: ncome Tax: Dayଜାତୀୟ ଆୟକର ଦିବସ

Jul 24, 2026 - 07:01
: ncome Tax: Dayଜାତୀୟ ଆୟକର ଦିବସ

"ଆଜି ଆମ ଦେଶରେ ଜାତୀୟ ଆୟକର ଦିବସ ପାଳନ କରାଯାଉଛି।

ବିଶେଷ କରି ଟିକସ ପୈଠକୁ ଏକ ମୂଲ୍ୟବାନ ମାନଦଣ୍ଡ ଭାବେ ପ୍ରୋତ୍ସାହିତ କରିବା ଏବଂ ସମ୍ଭାବ୍ୟ କରଦାତାମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏପରି ଦିବସ ପାଳନର ପରିକଳ୍ପନା କରାଯାଇଛି।

ଉଲ୍ଲେଖଯୋଗ୍ୟ, ୧୮୫୭ ମସିହାର ପ୍ରଥମ ସ୍ବାଧୀନତା ସଂଗ୍ରାମ ପରେ ପରେ ଦେଶରେ ବ୍ରିଟିସ ପ୍ରଶାସନ ସହିଥିବା ଅପ୍ରତ୍ୟାଶିତ କ୍ଷତିକୁ ଭରଣା କରିବା ଲାଗି ୧୮୬୦ ମସିହା ଆଜିର ତାରିଖରେ ତତ୍କାଳୀନ ବ୍ରିଟିସ ଅର୍ଥମନ୍ତ୍ରୀ ସାର୍ ଜେମ୍‌ସ ଵିଲିସନ୍ ଭାରତରେ ଆୟକର ଆଦାୟ ବ୍ୟବସ୍ଥା ଲାଗୁ କରିଥିଲେ।

ସେହି ଦିନକୁ ମନେ ପକାଇବା ପାଇଁ ତାହାର ଦେଢ଼ ଶହ ବର୍ଷ ପୂର୍ତ୍ତି ପାଳନ ଅବସରରେ ୨୦୧୦ ମସିହାରୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଆୟକର ଦିବସ ପାଳିତ ହୋଇ ଆସୁଛି।Advertisment ଅବଶ୍ୟ ବିଗତ ଦିନମାନଙ୍କରେ ଆମ ଦେଶରେ ଆୟକର ଆଦାୟ କରିବାର ଶୈଳୀରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି।

ସମ୍ପ୍ରତି ଆୟକର ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ବିକାଶମୂଳକ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ସରକାର ଆର୍ଥିକ ସହାୟତା ଯୋଗାଇବା।

ଏଥିରୁ ମିଳୁଥିବା ରାଜସ୍ବକୁ ଭିତ୍ତିଭୂମି ପ୍ରକଳ୍ପ, ଶିକ୍ଷା, ସ୍ବାସ୍ଥ୍ୟସେବା, ପ୍ରତିରକ୍ଷା ଓ ସାମାଜିକ କଲ୍ୟାଣ ପାଇଁ ପାଣ୍ଠି ଯୋଗାଣ ସହିତ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ।

ଆୟକର ବିଭାଗ ଏହି ଦିନକୁ ବ୍ୟବହାର କରି ନିର୍ଦ୍ଧାରିତ ସମୟରେ ଟିକସ ଦେବାର ଗୁରୁତ୍ବ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।