Murder case:ଜୟପୁର ମହିଳାଙ୍କ ହତ୍ୟା ମାମଲାରେ ନୂଆ ମୋଡ଼

Jul 11, 2026 - 17:04
Murder case:ଜୟପୁର ମହିଳାଙ୍କ ହତ୍ୟା ମାମଲାରେ ନୂଆ ମୋଡ଼

"ଜୟପୁର: ଜୟପୁର ନିବାସୀ ନିରଜ ଶର୍ମାଙ୍କ ହତ୍ୟା ମାମଲା ଏବେ ନୂଆ ମୋଡ଼ ନେଇଛି।

ପୁଲିସ ବର୍ତ୍ତମାନ ନିରଜଙ୍କ ସ୍ବାମୀ ବିଜୟ ଶର୍ମାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ।

ବିଜୟ ଶର୍ମାଙ୍କର ୨୦୨୫ରେ ମୃତ୍ୟୁ ହୋଇଥିଲା।

ତେବେ ତାଙ୍କ ଭିଣୋଇଙ୍କ ମୃତ୍ୟୁ ପ୍ରାକୃତିକ ନଥିବା ନିରଜଙ୍କ ଭାଇ ପୁଲିସରେ ଅଭିଯୋଗ କରିଛନ୍ତି।

ନିରଜଙ୍କ ହତ୍ୟା ମାମଲାରେ ଝିଅ ଆୟୁଷି ଶର୍ମା ଗିରଫ ହେବା ପରେ ଏହି ନୂତନ ଅଭିଯୋଗ ହୋଇଛି।

ବାପାଙ୍କ ମୃତ୍ୟୁ ପରେ ସରକାରୀ ଚାକିରି ଓ ପାରିବାରିକ ସମ୍ପତ୍ତି ହଡ଼ପ କରିବାକୁ ଆୟୁଷି ଶର୍ମା ପ୍ରଥମେ ବାପା ଓ ପରେ ମା"ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

୨୩- ବର୍ଷୀୟ ଆୟୁଷି ଶର୍ମା ସରକାରୀ ଚାକିରି ଲୋଭରେ ନିଜ ମା"ଙ୍କୁ ସୁପାରି ଦେଇ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।Advertisment ଆହୁରି ପଢନ୍ତୁ: Textbook Error: ଏଫ୍.ଆଇ.ଆର୍ କରିବାକୁ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  ଆୟୁଷି ନିଜ ସମ୍ପର୍କୀୟ ଭାଇ ବଳରାମ ଓରଫ୍‌ ରବି ସହିତ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିଲେ।

ବଳରାମ ଏବେ ଫେରାର୍‌ ରହିଛି।

ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଜୁଲାଇ ୩ ତାରିଖରେ ଏକ କୋର୍ଟରେ ଏଲ୍‌ଡିସି ଥିବା ନିରଜଙ୍କୁ ଜୟପୁରର ପ୍ରତାପ ନଗରରେ ସ୍କୋର୍ପିଓ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା।

ଆୟୁଷିଙ୍କ ସମେତ ଏହି ହତ୍ୟା ମାମଲାରେ ୭ ଜଣ ଗିରଫ ହୋଇଛନ୍ତି।

ବଳରାମ ଫୋରର୍‌ ଅଛି।

ତେବେ ଆୟୁଷି ନିଜ ମା"ଙ୍କୁ ହତ୍ୟା କରିଥିବା ଜଣାପଡ଼ିବା ପରେ ବାପାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ଆୟୁଷିଙ୍କ ମାମୁଁ ତଥା ନିରଜଙ୍କ ଭାଇ ରାକେଶ ଶର୍ମା ଉଭୟ ପୁଲିସ ଓ କୋର୍ଟଙ୍କୁ ବିଜୟ ଶର୍ମାଙ୍କ ମୃତ୍ୟୁର ତଦନ୍ତ କରିବାକୁ କହିଛନ୍ତି।

