Narendra Modi: କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ କଥା ‌ହେଲେ ମୋଦୀ

Oct 13, 2026 - 21:21
Narendra Modi: କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ କଥା ‌ହେଲେ ମୋଦୀ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଟେଲିଫୋନ୍‌‌ରେ କଥା ହୋଇଛନ୍ତି।

ଉଭୟଙ୍କ ମଧ୍ୟରେ ଏକ ଫଳପ୍ରଦ କଥାବାର୍ତ୍ତା ହୋଇଛି ବୋଲି ମୋଦୀ କହିଛନ୍ତି।

ଭାରତ-କାନାଡ଼ା ସମ୍ପର୍କକୁ ଏକ ସକାରାତ୍ମକ ଗତି ଦେବା ପାଇଁ ଉଭୟ ନେତା ରାଜି ହୋଇଛନ୍ତି ବୋଲି ମୋଦୀ କହିଛନ୍ତି।

Advertisment ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ଏକ ‌ପୋଷ୍ଟ୍‌ କରି ମୋଦୀ କହିଛନ୍ତି, ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତି , ସୁରକ୍ଷା ଏବଂ ଜନ ସମ୍ପର୍କ ଉପରେ ସେମାନେ ଆଲୋଚନା କରିଛନ୍ତି।

ଉଭୟ ରାଷ୍ଟ୍ର ଅଧିକ ସ୍ଥିର ଏବଂ ଏକ ସମୃଦ୍ଧ ବିଶ୍ବ ଦିଗରେ ଏକାଠି କାମ କରୁଛନ୍ତି ଏବଂ ବାଣିଜ୍ୟିକ ସମ୍ପର୍କରେ ହୋଇଥିବା ପ୍ରଗତିକୁ ସୁଦୃଢ଼ କରିବା ଦିଗରେ ଉଭୟ ନେତା ରାଜି ହୋଇଛନ୍ତି ବୋଲି ମୋଦୀ କହିଛନ୍ତି।

ତେବେ ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତ ମାର୍କ କାର୍ନିଙ୍କୁ ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ଏହାର ମୁଖ୍ୟ ଅତିଥି କରିବାର ସମ୍ଭାବନା ରହିଛି।

ମୋଦୀ ମଧ୍ୟ ଆସନ୍ତା ଡିସେମ୍ବରରେ କାନାଡ଼ା ଗସ୍ତ କରିବେ।

Triranga: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ "ହର୍ ଘର୍ ତ୍ରିରଙ୍ଗା " ଅଭିଯାନ ଜନ ଆନ୍ଦୋଳନରେ ପରିଣତ ହୋଇଛି: ମୁଖ୍ୟମନ୍ତ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)