Negligence Alleged: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ, ବିଦ୍ୟୁତ ବିଭାଗର ଅବହେଳା ଅଭିଯୋଗ

Jun 05, 2026 - 14:26
Negligence Alleged: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ, ବିଦ୍ୟୁତ ବିଭାଗର ଅବହେଳା ଅଭିଯୋଗ

"ଏରସମା: ତିର୍ତୋଲବ୍ଲକ ଅନ୍ତର୍ଗତ ଇବ୍ରିସିଂହ ପଞ୍ଚାୟତର ପାଟେଣା ଗ୍ରାମର ଯୁବକ ସୋମନାଥ ଦାସ (୧୭) ବିଦ୍ୟୁତ ସ୍ପର୍ଶରେ ମୃତ୍ୟୁବରଣ କରିଥିବା ଘଟଣା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।

ଘଟଣାକୁ ନେଇ ବିଦ୍ୟୁତ ବିଭାଗର ଚରମ ଅବହେଳା ବିରୋଧରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଅନୁଯାୟୀ, ସୋମନାଥ ସକାଳ ସମୟରେ କେବୁଲ କାମ କରିବା ପାଇଁ ଆସିଥିଲେ।

କେବୁଲ ମାଲିକ ବିବେକାନନ୍ଦ ଦାସଙ୍କ ଡାକରେ ସେ ବେଉଁଳ ଗ୍ରାମ ନିକଟରେ ଥିବା ଏକ ବରଗଛ ଉପରକୁ ଚଢ଼ିଥିଲେ।

ତେବେ ସେହି ବରଗଛ ମଧ୍ୟରେ ୧୧ କେଭି ବିଦ୍ୟୁତ ତାର ଲାଗି ରହିଥିବା ବିଷୟରେ ସେ ଅବଗତ ନଥିଲେ।

କାମ କରୁଥିବା ବେଳେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବେ ପୋଡ଼ି ଯାଇଥିଲେ।Advertisment ବେକରେ ଗଭୀର କ୍ଷତଚିହ୍ନ ସୃଷ୍ଟି ହୋଇଥିବା ଜଣାପଡ଼ିଛି ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

ମାତ୍ର ସେଠାରେ ଡାକ୍ତର ପରୀକ୍ଷା କରି ସୋମନାଥଙ୍କୁ ମୃତ ଘୋଷଣା କରିଥିଲେ।

ବିଦ୍ୟୁତ ଆଘାତ ଏତେ ଭୟଙ୍କର ଥିଲା ଯେ ତାଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଥିବା ବେଳେ ବେକରେ ଗଭୀର କ୍ଷତଚିହ୍ନ ସୃଷ୍ଟି ହୋଇଥିବା ଜଣାପଡ଼ିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉକ୍ତ ବରଗଛରେ ୧୧ କେଭି ବିଦ୍ୟୁତ ତାର ଲାଗି ରହିଥିବା ନେଇ ବହୁବାର ବିଦ୍ୟୁତ ବିଭାଗକୁ ଅଭିଯୋଗ କରାଯାଇଥିଲା।

କିନ୍ତୁ ବିଭାଗ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇ ନଥିଲା।

ଫଳରେ ଏହି ଅବହେଳା ଜଣେ ନିରୀହ ଯୁବକଙ୍କ ଜୀବନ ନେଇଥିବା ଅଭିଯୋଗ ହୋଇଛି।ଘଟଣା ପରେ ମୃତକଙ୍କ ପରିବାର ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ସୋମନାଥଙ୍କ ଅକାଳ ବିୟୋଗରେ ଅଲଣା ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି।

Stabbing: ରାୟଗଡ଼ାରେ ବିଳମ୍ବିତ ରାତ୍ରିରେ ଛୁରାମାଡ଼ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।