Nabarangpur POCSO Case: ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା: ଦୋଷୀଙ୍କୁ ୨୦ ବର୍ଷ ଜେଲ୍‌, ୩୦ ହଜାର ଟଙ୍କା ଜରିମାନା

Oct 12, 2026 - 19:40
Nabarangpur POCSO Case: ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା: ଦୋଷୀଙ୍କୁ ୨୦ ବର୍ଷ ଜେଲ୍‌, ୩୦ ହଜାର ଟଙ୍କା ଜରିମାନା

"ନବରଙ୍ଗପୁର(ସୁରେଶ ନାଇଡ଼ୁ): ୨୦୨୪ରେ ନବରଙ୍ଗପୁର ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ସେହିଥାନା ଅଂଚଳର ଅଭିଯୁକ୍ତ ଡେଭିଡ ଗରଡ଼ା ଦୁଷ୍କର୍ମ କରିଥିଲେ।

ଏଥିରେ ନାବାଳିକା ଜଣକ ଗର୍ଭଧାରଣ କରିଥିବା ବେଳେ ବଳପୂର୍ବକ ଧମକଚମକ ଦେଇ ଗର୍ଭପାତ କରାଇଥିଲେ।

ଏହି ମାମଲାର ବିଚାର କରି ଆଜି (ସୋମବାର) ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପକ୍ସୋକୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଏହାସହ ୨୦ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି।

ଏହା ସହ ଜରିମାନା (ଅର୍ଥଦଣ୍ଡ) ବାବଦକୁ ୩୦ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।Advertisment Minor's rapist: ନାବାଳିକା ଦୁଷ୍କର୍ମକାରୀକୁ ୨୫ବର୍ଷ ଜେଲ୍: ସ୍କୁଲ୍‌ ହତାରୁ ପରିତ୍ୟକ୍ତ ଘରକୁ ଟେକି ନେଇଥିଲାମାମଲାର ବିବରଣୀ ମୁତାବକ, ନାବାଳିକାକୁ ନିଜକୁ ଜଣେ ମନସ୍ତତ୍ବବିଦ୍ ଭାବେ ପରିଚୟ ଦେଇ ଡେଭିଡ୍‌ ନବରଙ୍ଗପୁର ଟାଉନ ଥାନା ଅଂଚଳର ପୀଡ଼ିତାଙ୍କୁ ଡରାଇ ଧମକାଇ ଦୁଷ୍କର୍ମ କରିଥିଲେ।

କାହାରିକୁ କହ‌ିଲେ ଜୀବନରେ ମାରିବାକୁ ବି ଧମକ ଦେଇଥିଲେ।

ଏହାପରେ ଏକାଧିକ ଥର ନାବାଳିକାକୁ ଡରାଇ ଧମକାଇ  ଶାରିରୀକ ସମ୍ପର୍କ ରଖିଥିଲେ।

ଫଳ ସ୍ବରୁପ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ।

ନାବାଳିକାର ଅଜାଣତରେ କିଛି ଔଷଧ ଦେବା ପରେ ଗର୍ଭପାତ ହୋଇଥିଲା।

ପୀଡିତା ଜଣକ ଭୁବନେଶ୍ବର ପଢ଼ିବାକୁ ଯାଇଥିଲେ।

ସେଠାକୁ ଯାଇ ଏବଂ ପରିବାରବର୍ଗକୁ ନାବାଳିକାକୁ ମିଶିବାକୁ କହିବା ପାଇଁ ଧମକ ଦେଇଥିଲେ ଅଭିଯୁକ୍ତ।

ଏପରିକି ସାମାଜିକ ଗଣମାଧ୍ୟମରେ ବି ଫଟୋଚିତ୍ର ଛାଡିଥିଲେ।

POCSO Case ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଓ ଜରିମାନାଏସମ୍ପର୍କରେ  ପୀଡିତା ଓ ପରିବାରବର୍ଗ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ।

ଅଭିଯୋଗ ଆଧାରରେ ତଦନ୍ତ କରି  ଅଭିଯୁକ୍ତ ଡେଭିଡ୍‌କୁ ପୁଲିସ ଗିରଫ କରିଥିଲା।

ପୀଡ଼ିତା ନାବାଳିକା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଇଥିଲେ।

ଏହି ମାମଲା‌ର ବିଚାର ଚାଳିଥିବା ବେଳେ  ୧୮ଜଣ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

ସାକ୍ଷ୍ୟଙ୍କ ବୟାନ ଓ ପ୍ରମାଣ ଆଧାରରେ  ମାଜିଷ୍ଟ୍ରେଟ୍‌ ଏହି ରାୟ ଶୁଣାଇଛନ୍ତି।

ଏହା ସହ ଜିଲ୍ଲା ଆଇନସେବା ପ୍ରାଧୀକରଣକୁ ଉକ୍ତ ନାବାଳିକାକୁ ଅନୁକୁମ୍ପାମୂଳକ ସହାୟତା ୭ଲକ୍ଷ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମୃତ୍ୟୁଞ୍ଜୟ ମହାରାଣା  ମାମଲା ପରିଚାଳନା କରୁଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)