Net neutrality policy : ନେଟ୍ ନିରପେକ୍ଷତା ନୀତି ବଦଳିପାରେ -ଟ୍ରାଇର ମତ ଲୋଡ଼ିଛନ୍ତି ସରକାର
"ନୂଆଦିଲ୍ଲୀ: ଦେଶରେ ଇଣ୍ଟରନେଟ୍ ନିରକ୍ଷେପତା ନୀତି ବଦଳି ଯାଇପାରେ।
ନେଟ୍ ନିରପେକ୍ଷତା ନିୟମକୁ ସରକାର ସମୀକ୍ଷା କରୁଛନ୍ତି।
୫ଜି ନେଟୱର୍କରେ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ଇଣ୍ଟରନେଟ୍ ସୁବିଧା ପ୍ରଦାନ ପାଇଁ ଟେଲିକମ୍ କମ୍ପାନିଗୁଡ଼ିକୁ ଅନୁମତି ଦେବା ଉପରେ ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ମତାମତ ଲୋଡ଼ିଛନ୍ତି।
ଯଦି ସରକାର ନୀତିରେ ପରିବର୍ତ୍ତନ ଆଣନ୍ତି ତାହେଲେ ଗ୍ରାହକମାନେ ଅଧିକ ଅର୍ଥ ଦେଇ ଦ୍ରୁତବେଗର ଇଣ୍ଟରନେଟ୍ ସେବା ପାଇପାରିବେ।
ଅନ୍ୟପକ୍ଷରେ ଟେଲିକମ୍ କମ୍ପାନିଗୁଡ଼ିକ ୫ଜି ସେବା ପ୍ରଦାନ ପାଇଁ ଯେଉଁ ବିପୁଳ ନିବେଶ କରିଛନ୍ତି ତାହାର ଆର୍ଥିକ ଲାଭ ପାଇପାରିବେ।
ଗ୍ରାହକମାନଙ୍କୁ ଇଣ୍ଟରନେଟ୍ ସେବା ଗୋଟିଏ ପରିବର୍ତ୍ତେ ଏକାଧିକ ବାଟରେ, ବେଗରେ ଏବଂ ଦରରେ ଯୋଗାଇ ଦେବାର ସୁଯୋଗ ସୃଷ୍ଟି ହେବ।Advertisment ଆହୁରି ପଢନ୍ତୁ : Betnoti LAMPS ୪୧ଲକ୍ଷ ଟଙ୍କାର ଜାଲିଆତି, ପ୍ରାକ୍ତନ ବେତନଟି ଲ୍ୟାମ୍ପ୍ ପରିଚାଳନା ନିର୍ଦ୍ଦେଶକ ଗିରଫ ଉଲ୍ଲେଖଯୋଗ୍ୟ, ଟ୍ରାଇର ସୁପାରିସ ପରେ କେନ୍ଦ୍ର ସରକାର ୨୦୧୮ ମସିହାରେ ନେଟ୍ ନିରପେକ୍ଷତା ନିୟମକୁ ଗ୍ରହଣ କରିଥିଲେ।
ଏହି ନିୟମ ଅନୁଯାୟୀ, ଇଣ୍ଟରନେଟ୍ ଟ୍ରାଫିକ୍କୁ କମ୍ପାନିଗୁଡ଼ିକ କାହାରି ପାଇଁ ବ୍ଲକ୍ କରିପାରିବେ ନାହିଁ କିମ୍ବା ବଢ଼ାଇ ପାରିବେ ନାହିଁ କିମ୍ବା ଅଗ୍ରାଧିକାର ସୁବିଧା ପ୍ରଦାନ କରିପାରିବେ ନାହିଁ।
ଇଣ୍ଟରନେଟ୍କୁ ଏକ ସାଧାରଣ ରାଜପଥ ଭାବରେ ଦେଖାଯାଉଛି ଯେଉଁଥିରେ ସମସ୍ତେ ସମାନ ନିୟମରେ ଯାତ୍ରା କରିବେ।
ଆପଣ ଇନଷ୍ଟାଗ୍ରାମ ସ୍କଲ କରନ୍ତୁ, ଭିଡିଓ କଲ୍ କରନ୍ତୁ, ଗେମ୍ ଖେଳନ୍ତୁ, କାରଖାନା ଚଳାନ୍ତୁ କିମ୍ବା ସ୍ବାସ୍ଥ୍ୟସେବା ଉପକରଣ ଚଳାନ୍ତୁ ଟେଲିକମ୍ ଅପେରଟରମାନେ କାହାରି ପାଇଁ ଇଣ୍ଟରନେଟ୍ ସ୍ପିଡ୍କୁ କମ୍ବେଶି କରିପାରିବେ ନାହିଁ।
କିନ୍ତୁ ସରକାର ଯଦି ନୂଆ ନିୟମ ଆଣିବେ ତାହେଲେ ଏଥିରେ ପରିବର୍ତ୍ତନ ଆସିବ।
ଆହୁରି ପଢନ୍ତୁ : Flood In Odisha: ହୀରାକୁଦ ଜଳଭଣ୍ଡାରରୁ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ; ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସ୍କୁଲ ଛୁଟି ୫ଜି ନେଟୱର୍କରେ ମୋବାଇଲ ପ୍ରଯୁକ୍ତିକୁ ଏକାଧିକ ଭର୍ଚୁଆଲ ଲେନ୍ରେ ଭାଗ କରାଯାଇ ପାରିବ।
ଏହି ପ୍ରଯୁକ୍ତିକୁ ନେଟୱର୍କ ସ୍ଲାଇସିଂ କୁହାଯାଉଛି।
ଗୋଟିଏ ୟୁନିଫର୍ମ ନେଟୱର୍କ ପରିବର୍ତ୍ତେ ଅପରେଟରମାନେ ଭିନ୍ନ ଭିନ୍ନ ସ୍ଲାଇସ୍ ଯୋଗାଇ ଦେଇପାରିବେ ଯେଉଁଥିରେ ଇଣ୍ଟରନେଟ୍ର ବେଗ ଓ କ୍ଷମତା ଆଦିରେ ପାର୍ଥକ୍ୟ ରହିବ।
ହସ୍ପିଟାଲକୁ ଯୋଗାଇ ଦିଆଯାଇଥିବା ସ୍ଲାଇସ୍ ଯେଉଁ ପ୍ରକାରର ସେବା ଦେବ ଗେମିଂ ପ୍ଲାଟଫର୍ମ କିମ୍ବା କଳକାରଖାନାରେ ରୋବଟ୍ ପରିଚାଳନା ପାଇଁ ବ୍ୟବହାର କରାଯାଉଥିବା ସ୍ଲାଇସ୍ରେ ଇଣ୍ଟରନେଟ ସେବା ମାନ ଅଲଗା ରହିବ।
୫ଜି ପ୍ରଯୁକ୍ତି ଆସିବା ଇଣ୍ଟରନେଟ୍ ସ୍ଲାଇସିଂକୁ ବାଣିଜ୍ୟିକ ଦୃଷ୍ଟିରୁ କାର୍ଯ୍ୟକାରୀ କରାଯାଇ ପାରୁଥିବାରୁ ବର୍ତ୍ତମାନର ନେଟ୍ ନିରକ୍ଷେପତା ନୀତି ଭିତରେ ଉକ୍ତ ସ୍ଲାଇସିଂକୁ କିଭଳି ରୂପ ଦିଆଯିବ ତାହା ଦେଖିବାକୁ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।