National Tribal University: ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟ: ମୟୂରଭଞ୍ଜରେ କ୍ୟାମ୍ପସ୍‌, କଳାହାଣ୍ଡିବାସୀ ଜଳକା

Jul 06, 2026 - 05:54
National Tribal University: ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟ: ମୟୂରଭଞ୍ଜରେ କ୍ୟାମ୍ପସ୍‌, କଳାହାଣ୍ଡିବାସୀ ଜଳକା

"ଦେବେନ୍ଦ୍ର କୁମାର ବିଶି ଭବାନୀପାଟଣା: ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍‌ କଳାହାଣ୍ଡି ଜିଲ୍ଲାରେ ସ୍ଥାପନ ନିମନ୍ତେ ୨୦୧୦ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା।

କ୍ୟାମ୍ପସ୍‌ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ମଧ୍ୟ ପ୍ରଦାନ କରାଯାଇଛି।

କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ମୟୂରଭଞ୍ଜରେ ଏହି କ୍ୟାମ୍ପସ୍‌ ପ୍ରତିଷ୍ଠା ପାଇଁ ଘୋଷଣା କରିବାରୁ କଳାହାଣ୍ଡିବାସୀଙ୍କୁ ନିରାଶ କରିଛି।

Advertisment Neglect: ପକ୍କା ରାସ୍ତା ନାହିଁ; କାଦୁଅ ରାସ୍ତା ପାଲଟିଛି ଯାତାୟାତର ମାଧ୍ୟମ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜୁନ୍ ୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଛି।

ମୟୂରଭଞ୍ଜରେ ଜାଗା ଚିହ୍ନଟ ପାଇଁ ତତ୍କାଳୀନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ନେତୃତ୍ବରେ ଏକ ୭ଜଣିଆ ଟିମ୍‌ ଗଠିତ ହୋଇଥିଲା।

ଏଥିପାଇଁ ୫୦ ଏକର ଜମିର ଆବଶ୍ୟକତା ରହିଛି।

ଏହା ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ।

କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିଭାଗ ପକ୍ଷରୁ ଗତ ୨୦୧୦ ମସିହାରେ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ କଳାହାଣ୍ଡି ଜିଲ୍ଲାରେ ସ୍ଥାପନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଆସିଥିଲା।

ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତାଙ୍କ ଚିଠିସଂଖ୍ୟା-୨୭୯୦୮/୨୩ ସେପଟେମ୍ବର ୨୦୧୦ରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଜମି ଚିହ୍ନଟ କରି ତୁରନ୍ତ ଜଣାଇବାକୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଥୁଆମୂଳ ରାମପୁର ବ୍ଲକ୍‌ର ବେନ୍ଦାଝୋଲା ଓ କୁମଡ଼ାବାହାଲରେ ସରକାରୀ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ସେଠାରେ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟର ଆଞ୍ଚଳିକ କ୍ୟାମ୍ପସ୍‌ ସ୍ଥାପନ ପାଇଁ ଡଙ୍ଗର କିସମ ଜମି ଚିହ୍ନଟ ହୋଇଥିଲା।

କ୍ୟାମ୍ପସ୍‌କୁ ସଡ଼କ ଯୋଗାଯୋଗ ବ୍ୟବସ୍ଥା ଥିବା ବେଳେ ଏହା ଭବାନୀପାଟଣା ସଦର ମହକୁମାରୁ ୬୬ କିମି ଦୂରରେ ରହିଛି।

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା ଏ ନେଇ ଜିଲ୍ଲା ପ୍ରଶାସନ ଚିଠି ସଂଖ୍ୟା-୧୯୩୫/୧୨ ଅକ୍ଟୋବର ୨୦୧୦ରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଜମି ଚିହ୍ନଟ ବାବଦରେ ଜଣାଇଥିଲେ।

ଏହି ଚିଠିର ୧୬ ବର୍ଷ ପରେ କେନ୍ଦ୍ର ସରକାର କଳାହାଣ୍ଡିରେ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ଥାପନ କଥା ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି।

ତତ୍କାଳୀନ ସାଂସଦ ବିକ୍ରମ କେଶରୀ ଦେଓ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଅବଗତ କରିଥିଲେ।

ଅମରକଣ୍ଟକର ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ପକ୍ଷରୁ କେନ୍ଦ୍ର ମାନବସମ୍ବଳ ବିକାଶ ବିଭାଗ ରାଜ୍ୟ ସରକାରଙ୍କୁ ୩୦୦ ଏକର ଜାଗା, ସଡ଼କ ଯୋଗାଯୋଗ, ବିଦ୍ୟୁତ୍‌ ବ୍ୟବସ୍ଥା ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିବା ସୂଚନା ଅଧିକାର ତଥ୍ୟରେ ଉତ୍ତର ଦେଇଥିଲେ।

ନୂଆଦିଲ୍ଲୀରେ ଥିବା ପଶ୍ଚିମ ଓଡ଼ିଶା ଛାତ୍ର ସଙ୍ଗଠନ ପକ୍ଷରୁ ଲୋକେଶ ଦୁର୍ଗାଙ୍କ ନେତୃତ୍ୱରେ ରାଷ୍ଟ୍ରପତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ରାଜ୍ୟର ୯ ଜଣ ସାଂସଦ ଏବଂ କଳାହାଣ୍ଡି ଜିଲ୍ଲାର ୫ ଜଣ ବିଧାୟକ ତୁରନ୍ତ ଏ ବାବଦରେ ହସ୍ତକ୍ଷେପ କରିବାକୁ ଲିଖିତ ଭାବେ ଜଣାଇଥିଲେ।

ଲୋକସଭା ସାଂସଦ ମାଳବିକା ଦେଓ ମଧ୍ୟ ଲୋକସଭାରେ ଏ ନେଇ ପ୍ରଶ୍ନ କରିଥିଲେ।

ହେଲେ ପ୍ରସ୍ତାବିତ ଏହି ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍‌ ବର୍ତ୍ତମାନ ମୟୂରଭଞ୍ଜରେ ସ୍ଥାପନ ନେଇ ସବୁଜ ସଙ୍କେତ ମିଳିବା ପରେ କଳାହାଣ୍ଡିବାସୀ ଜଳକା ବୋଲି ଆଲୋଚନା ହେଉଛି।"