Nepal: ନେପାଳକୁ ବିଜୁଳି ଦେଲା ଭାରତ

Sep 14, 2026 - 23:30
Nepal: ନେପାଳକୁ ବିଜୁଳି ଦେଲା ଭାରତ

"ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ନେପାଳକୁ ଭାରତ ବିଜୁଳି ରପ୍ତାନି ଆରମ୍ଭ କରିଛି।

ସେପ୍ଟେମ୍ବର ୧୩ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଦୈନିକ ୧୮ ଘଣ୍ଟା ନେପାଳକୁ ବିଜୁଳି ପଠାଇବ।

ଏ ସମ୍ପର୍କିତ ପ୍ରସ୍ତାବକୁ ଶକ୍ତି ମନ୍ତ୍ରଣାଳୟ ଅନୁମୋଦନ କରିଛି।

ମୁଜାଫରପୁର-ଧାଲକେବର ଓ ଟନକପୁର-ମହେନ୍ଦ୍ରନଗର ଲାଇନ୍‌ ଜରିଆରେ ୬୦୦ ମେଗାୱାଟ୍‌ ପର୍ଯ୍ୟନ୍ତ ବିଜୁଳି ରପ୍ତାନି କରାଯିବ।Advertisment ଆହୁରି ପଢନ୍ତୁ: Kashinagar Theft: କାଶୀନଗରରେ ଗୋଟିଏ ରାତିରେ କଳାକନା ବୁଲାଇଲେ ଚୋର  ଆସନ୍ତା ବର୍ଷରୁ ନେପାଳକୁ କେତେ ପରିମାଣର ବିଜୁଳି ଦିଆଯିବ ତାହା ଡିସେମ୍ବରରେ ନିର୍ଦ୍ଧାରଣ କରାଯିବ।

ନିକଟରେ ପ୍ରଳୟଙ୍କରୀ ବନ୍ୟାକୁ ସାମନା କରିଥିବା ନେପାଳରେ ଜଳ ବିଦ୍ୟୁତ ଭିତ୍ତିିଭୂମି ଗୁରୁତର କ୍ଷତିଗ୍ରସ୍ତ ହୋଇଛି।

ଫଳରେ ସେଠାରେ ବିଜୁଳି ଅଭାବ ଦେଖାଦେଇଛି।

ଦେଶର ଆବଶ୍ୟକତା ପୂରଣ କରିବାକୁ ଅଧିକ ବିଦ୍ୟୁତ୍‌ ଶକ୍ତି ଦରକାର ହେଉଛି।

ଭାରତ ପଠାଉଥିବା ବିଦ୍ୟୁତ ସେହି ଆବଶ୍ୟକତାକୁ ପୂରଣ କରିବା ସହ ଦୁଇ ଦେଶ ମଧ୍ୟରେ ସହଯୋଗିତାକୁ ଆହୁରି ମଝବୁତ କରିବ ବୋଲି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)