NDA: ଏନ୍‌ଡିଏ କନ୍‌କ୍ଲେଭ୍‌: ୧୪୦ କୋଟି ଭାରତୀୟଙ୍କ ବିଶ୍ବାସ ହିଁ ଆମ ଶକ୍ତି: ‌ମୋଦୀ

Jun 11, 2026 - 06:29
NDA: ଏନ୍‌ଡିଏ କନ୍‌କ୍ଲେଭ୍‌: ୧୪୦ କୋଟି ଭାରତୀୟଙ୍କ ବିଶ୍ବାସ ହିଁ ଆମ ଶକ୍ତି: ‌ମୋଦୀ

"ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ରେକର୍ଡକୁ ପଛରେ ପକାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଇତିହାସରେ ସବୁଠାରୁ ଦୀର୍ଘ ସମୟ ଧରି ଦାୟିତ୍ୱ ତୁଲାଇଥିବା ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି।

ମୋଦୀ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳର ୧୨ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆଜି ଅନୁଷ୍ଠିତ ଏନ୍‌ଡିଏ କନକ୍ଲେଭ୍‌ରେ ଏନ୍‌ଡିଏ ନେତାମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି।

ମୋଦୀ କହିଛନ୍ତି, ୧୨ ବର୍ଷରେ ଯଦି ଏତେ ସବୁକିଛି ହାସଲ କରିହେଲା ତେବେ ଏହାର ପୂର୍ବ ଦଶନ୍ଧି ଗୁଡ଼ିକରେ କାହିଁକି ହୋଇପାରିନଥିଲା।

ଏହା ହିଁ କଂଗ୍ରେସ ଯୁଗର ବିକାଶ ଏବଂ ଏନ୍‌ଡିଏ ଯୁଗର ବିକାଶ ମଧ୍ୟରେ ପ୍ରଭେଦକୁ ଦର୍ଶାଉଛି।

ଗୋଟିଏ ବ୍ୟବସ୍ଥା ଲୋକଙ୍କୁ ଅପେକ୍ଷା କରାଇଛି।

କିନ୍ତୁ ବର୍ତ୍ତମାନର ବ୍ୟବସ୍ଥା ସିଧାସଳଖ ଲୋକଙ୍କୁ ଫଳ ପ୍ରଦାନ କରୁଛି।Advertisment ଆହୁରି ପଢନ୍ତୁ: Chandrayan3: ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ କରିଥିବା ଇସ୍ରୋର "ବାହୁବଳୀ" ଏଲ୍‌ଭିଏମ୍‌-୩ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କରାଯିବ ମୋଦୀ କହିଛନ୍ତି, ୨୦୧୪ରୁ ୨୦୨୬ ପର୍ଯ୍ୟନ୍ତ କାହାଣୀ କେବଳ ଏକ ପରିସଂଖ୍ୟାନର କାହାଣୀ ନୁହେଁ।

ବରଂ ଏହା ଏକ ଭାରତର କାହାଣୀ ଯାହା ପ୍ରଥମ ଥର ପାଇଁ ପୂର୍ଣ୍ଣ ସାମର୍ଥ୍ୟର ସହ ଦୌଡ଼ିବା ଆରମ୍ଭ କରିଛି ଏବଂ ଏହା ମହତ୍ବାକାଂକ୍ଷୀ ଲକ୍ଷ୍ୟ ରଖି ଏହାକୁ ପୂରଣ କରିବା ଦିଗରେ ଅକ୍ଳାନ୍ତ ଭାବେ କାମ କରୁଛି।

୧୪୦ କୋଟି ଲୋକଙ୍କ ବିଶ୍ବାସ ହିଁ ଆମ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶ ଏବେ ବ୍ୟାପକ ବିକାଶ ହାସଲ କରିଥିବା ବେଳେ ଆମ ଲକ୍ଷ୍ୟ ୨୦୪୭ ବିକଶିତ ଭାରତ ଉପରେ ଫୋକସ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

କଂଗ୍ରେସକୁ ତୀବ୍ର ସମାଲୋଚନା କରି ମୋଦୀ "ହିନ୍ଦୁ ଅଭିବୃଦ୍ଧି ହାର" ଶବ୍ଦର ଐତିହାସିକ ବ୍ୟବହାରକୁ ନିନ୍ଦା କରିଛନ୍ତି।

