Nelson Mandela: ଆନ୍ତର୍ଜାତିକ ନେଲ୍ସନ୍ ମାଣ୍ଡେଲା ଦିବସ
"ଆଜି ଆନ୍ତର୍ଜାତିକ ନେଲ୍ସନ୍ ମାଣ୍ଡେଲା ଦିବସ।
ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ନେତା ତଥା ପ୍ରଥମ କୃଷ୍ଣକାୟ ନିର୍ବାଚିତ ରାଷ୍ଟ୍ରପତି ନେଲ୍ସନ୍ ମାଣ୍ଡେଲାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିନକୁ ମିଳିତ ଜାତିସଂଘ ପକ୍ଷରୁ ଏକ ସ୍ବତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି।
ଦକ୍ଷିଣ ଆଫ୍ରିକାର ଏହି ଅଦ୍ବିତୀୟ ନେତା ୧୯୧୬ ଜୁଲାଇ ୧୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।
ସେଠାରେ ଦୀର୍ଘ କାଳରୁ ତିଷ୍ଠି ରହିଥିବା ବର୍ଣ୍ଣଭିତ୍ତିକ ଭେଦଭାବକୁ ପରାସ୍ତ କରିବା ପାଇଁ ମାଣ୍ଡେଲାଙ୍କର ପରିବର୍ତ୍ତନଶୀଳ ପଦକ୍ଷେପ ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିଥିବ।Advertisment Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ ଏ ପରିପ୍ରେକ୍ଷୀରେ ୨୦୦୯ ମସିହାରେ ତାଙ୍କ ୯୪ତମ ଜନ୍ମଦିନ ଠାରୁ ମିଳିତ ଜାତିସଂଘ ଦ୍ବାରା ଆନ୍ତର୍ଜାତିକନେଲ୍ସନ୍ ମାଣ୍ଡେଲା ଦିବସ ପାଳନ କରାଯିବା ଲାଗି ଘୋଷଣା କରାଯାଇଥିଲା।
ଏହି ଦିବସ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବର୍ଣ୍ଣବୈଷମ୍ୟବାଦ ଓ ମାନବାଧିକାର ଉଲ୍ଲଂଘନ ବିରୋଧରେ ମାଣ୍ଡେଲାଙ୍କ ଲଢ଼େଇକୁ ସ୍ବୀକୃତି ପ୍ରଦାନ କରିବାର ଅବସର ଆଣିଥାଏ।
ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ହେଉଛି: "ସବୁ ଆମ ହାତରେ"।
ଏହା ଆମକୁ ସ୍ମରଣ କରାଉଛି ଯେ ଦାରିଦ୍ର୍ୟ ଓ ଅସମାନତା ବିରୋଧରେ ଲଢ଼ିବାର କ୍ଷମତା ଏବେ ମଧ୍ୟ ଆମ ହାତରେ ଅଛି।
Rain: ୫ କୋଟି ଟଙ୍କାର ବିଦ୍ୟୁତ୍ ସବଷ୍ଟେସନରେ ବର୍ଷାପାଣି ଲହଡ଼ି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।