Murder: ରାଜଧାନୀର ଚର୍ଚ୍ଚିତ ହତ୍ୟାକାଣ୍ଡ: ଅପରାଧୀଙ୍କ ଚକ୍ରବ୍ୟୁହ ଭେଦ କରିପାରୁନି ପୁଲିସ
"ଭୁବନେଶ୍ବର: କେଉଁଠି ହତ୍ୟା କରି ଟ୍ରେନ୍ ଲାଇନ୍ରେ ଫିଙ୍ଗିଲେଣି ତ ପୁଣି କେଉଁଠି ଭଲପାଇବାର ଅଭିନୟ କରି ହୋଟେଲ୍କୁ ଡାକି ହତ୍ୟା କଲେଣି।
ରାଜଧାନୀରେ ଦିନକୁ ଦିନ ଅପରାଧୀଙ୍କ ଅପରାଧ ଘଟାଇବାର ତରିକା ବଦଳିବାର ଲାଗିଛି।
ହେଲେ ପୁଲିସ ଅପରାଧୀଙ୍କ ଚକ୍ରବ୍ୟୁହ ଭେଦ କରିପାରୁନାହିଁ।
ହତ୍ୟାକାଣ୍ଡ ମାମଲାର ଫାଇଲ ଉପରେ ଧୂଳି ବସିଗଲାଣି।
ପଚାରିଲେ, ଚିରାଚରିତ ଢଙ୍ଗରେ ଉତ୍ତର ମିଳୁଛି, ତଦନ୍ତ ଚାଲିଛି।
କିଛିଦିନ ତଳେ ଲିଙ୍ଗରାଜ ଷ୍ଟେସନ ଅଞ୍ଚଳରେ ଜଣେ ବିଲ୍ଡରଙ୍କୁ ହତ୍ୟା, ଏୟାରପୋର୍ଟ ଥାନା ଅଞ୍ଚଳରେ ଏକ ହୋଟେଲରେ ପ୍ରେମିକକୁ ହତ୍ୟା ଭଳି ଦୁଇଟି ଦୁଇଟି ହତ୍ୟା ଘଟଣାରେ ପୁଲିସ କାହାକୁ ଗିରଫ କରିପାରିନାହିଁ।Advertisment Gujarat Police: କାନ୍ଥରେ ଗୁପ୍ତ ଛିଦ୍ର କରି ଚାଲିଥିଲା ଟୋଫଲ୍ ପରୀକ୍ଷାରେ ହାଇଟେକ୍ ଜାଲିଆତି ହୋଟେଲରେ ଯୁବ ଇଂଜିନିୟରଙ୍କୁ ହତ୍ୟାଫେବ୍ରୁଆରି ୧୯ ରାତିରେ ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ହୋଟେଲରୁ ଯୁବ ଇଂଜିନିୟର ବୁବୁନା ପ୍ରଧାନଙ୍କ ମୃତଦେହ ଜବତ ଘଟଣା ଆଜି ବି ପୁଲିସ ପାଇଁ ଚ୍ୟାଲେଞ୍ଜ୍ ହୋଇ ରହିଛି।
କାରଣ ପ୍ରଥମେ ଘଟଣାକୁ ନେଇ ଏୟାରପୋର୍ଟ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପରବର୍ତ୍ତୀ ସମୟରେ ହତ୍ୟା ମାମଲା ରୁଜୁ କରିଥିଲା।
ଯେଉଁଥିରେ ପ୍ରେମିକା ଓ ତାଙ୍କ ପୁରୁଷବନ୍ଧୁଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା।
ଉଭୟଙ୍କୁ ଥାନାରେ ହାଜର ହେବାପାଇଁ ପୁଲିସ ନୋଟିସ କରିଥିଲେ ବି ସେମାନେ ଥାନାରେ ହାଜର ହୋଇନଥିଲେ।
ପାଲଟା ପୁଲିସକୁ ଚକ୍ମାଦେଇ ଖସି ଯାଇଥିଲେ।
ଘଟଣାକୁ ୪ମାସ ବିତିବାକୁ ବସିଲାଣି।
ଏପର୍ଯ୍ୟନ୍ତ ପୁଲିସ ନା ଯୁବତୀ, ତାଙ୍କ ପୁରୁଷବନ୍ଧୁଙ୍କୁ ଛୁଇଁ ପାରୁନି।
