Mysterious Gun Attack Case: ବିନିକା ଗୁଳିମାଡ଼ ଘଟଣାରେ ନୂଆ ଟ୍ବିଷ୍ଟ, ସାମ୍ନାକୁ ଆସିଲା ଆଉ ଏକ FIR କପି

Jun 25, 2026 - 11:12
Mysterious Gun Attack Case: ବିନିକା ଗୁଳିମାଡ଼ ଘଟଣାରେ ନୂଆ ଟ୍ବିଷ୍ଟ, ସାମ୍ନାକୁ ଆସିଲା ଆଉ ଏକ FIR କପି

ବିନିକା ଗୁଳିମାଡ଼ ଘଟଣାରେ ନୂଆ ଟ୍ବିଷ୍ଟ | ଗତକାଲି ସୋନପୁରରୁ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ସୋନପୁର ଏସପି କହିଛନ୍ତି, କ୍ରସର ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଥିଲା | ଯାହାକୁ ନେଇ ବିନିକା ବ୍ଳକ ଅଧ୍ୟକ୍ଷା ଦିପ୍ତୀରେଖାଙ୍କ ଘରକୁ ଗୁଳିମାଡ କରିଥିଲେ | 

କିନ୍ତୁ ଏବେ ସାମ୍ନାକୁ ଆସିଛି ଆଉ ଏକ FIR କପି | ୧୯ ତାରିଖରେ ଗୁଳିମାଡ ହୋଇଥିବା ବେଳେ ୨୦ ତାରିଖରେ ବିନିକା ଥାନାରେ ବ୍ଳକ ଅଧ୍ୟକ୍ଷାଙ୍କ ସ୍ବାମୀ ଅଶୋକ ନନ୍ଦଙ୍କ ନାଁରେ କ୍ରସରକୁ ନେଇ ଗଣ୍ଡଗୋଳ ହୋଇଥିବା ନେଇ ଏକ ମାମଲା ରୁଜୁ ହୋଇଛି | 

ଗୁଳିମାଡର ଅଭିଯୁକ୍ତମାନେ ନିଜକୁ ବଞ୍ଚାଇବା ପାଇଁ ମିଛ FIR ଦେଇଥିବା ଅଭିଯୋଗ କରିଛନ୍ତି ବ୍ଳକ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନନ୍ଦ | ଘଟଣାରେ ଅଧିକ ସଂଖ୍ୟାରେ ଲୋକ ସାମିଲ ଥିବା ଏବଂ ଅଧିକ ବନ୍ଧୁକ ବ୍ୟବହାର ହୋଇଥିବା ଅଭିଯୋଗ କରିଛନ୍ତି ଅଶୋକ ନନ୍ଦ | ଏବେ ସୋନପୁର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାସୀ ସୃଷ୍ଟି ହେଉଛି।