Nabarangpur Bus Stand ସରକାର ବଦଳିଲା, ୫୮ଲକ୍ଷ ଟଙ୍କାର ନବରଙ୍ଗପୁର ବସ୍‌ଷ୍ଟାଣ୍ଡ୍‌ ଧୂଳିରେ ମିଶିଲା

Aug 02, 2026 - 19:56
Nabarangpur Bus Stand ସରକାର ବଦଳିଲା, ୫୮ଲକ୍ଷ ଟଙ୍କାର ନବରଙ୍ଗପୁର ବସ୍‌ଷ୍ଟାଣ୍ଡ୍‌ ଧୂଳିରେ ମିଶିଲା

"ନବରଙ୍ଗପୁର (ସୁରେଶ ନାଇଡ଼ୁ): ସର୍ବସାଧାରଣ ସମ୍ପତ୍ତି ନଷ୍ଟ କଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି।

କିନ୍ତୁ ଯେତେବେଳେ ସରକାର ନିଜେ ଏହି କ୍ଷତି କରନ୍ତି ତେବେ କାହାକୁ ଦୋଷ ଦେ‌ବେ?

କିନ୍ତୁ ଅନେକ ସମୟରେ ରାଜନୈତିକ ବିଦ୍ବେଷ ଯୋଗୁଁ ଲୋକଙ୍କ କୋଟିକୋଟି ଟଙ୍କାର କରରେ ନିର୍ମିତ ପ୍ରକଳ୍ପ ନଷ୍ଟ ହେଉଛି।

ଏଭଳି ଏକ ଘଟଣା ନବରଙ୍ଗପୁରରେ ଦେଖିବାକୁ ମିଳିଛି।

ବିଜେଡି ଅମଳରେ ନିର୍ମାଣ ହୋଇଥିବା ୫୮ଲକ୍ଷ ଟଙ୍କାର ବସ୍‌ଷ୍ଟାଣ୍ଡ୍‌କୁ ବର୍ତ୍ତମାନର ବିଜେପି ସରକାର ଅମଳରେ ଭାଙ୍ଗି ମାଟିରେ ମିଶାଇ ଦେବା ପରେ ପୁଣି ୫୦ କୋଟି ଟଙ୍କାରେ ଅଟଳ ବସ୍‌ଷ୍ଟାଣ୍ଡ କରିବାକୁ ଯୋଜନା ଆରମ୍ଭ କରିଛନ୍ତି।

Advertisment officer vacancies ନବରଙ୍ଗପୁର ଜିଲ୍ଲା ୧୫ ଅଧିକାରୀ ପଦବି ଖାଲି, ଥୋକାଏ ଜିଲ୍ଲାବାହାର ବଦଳି ପାଇଁ ଗୋଡ଼ ଟେକିଛନ୍ତି ବିଜେଡି ସରକାର ଅମଳରେ ରାଜ୍ୟଗୃହ ଓ ନଗରଉନ୍ନୟନ ବିଭାଗ ପକ୍ଷରୁ ଚିଠି ନମ୍ବର ୧୦୬୭୫/୨୩.୬.୨୦୨୨ରେ ୫.୬୯କୋଟି ଟଙ୍କାରେ ନବରଙ୍ଗପୁର ମୋ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା।

୨୦୨୩ରେ ଟେଣ୍ଡର ପାଇ ଏକ ଠିକାସଂସ୍ଥା କାମ ଆରମ୍ଭ କରିଥିଲେ।

୨୦୨୪ରେ ସୁଦ୍ଧା ପ୍ରକଳ୍ପ ଶେଷ ହେବା ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା।

ତେବେ ଠିକା ସଂସ୍ଥା ୫୮ଲକ୍ଷ ଟଙ୍କାର କାମ କରିବା ପରେ ବସଷ୍ଟାଣ୍ଡ ପରିସରସ୍ଥ ଦୋକାନ ମାଲିକମାନେ ଷ୍ଟଲ୍‌ ନ ଛାଡି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

ଆଇନର ଜଟିଳ ଗଣ୍ଠିରେ କାମ ଲଟକି ରହିଥିଲା।

ତେବେ ନୂଆ ସରକାର ଆସିବା ପରେ ପୂରଣା ଯୋଜନାକୁ ବନ୍ଦ କରି ୫୦କୋଟିରେ ଅଟଳ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଯୋଜନା କରିଛନ୍ତି।

