NDA Parliamentary Meeting 'Mangal Milan' Begins: ଏନଡିଏ ସଂସଦୀୟ ଦଳର ବୈଠକ 'ମଙ୍ଗଳ ମିଳନ' ଆରମ୍ଭ, ରଣନୀତି ନେଇ ଚାଲିଛି ଆଲୋଚନା

Jul 21, 2026 - 11:03
NDA Parliamentary Meeting 'Mangal Milan' Begins: ଏନଡିଏ ସଂସଦୀୟ ଦଳର ବୈଠକ 'ମଙ୍ଗଳ ମିଳନ' ଆରମ୍ଭ, ରଣନୀତି ନେଇ ଚାଲିଛି ଆଲୋଚନା

ଆରମ୍ଭ ହୋଇଛି ଏନଡିଏର ସଂସଦୀୟ ଦଳ ବୈଠକ  ମଙ୍ଗଳ ମିଳନ । ସଂସଦର ଲାଇବ୍ରେରୀ ବିଲଡିଂ ପରିସରରେ ଆରମ୍ଭ ହୋଇଛି ଏହି ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଓ ଏନଡିଏ ସାଂସଦମାନେ ଉପସ୍ଥିତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବାରୁ ତାଙ୍କୁ ବୈଠକରେ ସମ୍ବର୍ଦ୍ଧନା ଦିଆଯିବ । ଏଥିସହ  ଏନଡିଏର ନୂଆ ରାଜ୍ୟସଭା ସାଂସଦମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ।

ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ମଧ୍ୟରେ ସଂହତି ଓ ଏକତା ବଜାୟ ରଖିବା ପାଇଁ ବୈଠକକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ସଂସଦରେ ଗୁରୁତ୍ବପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ପାଇଁ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ ଥିବାରୁ ସହଯୋଗୀ ଦଳମାନଙ୍କ ସହ ଆଲୋଚନା କରିବା ପାଇଁ ଏହି 'ମଙ୍ଗଳ ମିଳନ' ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିବେଶନ ଚାଲିଥିବା ସମୟରେ ଗୃହରେ ବିଭିନ୍ନ ବିଲ୍ ପାସ୍ କରିବା ଏବଂ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି କୁହାଯାଉଛି । .... 

ଏନଡିଏର 'ମଙ୍ଗଳ ମିଳନ'

ସଂସଦ ଲାଇବ୍ରେରୀ ବିଲଡିଂ ପରିସରରେ ଚାଲିଛି ବୈଠକ
ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନ୍ୟ ମନ୍ତ୍ରୀଗଣ ଉପସ୍ଥିତ
ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ବର୍ଦ୍ଧନା ଦିଆଯିବ
ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବାରୁ ସମ୍ବର୍ଦ୍ଧନା 
ଏନଡିଏର ନୂଆ ରାଜ୍ୟସଭା ସାଂସଦଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ
ଏନଡିଏ ମେଣ୍ଟ ମଧ୍ୟରେ ସଂହତି ଓ ଏକତା ବଜାୟ ରଖିବା ଉଦ୍ଦେଶ୍ୟ
ସହଯୋଗୀ ଦଳମାନଙ୍କ ସହ ଆଲୋଚନା କରିବା ପାଇଁ ବୈଠକ ଗୁରୁତ୍ୱପୂର୍ଣ୍ଣ
ଗୃହରେ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ତିଆରି ହେବ ରଣନୀତି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।