Nepal Flood: ନେପାଳ ବନ୍ୟାରେ ନିଖୋଜ ପରିଜନ! ଏହି ନମ୍ବରରେ ମାଗନ୍ତୁ ସହାୟତା

Aug 27, 2026 - 15:18
Nepal Flood: ନେପାଳ ବନ୍ୟାରେ ନିଖୋଜ ପରିଜନ! ଏହି ନମ୍ବରରେ ମାଗନ୍ତୁ ସହାୟତା

"ନୂଆଦିଲ୍ଲୀ: ନେପାଳର ରସୁୱା ଅଞ୍ଚଳରେ ଆସିଥିବା ଭୟଙ୍କର ବନ୍ୟା ହଜାର ହଜାର ପରିବାରର ଜୀବନକୁ ଓଲଟପାଲଟ କରିଦେଇଛି।

ଭୋଟେକୋଶୀ ନଦୀରେ ଆସିଥିବା ଏହି ପ୍ରଳୟଙ୍କରୀ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୧୬୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶତାଧିକ ଲୋକ ଏବଂ ପର୍ଯ୍ୟଟକ ଏବେବି ନିଖୋଜ ଅଛନ୍ତି।

ପ୍ରକୃତିର ଏହି ତାଣ୍ଡବ ମଧ୍ୟରୁ ବଞ୍ଚିଯାଇଥିବା ଲୋକଙ୍କ କାହାଣୀ ଶୁଣିଲେ ଛାତି ଥରିଉଠୁଛି।

ବନ୍ୟା ପୀଡ଼ିତ କେଶବ ପ୍ରସାଦ ବରାଳଙ୍କ କାହାଣୀ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି।

ସେ କହିଛନ୍ତି, ହଠାତ୍ ଆସିଥିବା ବନ୍ୟା ଜଳ ତାଙ୍କ ଘରର ଉପର ମହଲା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା ।

ଚାରିଆଡ଼େ କେବଳ ପାଣି, କାଦୁଅ ଓ ଧ୍ୱଂସର ଦୃଶ୍ୟ ଥିଲା।

ଏହି ବିପର୍ଯ୍ୟୟରେ ତାଙ୍କ ସ୍ତ୍ରୀ ମାଟି ଏବଂ ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିଲେ।

ନିଜ ଆଖି ଆଗରେ ସବୁକିଛି ହରାଇ ସେ ପ୍ରାଣ ବଞ୍ଚାଇବା ପାଇଁ ଘରର ଛାତ ଉପରେ ଆଶ୍ରୟ ନେଇଥିଲେ ।

ପ୍ରାୟ ୫ ଘଣ୍ଟା ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ହେଲିକପ୍ଟର ଯୋଗେ ତାଙ୍କୁ ଉଦ୍ଧାର କରାଯାଇଥିଲା ।Advertisment Nepal Flood: ନେପାଳ ପ୍ରଳୟ: ଅଧଘଣ୍ଟାରେ ୯ ମିଟର ଉଚ୍ଚରେ ଜଳସ୍ତର ବୃଦ୍ଧି ଏପଟେ ୧୧ ବର୍ଷୀୟା ରିହାନା ଲାମିଛାନେଙ୍କ ଅନୁଭବ ମଧ୍ୟ କମ୍ ଭୟଙ୍କର ନୁହେଁ।

ସ୍କୁଲରୁ ଫେରୁଥିବା ବେଳେ ହଠାତ୍ ବନ୍ୟା ଜଳ ମାଡ଼ି ଆସିଥିଲା।

ନିଜେ କେମିତିବି ଜୀବନ ବଞ୍ଚାଇଥିଲେ ମଧ୍ୟ ତାଙ୍କ ସହପାଠୀମାନେ କେଉଁଠି ଅଛନ୍ତି ସେ ଜାଣିନାହାନ୍ତି।

ଛାତି ଓ ଗୋଡ଼ରେ ଆଘାତ ପାଇଥିବା ରିହାନା ଏବେ ନିଜ ନିଖୋଜ ସାଙ୍ଗମାନଙ୍କୁ ନେଇ ଚିନ୍ତାରେ ଅଛନ୍ତି।

ନେପାଳ ସରକାରଙ୍କ ସୂଚନା ଅନୁଯାୟୀ, ଏହି ବିପର୍ଯ୍ୟୟରେ ୪୮୪ ଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି।

ସେମାନଙ୍କ ମଧ୍ୟରେ ୩୯୧ ଜଣ ବିଦେଶୀ ଏବଂ ୯୩ ଜଣ ନେପାଳୀ ନାଗରିକ ରହିଛନ୍ତି।

ନିଖୋଜଙ୍କ ମଧ୍ୟରେ ୧୦୦ରୁ ଅଧିକ ଭାରତୀୟ ପର୍ଯ୍ୟଟକ ଥିବା ସୂଚନା ମିଳିଛି।ବିଶେଷଜ୍ଞଙ୍କ ମତରେ, ନେପାଳ-ତିବ୍ବତ ସୀମା ନିକଟରେ ଘଟିଥିବା ଏକ ବିରାଟ ଭୂସ୍ଖଳନ ଏହି ବନ୍ୟାର ମୁଖ୍ୟ କାରଣ।

ଗ୍ଲେସିୟରର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ବହୁ ପରିମାଣର ବରଫ, ପଥର, କାଦୁଅ ଏବଂ ପାଣି ନଦୀକୁ ମାଡ଼ି ଆସିଥିଲା।

ଫଳରେ ଦେଖୁଦେଖୁ ଏକ ସୁନ୍ଦର ପର୍ଯ୍ୟଟନ ଅଞ୍ଚଳ ମୃତ୍ୟୁର ଉପତ୍ୟକାରେ ପରିଣତ ହୋଇଯାଇଥିଲା ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)