Neglect: ରୋଗୀଙ୍କ ଯନ୍ତ୍ରଣା ଠାରୁ ବଳି ପଡୁଛି ରୋଗୀକୁ ଖଟିଆରେ ବୋହୁଥିବା ଲୋକଙ୍କ କଷ୍ଟ
"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକରେ ଆଜିବି ଏହିଭଳି ଗାଁ ଅଛି, ଯେଉଁଠିକୁ ରାସ୍ତା ନାହିଁ।
ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଜଙ୍ଗଲୀ ଜୀବନଯାପନ କରୁଥିବା ଏବଂ ରାସ୍ତା ଯନ୍ତ୍ରଣାରେ ଛଟପଟ ହେଉଥିବା ଗାଁ ହେଉଛି ଲଏରେଜୁ।
ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତରେ ଏହି ଗାଁ।
ଗାଁକୁ ରାସ୍ତା ନଥିବା ଯୋଗୁଁ ରୋଗୀଙ୍କୁ ଖଟିଆରେ ଦୁଇ କିମି ପାହାଡ଼ ପର୍ବତ ଚଢି ବୋହି ଆଣିବାକୁ ପଡୁଛି।
ରୋଗୀ ଯନ୍ତ୍ରଣା ଠାରୁ ରୋଗୀଙ୍କୁ ଖଟିଆରେ ଦୀର୍ଘ କିମି ପାହାଡ଼ ପର୍ବତ ଚଢି ଆଣିବା କଷ୍ଟ ବଳି ପଡୁଛି ଲୋକଙ୍କର।
Advertisment ଜଣେ ମହିଳା ରୋଗୀଙ୍କୁ ପରିବାର ଲୋକ ଏକ ଖଟିଆରେ ପାହାଡିଆ ରାସ୍ତାରେ ବୋହି ଆଣିବା ସହ ରାସ୍ତା ମଝିରେ ରଖି ରୋଗୀଙ୍କୁ ପାଣି ପିଆଇ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଦେଖି ଆଣୁଥିବା ଦୃଶ୍ୟ ଦେଖିବା ପରେ ଆମ ଦେଶ କେତେ ବିକାଶ କରିଛି ଆମେ କେତେ ଆଗେଇଛେ ବେଶ ଅନୁମାନ କରିହେଉଛି ଏହିଭଳି ଦୃଶ୍ୟ ଦେଖିବା ପରେ।
ଏହିଭଳି ହୃଦୟ ବିଦାରକ ଦୃଶ୍ୟ ଦେଖୁବା ପରେ ଆମ ସରକାରଙ୍କ ଗାଁ ବିକାଶ ଯୋଜନା ଫିୟୁଜ ହେବା ଭଳି ମନେ ହେଉଛି।ଆମ ଯୋଜନା ଅବାଟରେ ଯାଉଥିବା ଭଳି ମନେ ହେଉଛି କାରଣ ଯେଉଁ ଗାଁକୁ ବିକାଶ ସ୍ପର୍ଶ କରିନି, ସେଇ ଗାଁର ବିକାଶ କଥା ଚିନ୍ତା କରିବା ବଦଳରେ ଅନାବଶ୍ୟକ କାର୍ଯ୍ୟ କରାଯାଉଛି, ଯେଉଁଠି କିଛି ସ୍ୱାର୍ଥ ପାଇଁ।
ଲଏରେଜୁ ଗାଁର ସୁରଥ ପ୍ରଧାନଙ୍କ ସ୍ତ୍ରୀ ରୂପିନା ପ୍ରଧାନ ଅସୁସ୍ଥ ହେବା ପରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପାଇଁ ଏକ ଖଟିଆରେ ୬ଜଣ ଲୋକ ଜଙ୍ଗଲ ପାହାଡ଼ ପର୍ବତ ଚାଲି ଚାଲି ଖଟିଆରେ ରୋଗୀଙ୍କୁ ବୋହି ବୋହି ଅଢେ଼ଇ କିମି ମୁକୁଲିଙ୍ଗି କୁ ଆଣିବା ପରେ ସେଠାରୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ।