ସେ କହିଛନ୍ତି ଯେ ପୂର୍ବରୁ ଏହି ଶବ୍ଦଟି ସଂଖ୍ୟାଗରିଷ୍ଠ ହିନ୍ଦୁ ଜନସଂଖ୍ୟାକୁ ବଦନାମ କରିବା ଏବଂ ଶାସନକୁ ଲୁଚାଇବା ପାଇଁ କଂଗ୍ରେସ ବ୍ୟବହାର କରାଯାଇଥିଲା।

ଆହୁରି ପଢନ୍ତୁ: Firing: ଜୋହାନ୍ସବର୍ଗରେ ଗଣ ଗୁଳିକାଣ୍ଡ , ୧୨ ଜଣଙ୍କ ମୃତ୍ୟୁ ଏନ୍‌ଡିଏ ନେତାମାନଙ୍କ ବୈଠକରେ ମୋଦୀ କହିଛନ୍ତି, କଂଗ୍ରେସ ନିଜ ଶାସକ କାଳରେ ଦେଶକୁ ବିଶାଳ ଦୁର୍ନୀତି ମଧ୍ୟକୁ ଟାଣିନେଇଥିଲା।

କଂଗ୍ରେସର ଶାସନ ବିଫଳତା ଯୋଗୁ ଦେଶ ଅସହାୟତା, ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଥିଲା।

କିନ୍ତୁ ୨୦୧୪ରେ ଏନ୍‌ଡିଏ ସରକାର ଗଠନ ହେବା ପରଠାରୁ ଦେଶର ଭାଗ୍ୟ ବଦଳିଛି।

ଦେଶର ମନ୍ଥର ଆର୍ଥିକ ବିକାଶ ପାଇଁ ମୋଦୀ ପୂର୍ବତନ କଂଗ୍ରେସ ସରକାରକୁ ଦାୟୀ କରିଛନ୍ତି।

ମୋଦୀ କହିଛନ୍ତି, ଏତେଦିନ ଧରି ଲୋକଙ୍କର ସେବା କରିବାକୁ ସୁଯୋଗ ପାଇବା ମୋର ସୌଭାଗ୍ୟ।

ମୋଦୀ ଏନ୍‌ଡିଏ କନକ୍ଲେଭ୍‌ରେ ମେଣ୍ଟ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ମେଣ୍ଟର ଲମ୍ବା ଯାତ୍ରାରେ ସେମାନଙ୍କ ଅବଦାନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ମୋଦୀ କହିଛନ୍ତି, ଡିଜିଟାଲ କାରବାର କ୍ଷେତ୍ରରେ ଭାରତ ଆଜି ୧ ନମ୍ବରରେ ରହିଛି।

୨୦୧୪ରେ ଦେଶରେ ବିମାନବନ୍ଦର ସଂଖ୍ୟା ୭୪ ଥିଲା।

କିନ୍ତୁ ୨୦୨୬ରେ ଏହି ସଂଖ୍ୟା ୧୬୦ରେ ପହଞ୍ଚିଛି।

୨୦୧୪‌ରେ ମାତ୍ର ୫ ସହରରେ ମେଟ୍ରୋ ସେବା ଥିଲା।

କିନ୍ତୁ ୨୦୨୬ରେ ୨୦ରୁ ଅଧିକ ସହରରେ ମେଟ୍ରୋ ସେବା ଉପଲବ୍ଧ।

୨୦୧୪‌ରେ ୭୦୦ କୋଟି ଟଙ୍କାର ପ୍ରତିରକ୍ଷା ରପ୍ତାନୀ କରାଯାଉଥିବା ବେ‌ଳେ ଏବେ ୨୦୨୬ରେ ଏହା ୨୩ ହଜାର କୋଟିରେ ପହଞ୍ଚିଛି।

୨୦୧୪‌ରେ ଦେଶରେ କେବଳ ୨୫ କୋଟି ଇଣ୍ଟରନେଟ୍‌ ୟୁଜର ଥିଲେ।

କିନ୍ତୁ ଆଜି ୧୦୦ କୋଟିରୁ ଅଧିକ ଇଣ୍ଟର‌ନେଟ୍‌ ୟୁଜର ଅଛନ୍ତି।

ଡିଜିଟାଲ ପେମେଣ୍ଟ୍‌କୁ ଅବହେଳା କରାଯାଉଥିଲା।

କିନ୍ତୁ ଆଜି ଡିଜିଟାଲ କାରବାର କ୍ଷେତ୍ରରେ ଦେଶ ୧ ନମ୍ବରରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।"