Welcome!

Unlock your personalized experience.
Sign Up
block-728

NABARD loan: ନାବାର୍ଡ ଋଣ ହାତଛଡ଼ା କଲା ଜଳସମ୍ପଦ ବିଭାଗ: ୯୭୯୭ କୋଟି ଟଙ୍କା ଖର୍ଚ୍ଚ କରିପାରିଲେନି, ଫେରିଗଲା

Aug 24, 2026 - 03:13
NABARD loan: ନାବାର୍ଡ ଋଣ ହାତଛଡ଼ା କଲା ଜଳସମ୍ପଦ ବିଭାଗ: ୯୭୯୭ କୋଟି ଟଙ୍କା ଖର୍ଚ୍ଚ କରିପାରିଲେନି, ଫେରିଗଲା

ଭୁବନେଶ୍ବର: ୨୦୨୯-୩୦ ସୁଦ୍ଧା ରାଜ୍ୟର ଅତିରିକ୍ତ ୧୫ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟ ସରକାର ନିଜସ୍ବ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ସହାୟତା, ନାବାର୍ଡ, ବିଶ୍ବବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଆଦିରୁ ଋଣ ଆଣି ବହୁ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଏବେ ନାବାର୍ଡ ମଞ୍ଜୁର କରିଥିବା ୯୭୯୬.୯୬କୋଟି ଟଙ୍କା ଋଣ ରାଜ୍ୟ ସରକାର ହାତଛଡ଼ା କରିଛନ୍ତି। ଅର୍ଥାତ୍ ରାଜ୍ୟ ସରକାର ଏହି ଟଙ୍କା ଉଠାଇବାକୁ ଯୋଜନା କରିବା ବେଳକୁ ନାବାର୍ଡ କହିଛି ଯେ ଋଣ ଦେବା ଅବଧି ସରିଯାଇଛି, ଆଉ ଅର୍ଥ ମଞ୍ଜୁର ହେବନି। ଧାର୍ଯ୍ୟ ଅବଧି ମଧ୍ୟରେ ଅର୍ଥ ଖର୍ଚ୍ଚ କରିନପାରିବାରୁ ଏହି ଯୋଜନାରେ ଋଣ ଟଙ୍କା ମିଳିବନି।

Demand: ମୟୂରଭଂଜର ୩ଟି ରେଳ ପ୍ରକଳ୍ପର ଭୂମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଦାବି

ଜଳସମ୍ପଦ ବିଭାଗ ସୂଚନା ଅନୁଯାୟୀ, ଓଡ଼ିଶାରେ ବୃହତ୍‌ ଏବଂ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ପାଇଁ ନାବାର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍)ରେ ୨୦୨୧-୨୨‌ ଆର୍ଥିକ ବର୍ଷରୁ ଟ୍ରେଞ୍ଚ (ଏକ୍ସଏକ୍ସଭିଆଇଆଇ)ରେ ଋଣ ମଞ୍ଜୁର ହୋଇଥିଲା। ଏଥିରେ ରାଜ୍ୟ ସରକାର ବିଭିନ୍ନ ସମୟରେ ଅର୍ଥ ଉଠାଣ କରିଥିବାବେଳେ ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏଥିରେ ୯୭୯୬.୯୬କୋଟି ଟଙ୍କା ଥିଲା। ଅର୍ଥାତ୍ ରାଜ୍ୟ ସରକାର ଏହି ଋଣ ଉଠାଇବାର ସୁଯୋଗ ଥିଲା। କିନ୍ତୁ ରାଜ୍ୟ ସରକାର କେଉଁ ପ୍ରକଳ୍ପରେ ଏହି ଅର୍ଥ ଖର୍ଚ୍ଚ କରିବେ, କେତେ ଟଙ୍କା ଖର୍ଚ୍ଚ କରିବେ ସେନେଇ ଟେଣ୍ଡର ପ୍ରକ୍ରିୟା କରିପାରିଲେନି କି କାମ ଆରମ୍ଭ ହେଲାନି। ନିକଟରେ ଏହି ଋଣ ଟଙ୍କା ଉଠାଇବାକୁ ନାବାର୍ଡକୁ କହିବାରୁ ନାବାର୍ଡ କର୍ତ୍ତୃପକ୍ଷ କହିଥିଲେ ଯେ ଏହି ଋଣ ଅବଧି ସରିଯାଇଛି, ଏବେ ଆଉ ଏହି ଅର୍ଥ ଦେଇହେବନି।

ନାବାର୍ଡ ଋଣ ହାତଛଡ଼ା କଲା ଜଳସମ୍ପଦ ବିଭାଗ
ବିଭାଗୀୟ ଯନ୍ତ୍ରୀ ପ୍ରକଳ୍ପ ପ୍ରସ୍ତୁତ କରିପାରିଲେନି
ମାର୍ଚ୍ଚ ସୁଦ୍ଧା ଆଉ ୨୪୦୭କୋଟି ଖର୍ଚ୍ଚ ନକଲେ ଫେରିଯିବ

ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନାବାର୍ଡରୁ ଯେଉଁ ଋଣ ମିଳିଥାଏ ସେଥିରେ ରାଜ୍ୟ ସରକାରଙ୍କୁ କମ୍‌ ସୁଧ ଦେବାକୁ ପଡ଼ିଥାଏ। ଏହାସହ ନାବାର୍ଡ ଏକ ସଙ୍ଗେ ଋଣ ଅନୁମୋଦନ କଲେ ବି ଯେତିକି ଅର୍ଥ ଉଠାଣ ହୁଏ ସେହି ସମୟରୁ ସୁଧ ହିସାବ ହୁଏ। ଏଥିରେ ଜଳସମ୍ପଦ ବିଭାଗ ବିଭିନ୍ନ ପ୍ରକଳ୍ପ କରିବା ସମୟରେ ଯେତିକି କାର୍ଯ୍ୟ ହୋଇଥାଏ ସେହି ଅନୁଯାୟୀ ବିଲ୍‌ ଦାଖଲ ହେଲେ ବିଭାଗ ଅର୍ଥ ଆଣି ଠିକା ସଂସ୍ଥାକୁ ଦିଏ। ଏପରିକି ବିଭିନ୍ନ ପ୍ରକଳ୍ପରେ ରାଜ୍ୟ ସରକାର ଅର୍ଥ ଦିଅନ୍ତି ଓ ପରେ ଉକ୍ତ ପ୍ରକଳ୍ପ ବାବଦକୁ ଆର୍‌ଆଇଡିଏଫ୍‌ ଯୋଜନାରେ ଅର୍ଥ ମଞ୍ଜୁର ହୁଏ। ବିଭାଗୀୟ ଅଧିକାରୀମାନେ କେଉଁ ଜିଲ୍ଲାରେ କେଉଁ ଯୋଜନାରେ ପ୍ରକଳ୍ପ କରିବେ ସେନେଇ ନିଷ୍ପତ୍ତି ନେବାରେ ବିଳମ୍ବ କରିବାରୁ ଏହି ଅର୍ଥ ଏବେ ଓଡ଼ିଶା ପାଇବନି। ଏବେ ବିଭାଗ ପକ୍ଷରୁ ଆର୍‌ଆଇଡିଏଫ୍‌ର ଟ୍ରେଞ୍ଚ (ଏକ୍ସଏକ୍ସଏକ୍ସଆଇ)କୁ ଉକ୍ତ ଋଣ ରାଶି ୯୭୯୬.୯୬କୋଟି ଟଙ୍କା ସ୍ଥାନାନ୍ତର କରିବାକୁ କହିବାରୁ ନାବାର୍ଡ କର୍ତ୍ତୃପକ୍ଷ ଉକ୍ତ ଋଣ ଯୋଜନା ବନ୍ଦ ହୋଇଯାଇଥିବା କହିଛନ୍ତି। ଏହି ଋଣ ନେବାର ଅବଧି ୫ବର୍ଷ ଥିବାରୁ ସେହି ସମୟରେ ବିଭାଗକୁ ଯୋଜନା ପ୍ରସ୍ତୁତ କରିବାର ଥିଲା।

Demand: ମୟୂରଭଂଜର ୩ଟି ରେଳ ପ୍ରକଳ୍ପର ଭୂମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଦାବି

ନାବାର୍ଡ ପକ୍ଷରୁ ଟ୍ରେଞ୍ଚ (ଏକ୍ସଏକ୍ସଭିଆଇଆଇଆଇ)ରେ ଅର୍ଥାତ୍ ୨୦୨୨-୨୩ରେ ରାଜ୍ୟରେ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ଭଳି ପ୍ରକଳ୍ପ ପାଇଁ ଋଣ ମଞ୍ଜୁର ହୋଇଥିଲା। ଏଥିରେ ଏବେ ବୃହତ୍‌ ଏବଂ ମଧ୍ୟମ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୭୭୭.୯୪କୋଟି ଟଙ୍କା ଏବଂ ଓଡ଼ିଶା ଉଠା ଜଳସେଚନ ନିଗମକୁ ୬୨୯.୧୭କୋଟି ଟଙ୍କା ପ୍ରକଳ୍ପ ପାଇଁ ଋଣ ମିଳିଛି। ଏହି ୨୪୦୭.୧୧କୋଟି ଟଙ୍କା ଆସନ୍ତା ମାର୍ଚ୍ଚ ୧୫ତାରିଖ ସୁଦ୍ଧା ଖର୍ଚ୍ଚ କରି ବିଲ୍‌ ଦେବାକୁ ପଡ଼ିବ। ନଚେତ୍ ମାର୍ଚ୍ଚ ୩୧ରେ ଏହି ଟଙ୍କା ବି ଫେରିଯିବ ବୋଲି ନାବାର୍ଡ କହିଛି। ତେଣୁ ବିଭାଗ ପକ୍ଷରୁ ଏବେ ଏଥିପାଇଁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରାଥମିକ ସର୍ଭେ ଓ ଟେଣ୍ଡର ପ୍ରକ୍ରିୟା କରିବାକୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)