Neglect: ପୁଣି ନଗଡ଼ାରେ ଅପପୁଷ୍ଟି; ୨ ସାମ୍‌ ଶିଶୁ ଚିହ୍ନଟ

Aug 22, 2026 - 22:53
Neglect: ପୁଣି ନଗଡ଼ାରେ ଅପପୁଷ୍ଟି; ୨ ସାମ୍‌ ଶିଶୁ ଚିହ୍ନଟ

"କାଳିଆପାଣି (ରବି ନାରାୟଣ କର): ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନଗଡ଼ା ସଜାଡ଼ିବା ପ୍ରୟାସରେ ୧୦ ବର୍ଷରୁ ଅଧିକ ସମୟ ଦେଲେଣି।

ହେଲେ ଏଠାରୁ ଅପପୁଷ୍ଟିର ଅପବାଦ ହଟୁନି।

ନଗଡ଼ା ଶିଶୁ ମଡ଼କର ପ୍ରମୁଖ କାରଣ ହୋଇଥିବା କୁପୋଷଣ ସ୍ଥିତି ଏବେ ପୁଣି ଦେଖା ଦେଇଛି।

୨ ଜୁଆଙ୍ଗ ଶିଶୁ ସାମ୍‌(ସିଭିଅର ଆକ୍ୟୁଟ୍‌ ମାଲନ୍ୟୁଟ୍ରିସନ) ଶ୍ରେଣୀଭୁକ୍ତ ଥିବା ଜଣାପଡ଼ିଛି।

ତଳ ନଗଡ଼ାର କାନ୍ତ ଓ ମିଟୁ ପ୍ରଧାନଙ୍କ ପ୍ରଥମ ସନ୍ତାନ ଜ୍ୟୋତ୍ସ୍ନାରାଣୀ(୩୩ ମାସ) ଓ ଗାଲେ ଓ ମଙ୍ଗୁଳୁ ପ୍ରଧାନ ଦମ୍ପତିଙ୍କ ଅଷ୍ଟମ ସନ୍ତାନ ମହେଶ୍ବର(୧୯ ମାସ)ଙ୍କ ଓଜନ ୪ କିଲୋ ଲେଖାଏଁରୁ କମ୍‌।

Advertisment ସଂପୃକ୍ତ ୨ ମାଆ ରକ୍ତହୀନତା ରୋଗଗ୍ରସ୍ତ।

ମା"କ୍ଷୀର ଶିଶୁକୁ ନିଅଣ୍ଟ।

ପେଯ ତୋରାଣୀ ଖାଇ ବଢ଼ୁଛନ୍ତି।

ସେମାନଙ୍କ ପାଇଁ ସୁଷମ ଶିଶୁ ଆହାର ସାତସପନ ହୋଇରହିଛି।

ସାଙ୍ଘାତିକ କୁପୋଷଣ ଅବସ୍ଥାରେ ଥିବା ରୁଗ୍‌ଣ ଶିଶୁ ଦ୍ବୟ ଏବେ ସଂକଟରେ।

ଜ୍ୟୋତ୍ସ୍ନାରାଣୀଙ୍କୁ ନେଇ ମାଆ ଏକାଧିକ ବାର ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର(ଏନ୍‌ଆର୍‌ସି)ରେ ଭର୍ତ୍ତି ହୋଇଥିଲେ।

ରୋଗଗ୍ରସ୍ତ ଶିଶୁକୁ କଟକ ଶିଶୁ ଭବନ ପଠାଯାଇଥିଲା।

ସେ ହୃଦରୋଗର ଶିକାର ହୋଇଥିବା, ତା" ହୃଦୟରେ ଛିଦ୍ର ଥିବା ଜଣାପଡ଼ିଛି।

ପାଖାପାଖି ୩ ବର୍ଷ ବୟସର ଶିଶୁକନ୍ୟା ଏଯାବତ୍ ବସି ପାରୁନି କିମ୍ବା ଚାଲି ପାରୁନାହିଁ।

ସମାନ ଅବସ୍ଥା ମହେଶ୍ବରର।

ଦେଢ଼ବର୍ଷର ଶିଶୁ ଭଲରେ ଠିଆ ହୋଇପାରୁନାହିଁ।

୨ ଶିଶୁ ମାଆ କୋଳ ଛାଡ଼ିବା ଅବସ୍ଥାରେ ନାହାନ୍ତି।

ସଂପୃକ୍ତ ୨ ପରିବାର ପାଖେ ଖାଦ୍ୟ ସୁରକ୍ଷା ଯୋଜନା ବାଟ ହୁଡ଼ିଛି।

କାନ୍ତ ଓ ମିଟୁ ପ୍ରଧାନଙ୍କ ସ୍ବତନ୍ତ୍ର ରାସନ କାର୍ଡ ନାହିଁ।

ବୋହୂ ଓ ନାତୁଣୀଙ୍କୁ ମିଶାଇ ଗାଲେ ଓ ମଙ୍ଗୁଳୁ ପ୍ରଧାନଙ୍କ ୧୧ ଜଣିଆ ପରିବାରକୁ ମାସିକ ମାତ୍ର ୧୦ କିଲୋ ଚାଉଳ ମିଳୁଥିବା ଅଭିଯୋଗ ହୁଏ।

