Nabakalebara: ଚପଳା ବସ୍‌ରେ ଦାରୁ ସନ୍ଧାନ: ୧୯୬୯ ମସିହା ନବକଳେବର, ଦାରୁ ଚିହ୍ନଟ ବେଳେ ଉପୁଜିଥିଲା ସମସ୍ୟା

Jul 04, 2026 - 05:03
Nabakalebara: ଚପଳା ବସ୍‌ରେ ଦାରୁ ସନ୍ଧାନ: ୧୯୬୯ ମସିହା ନବକଳେବର, ଦାରୁ ଚିହ୍ନଟ ବେଳେ ଉପୁଜିଥିଲା ସମସ୍ୟା

ପୁରୀ: ୧୯୬୯ ମସିହା ନବକଳେବର ଥିଲା ରହସ୍ୟମୟ ଓ ସବୁଠୁ ସ୍ମରଣୀୟ। ଦଇତାପତି ସେବକ ଦାରୁ ଅନ୍ବେଷଣରେ ଯିବା ବେଳେ ଖାଲି ପାଦରେ ଚାଲିଚାଲି ଯିବାର ପରମ୍ପରା ରହିଛି। ମାତ୍ର ସେଇ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ କରି ଆରମ୍ଭ ହୋଇଥିବା ‘ଚପଳା’ ବସ୍‌ରେ ଦାରୁ ଅନ୍ବେଷଣରେ ଯିବାକୁ ସ୍ଥିର ହେଲା। କିଛି ସେବକ ଚାଲିଚାଲି ଯିବାର ପରମ୍ପରା ଭାଙ୍ଗି ବସ୍‌ରେ ଯିବାକୁ ସହମତ ହେଲେ ନାହିଁ। ପରମାନନ୍ଦ ତ୍ରିପାଠୀ ଥିଲେ ପ୍ରଶାସକ। ପ୍ରଶାସନିକ ଅଧିକାରୀ ଓ ସେବକଙ୍କ ମଧ୍ୟରେ ଆଲୋଚନା ପରେ ବସ୍‌ରେ ଯିବାକୁ ନିଷ୍ପତ୍ତି ଚୂଡ଼ାନ୍ତ ହେଲା। 

Digital India: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ସାତ ସପନ

ଚାରି ଥର ଦାରୁ ଅନ୍ବେଷଣରେ ଯାଇଥିବା ହଳଧର ଦାସ ମହାପାତ୍ର ସେଥର ପ୍ରଥମଥର ବନଯାଗ ଯାତ୍ରାରେ ସାମିଲ ହୋଇଥାଆନ୍ତି। ଗଙ୍ଗାଧର ଦାସ ମହାପାତ୍ର ଦଳପତି ଓ ଲକ୍ଷ୍ମଣ ଦାସ ମହାପାତ୍ର ଉପଦଳପତି ଭାବେ ଯାତ୍ରା ଆରମ୍ଭ କଲେ। ହଳଧରଙ୍କ କହିବା ମୁତାବକ, ବନଯାଗ ଯାତ୍ରାର ପ୍ରଥମଦିନ ରାତିରେ ଜଗନ୍ନାଥ ବଲ୍ଲଭରେ ରହିଲେ। ରାତି ୩ଟା ବେଳେ ୨୩ ଜଣ ଦଇତାପତି, ପତି ମହାପାତ୍ର, ୪ ମହାରଣା, ଲେଙ୍କା ସେବକ, ଦେଉଳକରଣ ରାଧାକୃଷ୍ଣ ସାମନ୍ତରାୟ, ୫ ଜଣ ବ୍ରାହ୍ମଣ, ଏହିପରି ପ୍ରାୟ ୫୦ ଜଣ କାକଟପୁର ଅଭିମୁଖେ ବାହାରିଲେ। ଦେଉଳି ମଠ ୨କିମି ପୂର୍ବରୁ କାକଟପୁର ସେବକସାହି ଦେଇ ସରୁ ରାସ୍ତାରେ ଯିବା ବେଳେ ଅଘଟଣ ଘଟିଲା। ଜଣଙ୍କ ଚାଳ ଘର ଭିତରେ ବସ୍‌ ପଶିଗଲା। ବସ୍‌ ବାହାରି ପାରିଲା ନାହିଁ। ତେଣୁ ସେବକମାନଙ୍କ ମନକୁ ପାପ ଛୁଇଁଲା। 

୧୯୬୯ ମସିହା ନବକଳେବର
ଚାଲିଚାଲି ଯିବାର ପରମ୍ପରା ଭଙ୍ଗ ହୋଇଥିଲା
ଦାରୁ ଚିହ୍ନଟ ବେଳେ ଉପୁଜିଥିଲା ସମସ୍ୟା

ପାଦରେ ଚାଲିଚାଲି ଆସିବାର ବିଧି ଭାଙ୍ଗି ବସ୍‌ରେ ଆସିଥିବାରୁ ଏପରି ଅଘଟଣ ଘଟିଲା ବୋଲି କଥା ହେଲେ। ଟ୍ରଙ୍କ ବାକ୍ସ ଧରି ସେଠାରୁ ଚାଲିଚାଲି ଦେଉଳି ମଠ ଗଲେ। ପରଦିନ କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଯାଇ ଦଇତାପତି ସେବକମାନେ ମାଜଣା କରିବାର ବିଧି ଥିଲେ ହେଁ ସେଠାକାର ପୂଜାରୀମାନେ ଏହା କରେଇ ଦେଲେନି। ଶେଷରେ ବୁଝାବୁଝି ପରେ ମାଜଣା ସମ୍ପାଦନ କଲେ। କାକଟପୁର ପାଖରେ ନିମ୍ବ ବନିକାକୁ ଦଇତାପତିମାନେ ଦାରୁ ଖୋଜିବାକୁ ଗଲେ। ମାତ୍ର ଗୋଟେ ବି ଗଛ ଦାରୁ ଉପଯୋଗୀ ନଥିଲା। ଏପରି ୬-୭ ଦିନ ବିତିଗଲା। କିନ୍ତୁ ଦାରୁ ଚିହ୍ନଟ ହେଲାନାହିଁ। ଏଣେ ସାବିତ୍ରୀ ଅମାବାସ୍ୟ ପୂର୍ବରୁ ଦାରୁ ପହଞ୍ଚିବାର ବିଧି ଥିବାରୁ ବିଳମ୍ବ ହେଉଥିବା ଅନୁଭବ କରି ସେବକମାନେ ବ୍ୟସ୍ତ ହୋଇପଡ଼ିଲେ। ସ୍ବପ୍ନବତୀ ମନ୍ତ୍ର ପାଠ ଓ ବ୍ରାହ୍ମଣଙ୍କ ଚଣ୍ଡୀପାଠ ପରେ ମଧ୍ୟ ଫଳପ୍ରଦ ହେଲା ନାହିଁ। ବସ୍‌ରେ ଆସିବା ଯୋଗୁଁ ଏପରି ହେଉଛି ବୋଲି ସେବକମାନେ ପରସ୍ପର ମଧ୍ୟରେ ଆଲୋଚନା କଲେ।

Earthquake: ଭେନେଜୁଏଲାରେ ଯୁଗଳ ଭୂକମ୍ପ ପରେ ମୃତ୍ୟୁସଂଖ୍ୟା ବଢ଼ୁଛି