Harassment Case: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ବ୍ରିଜ ଭୂଷଣ

Aug 03, 2026 - 12:06
Harassment Case: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ବ୍ରିଜ ଭୂଷଣ

"ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାମାନଙ୍କ ଦ୍ୱାରା ଦାୟର ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କୁସ୍ତି ମହାସଂଘ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଭିନେଶ ଫୋଗଟ ଏବଂ ସାକ୍ଷୀ ମଲିକଙ୍କ ସମେତ ଅନ୍ୟ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ବାରା ଏନେଇ ଅଭିଯୋଗ ଦାଖଲ କରାଯାଇଥିଲା।Advertisment ସୋମବାର କୋର୍ଟ ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ଶରଣ ସିଂହ ଏବଂ ବିନୋଦ ତୋମରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଗତ ମାସରେ, କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖି ଘୋଷଣା ପାଇଁ ଅଗଷ୍ଟ ୩ ତାରିଖ ଧାର୍ଯ୍ୟ କରିଥିଲେ।

କୋର୍ଟଙ୍କ ରାୟ ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାରେ ସିଂହ କହିଥିଲେ, ମୁଁ କେବଳ କୋର୍ଟଙ୍କ ରାୟ ଶୁଣିବାକୁ ଆସିଛି।

ମୋ ହାତରେ କିଛି ନାହିଁ।

ବ୍ରିଜ ଭୂଷଣଙ୍କ ଆଇନଜୀବୀ କହିଛନ୍ତି ଯେ, ଆଦେଶର କପି ଏପର୍ଯ୍ୟନ୍ତ ମିଳିନାହିଁ।

ତା"ଉପରେ ଅଧିକ ସୂଚନା ପ୍ରଦାନ କରାଯିବ।

Boxing Medals: ଭାରତୀୟ ମୁଷ୍ଟିଯୋଦ୍ଧାଙ୍କୁ ଆୟରଙ୍କ ପ୍ରଶଂସା ରାୟ ପରେ ବ୍ରିଜଭୂଷଣ ଶରଣ ସିଂହ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଆରମ୍ଭରୁ କହିଥିଲି ଯେ ଯଦି ମୋ ବିରୋଧରେ ଅଭିଯୋଗ ପ୍ରମାଣିତ ହୁଏ ଏବଂ କୋର୍ଟର ରାୟ ମୋ ବିରୋଧରେ ଆସେ, ତେବେ ମୁଁ ନିଜକୁ ଫାଶୀ ଦେବି।

ଆଜି, କୋର୍ଟ ମୋତେ ଏବଂ ବିନୋଦ ତୋମରଙ୍କୁ ସମ୍ମାନଜନକ ଭାବରେ ଦୋଷମୁକ୍ତ କରିଛନ୍ତି।

ଏହା ମୋର ଏବଂ ମୋର ସମର୍ଥକମାନଙ୍କ ପାଇଁ ଆନନ୍ଦର ବିଷୟ।

୨୦୨୩ ମସିହାରେ ଚାର୍ଜସିଟ୍ ଦାଖଲ ହୋଇଥିଲା ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ସାଂସଦ ବ୍ରିଜ ଭୂଷଣ କୁସ୍ତି ମହାସଂଘ ମୁଖ୍ୟ ଥିବା ସମୟରେ ତାଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗରୁ ଏହି ମାମଲା ଆରମ୍ଭ ହୋଇଥିଲା।

୨୦୨୩ ମସିହାରେ, ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଯୌନ ନିର୍ଯାତନା, ଆକ୍ରମଣ ଏବଂ ଅପରାଧିକ ଧମକ ଅଭିଯୋଗ ଆଧାରରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।