Nepal flood: ନେପାଳକୁ ବିଶ୍ବରୁ ସହାୟତାର ହାତ ବଢ଼ିଲା

Aug 28, 2026 - 01:09
Nepal flood: ନେପାଳକୁ ବିଶ୍ବରୁ ସହାୟତାର ହାତ ବଢ଼ିଲା

"କାଠମାଣ୍ଡୁ: ନେପାଳ ବନ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ ଏବେ ସବୁଠୁ ସହଯୋଗର ହାତ ବଢ଼ିିଛି।

ବିଭିନ୍ନ ଦେଶ ଓ ସଂଗଠନ ପକ୍ଷରୁ ‌ନେପାଳ ପାଇଁ ସହାୟତା ଘୋଷଣା କରାଯାଇଛି।

ଆମେରିକା ଜରୁରୀ ସହାୟତା ଭାବେ ନେପାଳକୁ ୫ ଲକ୍ଷ ଡଲାର ଦେବାକୁ ଘୋଷଣା କରିଛି।

Advertisment ଇଣ୍ଟରନ୍ୟାସନାଲ୍ ଫେଡେରେସନ୍ ଅଫ୍ ଦ ରେଡ୍ କ୍ରସ୍ ଆଣ୍ଡ ରେଡ୍ କ୍ରିସେଣ୍ଟ ସୋସାଇଟିଜ୍ ୧୪ ଲକ୍ଷ ଡଲାର ସହାୟତା ଘୋଷଣା କରିଛି।

ଏହାର ନେପାଳ ମୁଖ୍ୟ ଡେଭିଡ୍ ଫିଶର କହିଛନ୍ତି, "ବର୍ତ୍ତମାନ ପ୍ରାଥମିକତା ହେଉଛି ପ୍ରଭାବିତ ସମୁଦାୟ ନିକଟରେ ପହଞ୍ଚିବା ଏବଂ ଘର ହରାଇଥିବା, ଆହତ ହୋଇଥିବା କିମ୍ବା ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଥିବା ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା।

Nepal flood: ନେପାଳ ବନ୍ୟା ବୀଭିଷିକା‌; ୨୧ ଜଣ ନିଖୋଜ ଭାରତୀୟ ସୁରକ୍ଷିତ ଉଦ୍ଧାର ୟୁରୋପୀୟ ସଂଘ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ନିଜର ସାଟେଲାଇଟ୍ ନିରୀକ୍ଷଣ ବ୍ୟବସ୍ଥା ସକ୍ରିୟ କରିଛି ଏବଂ ଆହୁରି ଅଧିକ ସହାୟତା ଦେବାକୁ ପ୍ରସ୍ତୁତ ଥିବା କହିଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀ ଚିକିତ୍ସା ସାମଗ୍ରୀ ପଠାଇଛି।

ଭାରତ ମଧ୍ୟ ଗତକାଲି ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ଟନ୍ ମାନବୀୟ ସହାୟତା ସାମଗ୍ରୀ ପଠାଇଥିଲା ଏବଂ ଆଜି ଦ୍ବିତୀୟ ପର୍ଯ୍ୟାୟରେ ନେପାଳକୁ ଅଧିକ ମାନବୀୟ ସହାୟତା ପଠାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)