେଟ୍‌ଦଳ ଆସନ୍ତା ଅକ୍ଟୋବରରେ ନ୍ୟୁଜିଲାଣ୍ଡ ଗସ୍ତ କରି ପୂର୍ଣ୍ଣ କାଳୀନ ଶୃଙ୍ଖଳା ଖେଳିବ।

ଏଥିରେ ୫ ଲେଖାଏଁ ଟ୍ବେଣ୍ଟି-୨୦ ଓ ଏକଦିବସୀୟ ଏବଂ ୨ ଟେଷ୍ଟ୍‌ ରହିଛି।

ଏହି ଶୃଙ୍ଖଳା ଲାଗି ଟିକେଟ୍‌ ବିକ୍ରି ଆରମ୍ଭର ୪୮ ଘଣ୍ଟା ଭିତରେ ୨୬୦୦୦ରୁ ଅଧିକ ଟିକେଟ୍‌ ସରିଗଲାଣି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଅକ୍‌ଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯିବାକୁ ଥିବା ଧଳାବଲ୍‌ ମ୍ୟାଚ୍‌ର ସବୁଠୁ ଅଧିକ ଟିକେଟ୍‌ ବିକ୍ରି ହୋଇଛି।

ଖ୍ରିଷ୍ଟଚର୍ଚ୍ଚର ୯୦୦୦ ସିଟ୍‌ ବିଶିଷ୍ଟ ହାଗ୍‌ଲେ ଓଭାଲରେ ଖେଳାଯିବାକୁ ଥିବା ଅକ୍ଟୋବର ୨୨ ଓ ୨୪ରେ ପ୍ରଥମ ଦୁଇ ଟ୍ବେଣ୍ଟି-୨୦ ଏବଂ ନଭେମ୍ବର ୨୭ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଖେଳାଯିବାକୁ ଦ୍ବିତୀୟ ଟେଷ୍ଟ୍‌ ବେଳେ ପଡ଼ିଆ ପୂର୍ଣ୍ଣ ରହିବ।

ଏଚ୍‌ଏନ୍‌ଆର୍‌ୱାଇ ଷ୍ଟାଡିୟମ୍‌ରେ ଅକ୍ଟୋବର ୨୭ରେ ତୃତୀୟ ଟ୍ବେଣ୍ଟି-୨୦ ଏବଂ ନଭେମ୍ବର ୭ରେ ଦ୍ବିତୀୟ ଦିନିକିଆ ଟିକେଟ୍‌ ମଧ୍ୟ ବହୁମାତ୍ରାରେ ବିକ୍ରି ହୋଇଥିବା ନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବିଜ୍ଞପ୍ତିରେ ସୂଚନା ଦେଇଛି।Advertisment ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୩୨କୁ ବୃଦ୍ଧି, ୨୮୮ ଭାରତୀୟ ନିଖୋଜ!

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)