NEET UG 2026 Results Out: ପ୍ରକାଶ ପାଇଲା NEET(UG) ପରୀକ୍ଷା ଫଳ, ଜାଣନ୍ତୁ କିଏ ହେଲେ ଟପର୍
ପ୍ରକାଶ ପାଇଲା NEET(UG) ପରୀକ୍ଷା ଫଳ। ପଞ୍ଜାବର ଆର୍ୟନ ଗୁପ୍ତା ଓ ହରିୟାଣାର ପାଂଶୁଲ ବଂଶଲ ୭୧୫ ସ୍କୋର ରଖି ମିଳିତ ଭାବେ ଟପ୍ପର ହୋଇଛନ୍ତି। NEET UG ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ପ୍ରାର୍ଥୀ NEET ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମେଡିକାଲ୍, ଡେଣ୍ଟାଲ୍ ଏବଂ ଆୟୁଷ ପାଠ୍ୟକ୍ରମ ପାଇଁ ଯୋଗ୍ୟ ଘୋଷଣା କରାଯାଇଛି। NEET UG ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୮ ପ୍ରତିଶତ ଝିଅ ଥିଲେ।୧୩୮ ପରୀକ୍ଷାର୍ଥୀ ୬୯୦ରୁ ଅଧିକ ସ୍କୋର କରିଛନ୍ତି।
୧୯ ପରୀକ୍ଷାର୍ଥୀ ୭୦୦ରୁ ଅଧିକ ସ୍କୋର କରିଛନ୍ତି। ୧୪୯୨ ଛାତ୍ରଛାତ୍ରୀ ୬୫୦ରୁ ଅଧିକ ସ୍କୋର କରିଛନ୍ତି। ୯୦ ହଜାର ୭୮୦ ଛାତ୍ରଛାତ୍ରୀ ୫ଶହରୁ ଅଧିକ ସ୍କୋର କରିଛନ୍ତି। NEET ପରୀକ୍ଷା ପାଇଁ ଉତ୍ତରପ୍ରଦେଶରୁ ସର୍ବାଧିକ ୧ ଲକ୍ଷ ୭ ହଜାର ପରୀକ୍ଷାର୍ଥୀ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଶ୍ନପତ୍ର ଲିକକୁ ନେଇ ଦେଶବ୍ୟାପୀ ହୋଇଥିଲା ହଲଚଲ୍। ଏହାପରେ ଗତ ଜୁନ୍ ୨୧ ତାରିଖରେ ସେନାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାନି ପରୀକ୍ଷା ହୋଇଥିଲା।...
ପଞ୍ଜାବର ଆର୍ୟନ ଗୁପ୍ତା ଓ ହରିୟାଣାର ପାଂଶୁଲ ବଂଶଲ ଯୁଗ୍ମ ଟପ୍ପର
ଉଭୟ ୭୨୦ରୁ ସର୍ବାଧିକ ୭୧୫ ସ୍କୋର କରିଛନ୍ତି
ସମୁଦାୟ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ କୃତକାର୍ଯ୍ୟ ସୂଚନା
ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୫୮ % ଛାତ୍ରୀ
ସର୍ବାଧିକ ୬୯୦ରୁ ଅଧିକ ମାର୍କ ସ୍କୋର କରିଛନ୍ତି ୧୩୮ ଛାତ୍ରଛାତ୍ରୀ
ଜୁନ୍ ୨୧ରେ କଡ଼ା ସୁରକ୍ଷା ମଧ୍ୟରେ ହୋଇଥିଲା ସାନି ପରୀକ୍ଷା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।