ଆହୁରି ପଢ଼ନ୍ତୁ: 200-foot road: ସରିଛି ୨୦୦ଫୁଟିଆ ରାସ୍ତା, ୧୦ ଦିନରେ ଖୋଲିବ ଗାଁରେ ୭୦ ଜଣ ବାସିନ୍ଦା ଏହିଭଳି ଦୃଶ୍ୟ ଦେଖିବା ପରେ ଆମ ଦେଶ କେତେ ପ୍ରଗତି କରିଛି ଆମ ଗାଁର ବିକାଶ କେତେ ହୋଇଛି ଏହି ଗୋଟିଏ ଗାଁର ଦୃଶ୍ୟରୁ ସ୍ପଷ୍ଟ ବାରି ହେଉଥିବା ବେଳେ ଲଏରେଜୁ ଗ୍ରାମବାସୀ କ୍ଷୋଭର ସହ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆମେ ଆମ ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଆମ ଗାଁର ରାସ୍ତା ସମସ୍ୟା ବିଷୟରେ ବାରମ୍ବାର ଲିଖିତ ଭାବେ ଜଣେଇବା ସହ ଆମ ରାସ୍ତା କାମ କରିଦେବାକୁ କହି କହି ଥକି ଗଲୁଣି ରୋଗୀ ବୋହି ବୋହି ନୟାନ୍ତ ହେଲୁଣି ରୋଗୀଙ୍କ ଦୁଃଖ ଠାରୁ ବୋହିବା ଲୋକର ଦୁଃଖ ବଳି ପଡ଼ିଲାଣି ଆଉ ନୁହଁ ରାସ୍ତା କାମ ନ ହେଲେ ଆମେ ଆତ୍ମହତ୍ୟା କରିବା ଛଡ଼ା ଆମ ପାଖରେ ଆଉ କିଛି ଉପାୟ ନାହିଁ।
ଲଏରେଜୁ ଗାଁରେ ୧୨ ଆଦିବାସୀ ପରିବାରର ପ୍ରାୟ ୭୦ଜଣ ବସବାସ କରୁଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଦୁଃଖ ରାସ୍ତା ଥିବା ବେଳେ ଗାଁଟି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛି।
ନା ପିଇବା ପାଇଁ ପାଣି ମିଳୁଛି ନା ବିଦ୍ୟୁତ ଅଛି।
କେବଳ ଅଛି ନିଜ ମାଟି ଯେଉଁ ମାଟି ଏହି ଗ୍ରାମବାସୀଙ୍କୁ ଆହାର ଯୋଗାଉଛି।
ଶହଶହ ଏକର ଜମି ଅଛି ଯେଉଁ ଜମିରେ ଅକ୍ଲାନ୍ତ ପରିଶ୍ରମ କରି ସୁନା ଫଳଉଛନ୍ତି ଲଏରେଜୁ ଗ୍ରାମବାସୀ।
ଧାନ, ହଳଦୀ ଏବଂ ସାରୁ ମୁଖ୍ୟ ଫସଲ ଯେଉଁ ଫସଲରୁ ଲକ୍ଷଲକ୍ଷ ଟଙ୍କା ଆୟ କରୁଛନ୍ତି।
ରାସ୍ତା ନଥିଲେ ମଧ୍ୟ ପିଠିରେ ବୋହି ନିଜ ଉତ୍ପାଦିତ ଫସଲକୁ ମୁକୁଲିଙ୍ଗଆ ଆଣି ସେଠାରୁ ବଜାରକୁ ଆଣି ବିକ୍ରି କରୁଛନ୍ତି।
ନିଜ ଜନ୍ମମାଟି ନିଜ ସୁନାର ଜମିକୁ ଛାଡି ଅନ୍ୟ କେଉଁଠିକୁ ଆସିବାକୁ ନାରାଜ ଏହି ଗ୍ରାମବାସୀ।
ରାସ୍ତା ନିର୍ମାଣ ହୋଇଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ଗ୍ରାମବାସୀ।
ଏଣୁ ଜିଲ୍ଲା ପ୍ରଶାସନ ଏହି ରାସ୍ତା ନିର୍ମାଣ ପ୍ରତି ସ୍ବତନ୍ତ ଧ୍ୟାନ ଦେଇ ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି।
ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।