ନୂଆ ସରକାର ଆସିବା ପରେ ଷ୍ଟଲ ମାଲିକ ମାନେ ମଧ୍ୟରେ ରାଜି ହୋଇଛନ୍ତି।

ଏହା ପରେ ଠିକା ସଂସ୍ଥା ୫୮ଲକ୍ଷରେ ନିର୍ମାଣ ହୋଇଥିବା କାମକୁ ସମ୍ପୁର୍ଣ୍ଣ ରୁପେ ଭାଙ୍ଗି ମା‌ଟିରେ ମିଶାଇ ଦେଇଛନ୍ତି।

Nabarangpur Development Plan ଜିଲ୍ଲାର ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ ଖବର ନେବାରୁ ଜଣାଯାଇଛି ଯେ ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାର ସମ୍ପ୍ରତି ୫୦କୋଟିରେ ଅଟଳ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଯୋଜନା କରିଛି।

ଓଡିଶା ପୁଲିସ ହାଉସିଂ ଏଣ୍ଡ ୱେଲଫେୟର କରଫେରସନକୁ ଏହାର ନିର୍ମାଣ ଦାୟିତ୍ବ ଦେଇଛନ୍ତି।

ଠିକା ସଂସ୍ଥା ପୂରଣା ‌ମଡେଲକୁ ଦଳି ମକଚି ନୂଆ ମଡେଲ ଅନୁଯାୟୀ ନିର୍ମାଣ ଆରମ୍ଭ କରିଛି।

ପୂର୍ବରୁ ନିର୍ମାଣ ହୋଇଥିବା ୫୮ଲକ୍ଷର ନିର୍ମାଣାଧୀନ କାମକୁ ମାଟିରେ ମିଶାଇ‌ ଦେଇଛି।

ତେବେ ସରକାରଙ୍କ ରାଜସ୍ବକୁ ଏଭଳି ନଷ୍ଟ କରିବା ବଦଳରେ ନୂଆ ମଡେଲରେ ନିର୍ମାଣ ବେଳେ ପୂରଣା ମଡେଲକୁ ସାମିଲ କରି ନିର୍ମାଣ କରିଥିଲେ ଏହି ଟଙ୍କା ନଷ୍ଟ ହୋଇ ନଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଗତ ପେବ୍ରୁଆରି ମାସରେ ହୋଇଥିବା ସମନ୍ବୟ ବୈଠକରେ ଜିଲ୍ଲାପାଳ ଡ.ମ‌ହେଶ୍ବର ସ୍ବାଇଁ ଓ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ ଦେଇଥିବା ପ୍ରତିଶ୍ରୃତି ପରେ ଷ୍ଟଲ ମାଲିକମାନେ ନୂଆ ଅଟଳ ବସଷ୍ଟାଣ୍ଡ ନିର୍ମାଣ ପାଇଁ ରାଜି ହୋଇଥିଲେ।

ପୁରୁଣା ବସଷ୍ଟାଣ୍ଡ ପରିସରରେ ଥିବା ୮୬ଟି ଷ୍ଟଲରୁ ପୌରପାଳିକା ସର୍ଭେରେ ୪୩ଟି କାର୍ଯ୍ୟକାରୀ ହେଉଛି।

୪ଟି ପ୍ଲୋରରେ  ନିର୍ମାଣ ହେବ ଅଟଳ ବସଷ୍ଟାଣ୍ଡ ।

ତଳ ଫ୍ଲୋରରେ ବସର ପାର୍କିଂ ରହିବ।

ଉଭୟ ଘରୋଇ ଓ ସରକାରୀ ବସର ପାର୍କିଂ ଏହି ବସଷ୍ଠାଣ୍ଡରେ ହେବ।

୧୦୦ଟି ଷ୍ଟଲ ନିର୍ମାଣ କରାଯିବ।

ପୁରୁଣା ବସଷ୍ଟାଣ୍ଡର ଷ୍ଟଲ ମାଲିକଙ୍କୁ ପ୍ରମୁଖତା ଦିଆଯିବ।

ଆସନ୍ତା ୨ବର୍ଷ ମଧ୍ୟରେ ବସଷ୍ଟାଣ୍ଡ ନିର୍ମାଣର ଲକ୍ଷ୍ୟ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।