ଆହୁରି ପଢନ୍ତୁ:Hunger Strike: ମୁଁ ଗାନ୍ଧୀ କିମ୍ବା ହିରୋ ନୁହେଁ, କେବଳ ଜଣେ ସାଧାରଣ ନାଗରିକ: ଅନଶନର ୧୪ତମ ଦିନରେ କହିଲେ ସୋନମ ୱାଙ୍ଗଚୁକ୍ ରାକେଶ ଅଭିଯୋଗ କରିଛନ୍ତି ଯେ, ରାଜସ୍ଥାନ ହାଇକୋର୍ଟରେ କୋର୍ଟ ମାଷ୍ଟର ଥିବା ବିଜୟ ଗୁରୁତର ଅସୁସ୍ଥ ଥିଲେ କିନ୍ତୁ ସେ ସୁସ୍ଥ ହେଉଥିବାବେଳେ ଆୟୁଷି ତାଙ୍କୁ ଉପଯୁକ୍ତ ଚିକିତ୍ସା ପାଇବାରୁ ବାଧା ଦେଇଥିଲେ।

ରାକେଶ ଦାବି କରିଥିଲେ ଯେ, ଆୟୁଷି ତାଙ୍କ ଭାଇ ବଳରାମଙ୍କ ସହ ମିଶି ବିଜୟଙ୍କୁ ଭଲ ଚିକିତ୍ସା ଯୋଗାଇବା ଦାବି କରି ଘରୁ ନେଇଯାଇଥିଲେ କିନ୍ତୁ ପ୍ରାୟ ତିନି ମାସ ଧରି ତାଙ୍କ କେଉଁଠି ରଖିଥିଲେ ପରିବାର ଲୋକଙ୍କୁ ଜଣାଇନଥିଲେ।

ଅଭିଯୋଗ ଅନୁଯାୟୀ, ଆୟୁଷି ପରେ ପରିବାରକୁ ଜଣାଇଥିଲେ ଯେ, ବିଜୟଙ୍କୁ ଜୟପୁରର ନିଭିକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ପର୍କୀୟମାନେ ହସ୍ପିଟାଲରେ ପହଞ୍ଚିବାବେଳେ ଡାକ୍ତରମାନେ ସେମାନଙ୍କୁ କହିଥିଲେ ଯେ, ବିଜୟଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଅଂଶ ଗୁରୁତର ଭାବେ କ୍ଷତି ହୋଇସାରିଛି।

ପରବର୍ତ୍ତୀ ସମୟରେ ଆୟୁଷି ବିଜୟଙ୍କୁ ଘରକୁ ନେଇଯାଇଥିଲେ ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆହୁରି ପଢନ୍ତୁ:Clothes Care: ଫିକା ପଡ଼ୁଛି କି ପୋଷାକର ରଙ୍ଗ?

ଘରୋଇ ଉପାୟରେ ପାଆନ୍ତୁ ସହଜ ସମାଧାନ  ରାକେଶ ଆହୁରି ଅଭିଯୋଗ କରିଛନ୍ତି ଯେ, ଆୟୁଷି ଓ ବଳରାମ ସେମାନଙ୍କ ଗାଁରେ ବିଜୟଙ୍କ ଶେଷକୃତ୍ୟ କରିଥିଲେ।

ବିଜୟଙ୍କ ମୃତ୍ୟୁ ପରେ ଆୟୁଷି କହିଥିଲେ ଯେ, ସେ ତାଙ୍କ ପିତାଙ୍କ ସରକାରୀ ଚାକିରି ପାଇଁ ଆବେଦନ କରିବେ ଓ ପରିବାରର ସମ୍ପତ୍ତି ତାଙ୍କ ନାମରେ ହସ୍ତାନ୍ତରକରିବାକୁ ମଧ୍ୟ ଜିଦ୍ ଧରିଥିଲେ।

ଆୟୁଷି ମଧ୍ୟ ତାଙ୍କ ମା"ଙ୍କ ସମ୍ମୁଖରେ ବାପାଙ୍କୁ ହତ୍ୟା କରିବାକୁ ନେଇ ପୂର୍ବରୁ ଧମକ ଦେଉଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।