ନିଜ ଘରର ଅସ୍ବାସ୍ଥ୍ୟକର ପରିବେଶରେ ଜନ୍ମ ମହେଶ୍ବରର ସ୍ବାସ୍ଥ୍ୟାବସ୍ଥା ସଂକଟରେ।

ତାକୁ ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର(ଏନ୍‌ଆର୍‌ସି) ଅଣାଯିବା ଉଦ୍ୟମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିମାସ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଏହି ଅବୁଝା ଦମ୍ପତି ପରାମର୍ଶ ମାନିବାକୁ ନାରାଜ୍‌।

ଡାକ୍ତରୀ ଦଳ, ସ୍ବାସ୍ଥ୍ୟ ବିଭାଗ ଗାଡ଼ି ଓ ଆମ୍ବୁଲାନ୍ସ ଦେଖିଲେ ଏହି ଦମ୍ପତି ଲୁଚୁଛନ୍ତି।

ସେମାନଙ୍କର ୮ ସନ୍ତାନ।

ଚତୁର୍ଥ ସନ୍ତାନ ଉଦି(୧୧), ପଞ୍ଚମ ସନ୍ତାନ ରସମତି(୯) ଓ ଷ୍ଠଷ୍ଠ ସନ୍ତାନ ରଥିଆ(୭) ଓ ସପ୍ତମ ସନ୍ତାନ ଅନୁସୟା(୧) ପୂର୍ବରୁ ସାମ୍‌ ଶ୍ରେଣୀଭୁକ୍ତ ଥିଲେ।

ସଂପୃକ୍ତ ୪ ଜଣଯାକ ରୋଗଣା ଶିଶୁଙ୍କୁ ମେଡିକାଲ୍ ନେବା ପାଇଁ ପ୍ରଶାସନ ନାକେଦମ୍‌ ହୋଇଥିଲା।

ପ୍ରତିଥର ଏହି ଦମ୍ପତି ମେଡିକାଲ୍‌ରୁ ଛୁଆକୁ ଧରି ଲୁଚି ପଳାଇ ଆସନ୍ତି।

୨୦୨୪ ମସିହା ଫେବ୍ରୁଆରି ମାସରେ ଅନୁସୟାର ଚିକିତ୍ସା ଅଭାବରୁ ନଗଡ଼ାରେ ମୃତ୍ୟୁ ହୋଇଥିଲା।

ତଥାପି ସେମାନେ ଚେତୁ ନାହାନ୍ତି।

ଅପପୁଷ୍ଟି ପାଇଁ ସରକାରଙ୍କ ଚିନ୍ତା: କମ୍‌ ଓଜନ ଶିଶୁଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ୧୮ ଟଙ୍କା ତଳନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ନାଁ ଥିବା ୩୫ ଜଣ ଶିଶୁଙ୍କ ମଧ୍ୟରୁ ନଳି ଓ ବନା ପ୍ରଧାନଙ୍କର ୨ ପୁଅ ଜୟଶକ୍ତି ଓ ସାଧୁ, କଇଁଥ ଓ ଜାମ୍ପ ପ୍ରଧାନଙ୍କ ପୁଅ ପ୍ରକାଶ, ରାଇମଲ୍ଲୀ ଓ ନନ୍ଦ ପ୍ରଧାନଙ୍କ ଝିଅ ଅର୍ଚ୍ଚିତା, କ୍ଷୀରମାଈ ଓ ପଦୁ ପ୍ରଧାନଙ୍କ ପୁଅ ସାନନ୍ଦ, ବିଧବା ରୁପାଲି ପ୍ରଧାନଙ୍କ ପୁଅ ସଞ୍ଜୟ, ମାଆ ଛେଉଣ୍ଡ ଆରତି ଓ ମିଟୁ ପ୍ରଧାନଙ୍କ ଝିଅ ସୁମିତ୍ରା ଏବଂ ମୁନି ଓ କୃପା ପ୍ରଧାନଙ୍କ ୨ ପୁଅଝିଅ ଆଦିତ୍ୟ ଓ ପାର୍ବତୀ ଦୁର୍ବଳ ତାଲିକାରେ ଥିବା ଜଣାପଡ଼ିଛି।

ସଂପୃକ୍ତ ମାଆମାନେ ଛୁଆମାନଙ୍କୁ ସାଥୀରେ ଧରି ତଇଳାରେ କାମ କରିବାକୁ ଯାଉଥିବା ଦେଖାଯାଉଛି।

ଏ ସଂପର୍କରେ ଭାରପ୍ରାପ୍ତ ସିଡିପିଓ ବରିଷ୍ଠ ସୁପରଭାଇଜର ଚମ୍ପାବତୀ ଜାରିକାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ୍‌ଉଠାଇନଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)