NEET-UG result: ଆକାଶର ୧୧ ଛାତ୍ରଛାତ୍ରୀଙ୍କୁ ସଫଳତା

Jul 17, 2026 - 22:10
NEET-UG result: ଆକାଶର ୧୧ ଛାତ୍ରଛାତ୍ରୀଙ୍କୁ ସଫଳତା

"ଭୁବନେଶ୍ବର: ନିଟ୍‌ ୟୁଜି୨୦୨୬ ପରୀକ୍ଷାରେ ଆକାଶ ଏଜୁକେସନାଲ୍‌ ସର୍ଭିସେସ୍‌ ଲିମିଟେଡ୍‌ର ଭୁବନେଶ୍ବର କେନ୍ଦ୍ରର ୧୧ ଜଣ କ୍ଲାସରୁମ୍‌ ଛାତ୍ରଛାତ୍ରୀଙ୍କୁ ଉଲ୍ଲେଖନୀୟ ସଫଳତା ମିଳିଛି।

ସେମାନେ ହେଉଛନ୍ତି ଅମନ କୁମାର ନାୟକ (ଏଆଇଆର୍‌-୮୦), ଦେବେଶ କୁମାର ସାହୁ (ଏଆଇଆର୍‌ ୨୭୩), ପୀୟୂଷ ପ୍ରିୟମ୍ବଦ (ଏଆଇଆର୍‌ ୫୧୫), ପ୍ରୟାସ ପ୍ରତିକ ମହାନ୍ତି (ଏଆଇଆର୍‌ ୬୩୭), ପିହୁ ସିଂଘାନିଆ (ଏଆଇଆର୍‌-୬୫୩) ଓ ଶ୍ରେୟାନ ଖୁଣ୍ଟିଆ (ଏଆଇଆର୍‌ ୯୫୯)।

ଆକାଶର ୧୧ ଜଣ ଛାତ୍ରଛାତ୍ରୀ ୬୫୦ରୁ ଅଧିକ, ୫୩ ଜଣ ୬୦୦ରୁ ଅଧିକ ଓ ୧୫୫ ଜଣ ୫୫୦ରୁ ଅଧିକ ସ୍କୋର ରଖିଛନ୍ତି।Advertisment ଆହୁରି ପଢନ୍ତୁ:NDA: ଏନ୍‌ଡିଏ ସଂସଦୀୟ ଦଳ ବୈଠକର ନାଁ ରହିବ "ମଙ୍ଗଳ ମିଳନ"  ଏଇଏସ୍‌ଏଲ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଅଜୟ ବାହାଦୂର ସିଂହ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଏହି ସଫଳତା ସମଗ୍ର ଆକାଶ ପରିବାର ପାଇଁ ଏକ ଗର୍ବର ମୂହୂର୍ତ୍ତ।

ସେମାନଙ୍କ ଶୃଙ୍ଖଳା, ନିରନ୍ତରତା ଓ ଆଗ୍ରହ ସେମାନଙ୍କୁ ପ୍ରସ୍ତୁତି ସମୟରେ ଭିନ୍ନ କରିପାରିଥିଲା।

ଆମେ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଉଛୁ ବୋଲି ସେ କହିଛନ୍ତି।

ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୧୦ରେ ଆକାଶର ୪ ଜଣ, ଶ୍ରେଷ୍ଠ ୫୦ରେ ୧୮ ଜଣ ଓ ଶ୍ରେ‌ଷ୍ଠ ୧୦୦ରେ ୪୧ ଜଣ ଛାତ୍ରଛାତ୍ରୀରହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।