Nashik Horror: ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ, ଅସଦାଚରଣ କରୁଥିଲେ, ପ୍ରତିବାଦ କରିବାରୁ ଆହୁରି ହିଂସ୍ର ରୂପ ଧାରଣ କଲେ

Jul 14, 2026 - 14:45
Nashik Horror: ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ, ଅସଦାଚରଣ କରୁଥିଲେ, ପ୍ରତିବାଦ କରିବାରୁ ଆହୁରି ହିଂସ୍ର ରୂପ ଧାରଣ କଲେ

ଯୁବତୀଙ୍କୁ କରୁଥିଲେ ଅସଦାଚରଣ। ପ୍ରତିବାଦ କରିବାରୁ ୧୫ କିଲୋମିଟର ଯାଏଁ ପିଛା କରି ଗଲେ। ଅଧାବାଟରେ ଅଟକାଇ ଗାଡି ଭାଙ୍ଗିଲେ ଓ ପରିବାର ଲୋକଙ୍କୁ ଆକ୍ରମଣ କଲେ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ନାସିକ ଜିଲ୍ଲାରେ। 

ପୀଡିତ ପରିବାର ନାସିକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବଲି ଜଳପ୍ରପାତ ବୁଲିବାକୁ ଯାଇଥିଲେ। ହେଲେ ସେଠାରେ ସେମାନଙ୍କ ସହ ଯାହା ଘଟିଲା, ତାହା ଅତ୍ୟନ୍ତ ଲୋମଟାଙ୍କୁରା ଘଟଣା। ଉକ୍ତ ପରିବାରର ଜଣେ ଯୁବତୀଙ୍କୁ ସେଠାରେ କିଛି ଅସାମାଜିକ ବ୍ୟକ୍ତି Sexual Harassment କରୁଥିଲେ। ହେଲେ ପରିବାର ଲୋକ ଏହାକୁ ବିରୋଧ କରିଥିଲେ ଏବଂ ଅଭିଯୁକ୍ତମାନଙ୍କୁ ଏପରି ନ କରିବାକୁ ତାଗିଦ କରିଥିଲେ। କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇ ଯାଇଥିଲେ ଅଭିଯୁକ୍ତମାନେ। ଏହାପରେ ଉକ୍ତ ପରିବାର ଲୋକେ ସେଠାରୁ କାର ଯୋଗେ ପଳାଇ ଆସିଥିଲେ। 

ହେଲେ ଏତିକିରେ ସରିନଥିଲା ସେହି ଅଭିଯୁକ୍ତଙ୍କ ଦୁର୍ବ୍ୟବହାର। ଦୁର୍ବୃତ୍ତ ଆହୁରି ହିଂସ୍ର ରୂପ ଧାରଣ କରି ପରିବାରକୁ ପିଛା କରିଥିଲେ। ପ୍ରାୟ ୧୫ କିଲୋମିଟର ଯାଏଁ ସେମାନଙ୍କୁ ଗୋଡାଇଥିଲେ। ରାସ୍ତାରେ କାର୍‌କୁ ବାରମ୍ବାର ଅଟକାଇବାକୁ ଚେଷ୍ଟା କରିବା ସହ ସେମାନେ ନିଜ ପାଖରେ ଥିବା ଲୁହା ରଡ୍ ଏବଂ ବାଡ଼ି ସାହାଯ୍ୟରେ ଗାଡ଼ି ଉପରକୁ ଜୋରଦାର ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁଁ କାର୍‌ର କାଚ ଭାଙ୍ଗିଯାଇଛି କିନ୍ତୁ ପରିବାରର ସଦସ୍ୟମାନେ କୌଣସି ମତେ ନିଜ ଜୀବନ ବଞ୍ଚାଇ ସେଠାରୁ ଖସି ଆସିବାରେ ସଫଳ ହୋଇଛନ୍ତି।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ଜଣେ ଯୁବତୀ ନିଜ ପରିବାର ସହ ଥିବା ବେଳେ ସୁରକ୍ଷିତ ନଥିଲା ବେଳେ କିଭଳି ଏକୁଟିଆ ସୁରକ୍ଷିତ ରହିପାରିବ। ଏହି ଘଟଣାଟି ପୁଣି ଥରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ମହିଳା ଓ ସାଧାରଣ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।