Murder Attempt: ଯୁବକଙ୍କ ଗଳାକାଟି ହତ୍ୟା ଉଦ୍ୟମ

Aug 02, 2026 - 12:44
Murder Attempt: ଯୁବକଙ୍କ ଗଳାକାଟି ହତ୍ୟା ଉଦ୍ୟମ

"ନାକଟିଦେଉଳ (ଶରତ ପ୍ରଧାନ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗ୍ରାମରେ ଜଣେ ଯୁବକର ଗଳାକାଟି ହତ୍ୟା ଉଦ୍ୟମ କରାଯାଇଥିବା ଜଣାପଡିଛି l ଗୁରୁତର ଆହତ ଯୁବକ ଜଣଙ୍କ ସରାପାଲି ପଂଚାୟତ ମାରୱାଡିମୁଣ୍ଡା ଗ୍ରାମର ଟୁନା ମାହାର, ଆନୁମାନିକ ବୟସ ୩୦ବର୍ଷ lAdvertisment ବଙ୍ଗାଳି ମିସ୍ତ୍ରୀ ଥାନାରେ ଅଟକ ସୂଚନା ଅନୁସାରେ ଟୁନା ମାହାର କିଛିଦିନ ହେବ ଅଞ୍ଚଳରେ ଘରକାମ କରୁଥିବା ବଙ୍ଗାଳି (ମୁସଲମାନ )ମିସ୍ତ୍ରୀଙ୍କ ପାଖରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ l ଏ ଘଟଣା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ପହଞ୍ଚି ଡାକ୍ତରଖାନାରେ ଭର୍ତି କରିଥିଲେl ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଂଗେ ସଂଗେ ବୁର୍ଲା ସ୍ଥାନାନ୍ତର କରାଯାଇଛି l ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଏକାପାଖେ ଭଡାରେ ରହୁଥିବା ୬ରୁ ୭ଜଣ ବଙ୍ଗାଳି ମିସ୍ତ୍ରୀଙ୍କୁ ତଦନ୍ତ ପାଇଁ ପୁଲିସ ଥାନାରେ ଅଟକ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି l ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି l Accident: ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କର ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।