Murder: ପାକିସ୍ତାନରେ ୭୩ ବେଲୁଚିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା

Sep 27, 2026 - 20:00
Murder: ପାକିସ୍ତାନରେ ୭୩ ବେଲୁଚିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା

"କରାଚୀ: ପାକିସ୍ତାନ ସୁରକ୍ଷା ବାହିନୀ ଗତ କିଛି ଦିନ ମଧ୍ୟରେ ୭୩ ଜଣ ବେଲୁଚିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା କରିଛି।

ପାକିସ୍ତାନ ସେନାର ମିଡିଆ ଶାଖା ଇଣ୍ଟର-ସର୍ଭିସ ପବ୍ଲିକ ରିଲେସନ୍ସ (ଆଇଏସ୍‌ପିଆର୍‌) କହିଛି ଯେ, ଗତ ୯୬ ଘଣ୍ଟା ମଧ୍ୟରେ କ୍ବେଏଟା, ଜିଆରତ୍‌, ନୋସ୍କି ଓ ତୁମ୍ପ ଜିଲ୍ଲାର ମନ୍ଦ ଅଞ୍ଚଳରେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନର ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।

Advertisment ଆଇଏସ୍‌ପିଆର୍‌ କହିଛି ଯେ, କ୍ବେଏଟାର ଶାହବାନ୍‌ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୩ ଆତଙ୍କବାଦୀ ନିହତ ହୋଇଛନ୍ତି।

ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ଜବତ ହୋଇଛି।

S Jaishankar: "ଆତଙ୍କବାଦୀ ଦେଶର ସାମ୍ବାଦିକ ମୋତେ ପ୍ରଶ୍ନ ପଚାରୁଛନ୍ତି" ୨୧ ସେ‌ପ୍ଟେମ୍ବରରେ ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ ଗତ ୭୨ ଘଣ୍ଟା ଭିତରେ ଅଧିକ ବ୍ୟାପକ କରାଯାଇଥିବାବେଳେ ୨୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଶୁକ୍ରବାର ନୋସ୍କିରେ ଅନ୍ୟ ଏକ ଅପରେସନରେ ୧୧ ଆତଙ୍କବାଦୀ ନିହତ ହୋଇଛନ୍ତି।

ମନ୍ଦରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ସେମାନଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଅନ୍ୟ ଏକ ଘଟଣାରେ ଦୁକି ଜିଲ୍ଲାରେ ଅଜଣା ବନ୍ଧୁକଧାରୀ ଏକ ନିର୍ମାଣ ସ୍ଥଳ ଉପରେ ଆକ୍ରମଣ କରି ୧୨ ଜଣ ଶ୍ରମିକଙ୍କୁ ଅପହରଣ କରିନେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)