New rules: ଆସନ୍ତାକାଲିଠାରୁ ଦେଶରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି
"ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଦେଶରେ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି ଯାହା ନାଗରିକମାନଙ୍କୁ ବିଭିନ୍ନ ପ୍ରକାରରେ ପ୍ରଭାବିତ କରିବ।
ପାସ୍ପୋର୍ଟ ଫି ବୃଦ୍ଧିଠାରୁ ଆରମ୍ଭ କରି ଆଧାର ପର୍ଯ୍ୟନ୍ତ ବହୁ ପ୍ରକାର କ୍ଷେତ୍ର ପାଇଁ ବଦଳିଥିବା ନିୟମ ଜୁଲାଇ ୧ରୁ ଲାଗୁ ହେବ।-ପାସ୍ପୋର୍ଟ ଫି ବୃଦ୍ଧି: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସ୍ପୋର୍ଟ ଫିରେ କରାଯାଇଥିବା ବୃଦ୍ଧି ଜୁଲାଇରୁ ଲାଗୁ ହେବ।
୩୬ ପୃଷ୍ଠା ବିଶିଷ୍ଟ ପାସ୍ପୋର୍ଟ ପାଇଁ ଫି ୧୫୦୦ ଟଙ୍କାରୁ ବଢ଼ି ୨୫୦୦ ଟଙ୍କା ଏବଂ ୬୦ ପୃଷ୍ଠା ବିଶିଷ୍ଟ ପାସ୍ପୋର୍ଟ ଫି ୨୦୦୦ ଟଙ୍କାରୁ ବଢ଼ି ୩୫୦୦ ଟଙ୍କା ହୋଇଛି।
ତତ୍କାଳ ସେବା ଫି ଓ ପାସ୍ପୋର୍ଟ ବଦଳାଇବା ଫି ମଧ୍ୟ ବଢ଼ିଛି।Advertisment ଟ୍ରମ୍ପଙ୍କ ନୀତି ପାଇଁ ୩୦ ବର୍ଷରେ ସବୁଠାରୁ ନିମ୍ନ ସ୍ତରରେ ଭାରତ-ଆମେରିକା ସମ୍ପର୍କ: ରୋ ଖାନ୍ନା -ତେଲ ବିକ୍ରି ସ୍ବାଭାବିକ ହେବ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ଲଗାଯାଇଥିବା କଟକଣା ଆସନ୍ତାକାଲିଠାରୁ ପ୍ରତ୍ୟାହାର ହୋଇଯିବ।
ଯୁଦ୍ଧ ପୂର୍ବ ସ୍ଥିତି ଭଳି ପେଟ୍ରୋଲ ପମ୍ପରେ ତେଲ ବିକ୍ରି ହେବ। -ଭିବି ଜି ରାମ ଜି ଲାଗୁ ହେବ: ଆସନ୍ତାକାଲିଠାରୁ ଦେଶବ୍ୟାପୀ ନୂଆ ଗ୍ରାମୀଣ ଜୀବିକା ଯୋଜନା "ଭିବି ଜି ରାମ ଜି" ଲାଗୁ ହେବ।
ମନରେଗା ସ୍ଥାନରେ ଲାଗୁ ହେଉଥିବା ଏହି ଯୋଜନାରେ ବର୍ଷକୁ ୧୨୫ ଦିନର କାମ ଯୋଗାଇ ଦିଆଯିବ। -ବ୍ୟାଙ୍କରେ ମିସ୍ ସେଲିଂ ପାଇଁ ନୂଆ ନିୟମ: ବ୍ୟାଙ୍କଗୁଡ଼ିକ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତାକାଲିଠାରୁ କଠୋର ମିସ୍-ସେଲିଂ ନିୟମ ଲାଗୁ କରିବ।
ଗ୍ରାହକଙ୍କୁ ବିଭ୍ରାନ୍ତ କରି ଉତ୍ପାଦ କିମ୍ବା ସେବା ପ୍ରଦାନ କରାଯାଇଥିବା ପ୍ରମାଣିତ ହେଲେ ବ୍ୟାଙ୍କ ସବୁ ଟଙ୍କା ଫେରାଇବ ଓ ଗ୍ରାହକଙ୍କୁ କ୍ଷତିପୂରଣ ମଧ୍ୟ ଦେବ। -ଆୟକର ରିଟର୍ଣ୍ଣ ଦାଖଲ: ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ମାସ ହେଉଛି ଜୁଲାଇ।
ଏହି ମାସ ପରେ ଯେଉଁମାନେ ରିଟର୍ଣ୍ଣ ଦାଖଲ କରିବେ ସେମାନଙ୍କୁ -ବିଳମ୍ବ ଫି ଗଣିବାକୁ ପଡ଼ିବ। -ମାଗଣାରେ ଆଧାର ଇମେଲ୍ ଅପ୍ଟେଡ୍: ଆଧାରରେ ପଞ୍ଜୀକୃତ ଇମେଲ୍କୁ ମାଗଣାରେ ଅପ୍ଡେଟ୍ କରିହେବ।
ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ।
ପୂର୍ବରୁ ଏହି ସେବା ପାଇଁ ୭୫ ଟଙ୍କା ଦେବାକୁ ପଡ଼ୁଥିଲା। -କ୍ରେଡିଟ୍ କାର୍ଡ ନିୟମ: ଆସନ୍ତାକାଲିଠାରୁ ଏସ୍ବିଆଇ କାର୍ଡର ରିୱାର୍ଡ ପଏଣ୍ଟ୍ ଓ ଏଚ୍ଡିଏଫ୍ସି ବ୍ୟାଙ୍କର କ୍ରେଡିଟ୍ କାର୍ଡ ଲାଉଞ୍ଜ ପ୍ରବେଶ ନିୟମ ବଦଳିବ। -ଏଲ୍ପିଜି ଦର: ତୈଳ କମ୍ପାନିଗୁଡ଼ିକ ପ୍ରତି ମାସ ୧ ତାରିଖରେ ଏଲ୍ପିଜି ସିଲିଣ୍ଡର ଦର ସଂଶୋଧନ କରୁଛନ୍ତି।
ସେମାନେ ନିୟମିତ ବ୍ୟବଧାନରେ ବାଣିଜ୍ୟିକ ଏଲ୍ପିଜି ଦର ପରିବର୍ତ୍ତନ କରୁଛନ୍ତି।
ତେଣୁ ଆସନ୍ତାକାଲି ମଧ୍ୟ ଏହାର ଦରରେ କିଛିଟା ପରିବର୍ତ୍ତନ ଆଶା କରାଯାଉଛି।
"