Murder Accused Shot by Police: ହୋଟେଲ ମାଲିକଙ୍କୁ ହତ୍ୟା, ଅଭିଯୁକ୍ତକୁ ଏନକାଉଣ୍ଟର

Jun 24, 2026 - 12:42
Murder Accused Shot by Police: ହୋଟେଲ ମାଲିକଙ୍କୁ ହତ୍ୟା, ଅଭିଯୁକ୍ତକୁ ଏନକାଉଣ୍ଟର

ପୁରୀରେ ଏନକାଉଣ୍ଟର। ହତ୍ୟା ଅଭିଯୁକ୍ତ ଚନ୍ଦନ ପଲାରଙ୍କୁ ଏନ୍ କାଉଣ୍ଟର କରିଛି ପୋଲିସ। ଓମକାରେଶ୍ୱର ରୋଡରେ ଏନକାଉଣ୍ଟର କରିଛି ପୋଲିସ। ଆହତ ଚନ୍ଦନକୁ ଚିକିତ୍ସା ପାଇଁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ଘଟିଥିବା ବଳିଆପଣ୍ଡାରେ ହୋଟେଲ୍ ମାଲିକ ହତ୍ୟାକାଣ୍ଡରେ ଥିଲା ସଂପୃକ୍ତି। ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ। ପବିତ୍ର ନାୟକ ନାମକ ଜଣେ ଜୋଟେଲ ମାଲିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିନ୍ମୟ ସହ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି।