Narendra Modi: ପ୍ରଧାନମନ୍ତ୍ରୀ ମୋଦୀଙ୍କର କେଉଁ ବ୍ୟାଙ୍କରେ ଅଛି ଆକାଉଣ୍ଟ? ଜାଣନ୍ତୁ କେଉଁଠି ରହିଛି ଏହି ଶାଖା

Sep 17, 2026 - 17:53
Narendra Modi: ପ୍ରଧାନମନ୍ତ୍ରୀ ମୋଦୀଙ୍କର କେଉଁ ବ୍ୟାଙ୍କରେ ଅଛି ଆକାଉଣ୍ଟ? ଜାଣନ୍ତୁ କେଉଁଠି ରହିଛି ଏହି ଶାଖା

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସେପ୍ଟେମ୍ବର ୧୭ ତାରିଖରେ ୭୬ ବର୍ଷ ବୟସରେ ପାଦ ଥାପିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ସ୍ଥିତି, ମୋଟ ସମ୍ପତ୍ତି ଏବଂବ୍ୟାଙ୍କଆକାଉଣ୍ଟକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ନିର୍ବାଚନୀ ଆଫିଡେଭିଟ ଅନୁଯାୟୀ, ତାଙ୍କର ମୁଖ୍ୟ ବ୍ୟାଙ୍କ ଆକାଉଣ୍ଟ କେଉଁଠାରେ ଅଛି ଏବଂ ତାଙ୍କ ପାଖରେ କେତେ ସମ୍ପତ୍ତି ରହିଛି, ସେ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି।Advertisment ଆହୁରି ପଢନ୍ତୁ :Witchcraft Suspicion ଗୁଣି ଗାରେଡ଼ି ସନ୍ଦେହରେ ପିଟିପିଟି ମାରିଦେ‌ଇଥିଲେ,  ୧୫ ଦିନ ପରେ ୧୨ ଅଭିଯୁକ୍ତ ଗିରଫ ଗୁଜରାଟର ଗାନ୍ଧୀନଗର ଶାଖାରେ ଅଛି ମୁଖ୍ୟ ଆକାଉଣ୍ଟପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୁଖ୍ୟ ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର ଗୁଜରାଟସ୍ଥିତ ଗାନ୍ଧୀନଗର ମୁଖ୍ୟ ଶାଖା ରେ ରହିଛି।

ତାଙ୍କର ବ୍ୟାଙ୍କ ଜମାର ଏକ ବଡ଼ ଭାଗ ଏହି ଶାଖାରେ ହିଁ ଗଚ୍ଛିତ ଅଛି।

ଏହା ବ୍ୟତୀତ ନିର୍ବାଚନ ସମୟରେ ବାରାଣସୀସ୍ଥିତ ଏସବିଆଇ ଶାଖାରେ ମଧ୍ୟ ତାଙ୍କର ଆଉ ଗୋଟିଏ ଆକାଉଣ୍ଟ ଖୋଲାଯାଇଥିଲା।

ନିର୍ବାଚନୀ ଶପଥପତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ମୋଟ ସମ୍ପତ୍ତି ପ୍ରାୟ ୩.୦୨ କୋଟି ଟଙ୍କା।

ତାଙ୍କ ଆର୍ଥିକ ସମ୍ପତ୍ତିର ସବୁଠାରୁ ବଡ଼ ଅଂଶ ଅର୍ଥାତ୍ ପ୍ରାୟ ୨.୮୫ କୋଟି ଟଙ୍କା ଏସବିଆଇର ଫିକ୍ସଡ୍ ଡିପୋଜିଟ୍ ଆକାରରେ ରହିଛି।

ଆହୁରି ପଢନ୍ତୁ :Arrested: ବାଂଲାଦେଶର ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସ କିଏ, କାହିଁକି ହୋଇଛନ୍ତି ଗିରଫ?

ସେହିପରି ତାଙ୍କ ସେଭିଂସ ଆକାଉଣ୍ଟରେ ପ୍ରାୟ ୮୦,୩୦୪ ଟଙ୍କା ଜମା ଥିବାବେଳେ ନ୍ୟାସନାଲ ସେଭିଂସ ସାର୍ଟିଫିକେଟ୍ ଯୋଜନାରେ ସେ ପ୍ରାୟ ୯.୧୨ ଲକ୍ଷ ଟଙ୍କା ନିବେଶ କରିଛନ୍ତି।

ତାଙ୍କ ପାଖରେ ପ୍ରାୟ ୪୫ ଗ୍ରାମ ଓଜନର ୪ଟି ସୁନା ମୁଦି ରହିଛି, ଯାହାର ଆନୁମାନିକ ମୂଲ୍ୟ ୨.୬୭ ଲକ୍ଷ ଟଙ୍କା।

ଆହୁରି ପଢନ୍ତୁ :Thalapathy Vijay: ଆବଶ୍ୟକ ନାହିଁ ବାପାଙ୍କର ପ୍ରଚାର: "ସିଗ୍‌ମା"ର ପ୍ରଚାର କରିବେନି ଥଲପତି ବିଜୟ, କାରଣ ଦର୍ଶାଇଲେ ପୁଅ ଜେସନ୍ ସଞ୍ଜୟ ବଡ଼କଥା ଯେ ପ୍ରଧାନମନ୍ତ୍ରୀଙ୍କର କୌଣସି ସେୟାର ବଜାର, ମ୍ୟୁଚୁଆଲ ଫଣ୍ଡ, କର୍ପୋରେଟ୍ ବଣ୍ଡ କିମ୍ବା ଏଲଆଇସି ପଲିସିରେ ନିବେଶ ନାହିଁ।

ସବୁଠାରୁ ରୋଚକ କଥା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ କୌଣସି ଜମି, ଘର, ଫ୍ଲାଟ୍ କିମ୍ବା ବ୍ୟବସାୟିକ ସମ୍ପତ୍ତି ନାହିଁ।

ପୂର୍ବରୁ ଗାନ୍ଧୀନଗରରେ ଥିବା ତାଙ୍କର ଗୋଟିଏ ଜମି ଅଂଶକୁ ସେ ଦାନ କରିସାରିଛନ୍ତି।

ଏହା ସହିତ ତାଙ୍କ ନାମରେ କୌଣସି କାର, ମୋଟରସାଇକେଲ କିମ୍ବା ଅନ୍ୟ ଗାଡ଼ି ମଧ୍ୟ ନାହିଁ।

ତାଙ୍କ ଉପରେ କୌଣସି ପ୍ରକାରର ବ୍ୟାଙ୍କ ଋଣ କିମ୍ବା ଆର୍ଥିକ ଦେଣନେଣର ବାକି ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)