ସେମାନେ ରାଜ୍ୟ ବାହାରକୁ ଚାଲିଯାଇଥିବାରୁ ସମସ୍ୟା ସୃଷ୍ଟି ହୋଇଥିବା ପୁଲିସ କହିଛି।
ହେଲେ ସେମାନଙ୍କ ଉପରେ ନଜର ରଖାଯାଇଛି ଖୁବ୍ଶୀଘ୍ର ଉଭୟଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।
Crime: ଭଦ୍ରକ ଦିନ ଦ୍ୱିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ରେଳଧାରଣାରୁ ବିଲ୍ଡରଙ୍କ ମୃତଦେହଗତ ମାର୍ଚ୍ଚ ୩ ତାରିଖ ରାତି ସାଢ଼େ ୧୨ଟା ସମୟରେ ବିଲ୍ଡର ମୁରଲୀଧର ବେହେରା ଓରଫ ପପୁଙ୍କ ଖଣ୍ଡବିଖଣ୍ଡିତ ମୃତହେଦ ଲିଙ୍ଗରାଜ ଷ୍ଟେସନରୁ ଜବତ କରାଯାଇଥିଲା।
ପପୁଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଟ୍ରେନ୍ ଲାଇନ୍ରେ ଫିଙ୍ଗିଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।
ଯାଞ୍ଚ ବେଳେ ଷ୍ଟେସନ୍ ନିକଟ ମନ୍ଦିର ସମ୍ମୁଖରେ ଥିବା ଏକ କାର୍କୁ ଠାବ କରାଯାଇଥିଲା।
ଯେଉଁଥିରେ ପୁଳା ପୁଳା ନକଲି ନୋଟ୍ ମିଳିଥିଲା।
କାର୍ଟି ମୁରଲୀଧରଙ୍କ ବ୍ୟବସାୟୀକ ସହଯୋଗୀ ତଥା ବନ୍ଧୁ ମାନସଙ୍କର ରହିଥିଲା।
ମାନସଙ୍କୁ ପଚରାଉଚରା ବେଳେ ସେ କହିଥିଲେ ଯେ ତାଙ୍କର ବାହାରେ କାମ ଥିବାରୁ ସେ ମୁରଲୀଧରଙ୍କ କାର୍ ନେଇ ଯାଇଥିଲେ।
ତାଙ୍କ କାର୍କୁ ମୁରଲୀଧର ବ୍ୟବହାର କରୁଥିଲେ।
ହତ୍ୟାକାଣ୍ଡ ଦିନକ ପୂର୍ବରୁ ପପୁ ଜମି ବିକା ବାବଦକୁ ୧୫ଲକ୍ଷ ଟଙ୍କା ପାଇଥିଲେ।
ଯାହାକି ତାଙ୍କ ପାଖରେ ଥିଲା।
ହେଲେ କାର୍ରୁ ପୁଳାପୁଲା ନକଲି ନୋଟ୍ ଜବତ ପରେ ଘଟଣା ଏବେ ବି ସନ୍ଦେହ ଘେରରେ ରହିଛି।
ଏହାଛଡ଼ା ଆଉ ଏକ ଦିଗ ମଧ୍ୟ ପଦାକୁ ଆସିଥିଲା ଯେ ପପୁଙ୍କୁ ଆଉ ଜେଣ ଯୁବତୀ ଭଲପାଉଥିଲେ।
ମୃତ୍ୟୁର କିଛିଦିନ ପୂର୍ବରୁ ପୁପୁ ତାଙ୍କୁ ଏକ ସ୍କୁଟି କିଣିଦେଇଥିଲେ।
ଏମିତି କି ତାଙ୍କୁ ଏକ ଦୋକାନ କରିବା ପାଇଁ ଟଙ୍କା ମଧ୍ୟ ଦେଇଥିଲେ।
ଯାହାକୁ ନେଇ ପାରିବାରିକ ବିବାଦ ମଧ୍ୟ ଲାଗି ରହିଥିଲା।
ପପୁଙ୍କ ମୃତ୍ୟୁ ପଛରେ ଏମିତି ଦୁଇ ଦୁଇଟି ଦିଗକୁ ନେଇ ସନ୍ଦେହ ଲାଗି ରହିଥିବା ବେଳେ ଏପର୍ଯ୍ୟନ୍ତ ପୁଲିସ ଏହା ଉପରୁ ପରଦା ହଟାଇପାରି ନାହିଁ।"