Mumbai student protest: ମୁମ୍ବାଇର ଛାତ୍ର ଆନ୍ଦୋଳନରେ ମଡେଲ ରିୟା ଅହିରଙ୍କୁ ନେଇ ଚର୍ଚ୍ଚା

Jul 23, 2026 - 20:56
Mumbai student protest: ମୁମ୍ବାଇର ଛାତ୍ର ଆନ୍ଦୋଳନରେ ମଡେଲ ରିୟା ଅହିରଙ୍କୁ ନେଇ ଚର୍ଚ୍ଚା

"ମୁମ୍ବାଇ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ବରେ ଚାଲିଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳୁଛି।

ବୁଧବାର ମୁମ୍ବାଇର ଦାଦରସ୍ଥିତ ଶିବାଜୀ ପାର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦର୍ଶନ ବେଳେ ୨୭ ବର୍ଷୀୟା ମଡେଲ ରିୟା ଅହିର ପୁଲିସ ଭ୍ୟାନ୍‌ ସାମ୍ନାରେ ଠିଆ ହୋଇ ଆନ୍ଦୋଳନକାରୀଙ୍କୁ ନେଇଯିବାକୁ ବିରୋଧ କରିଥିବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।Advertisment ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପୁଲିସ କେତେକ ଆନ୍ଦୋଳନକାରୀଙ୍କୁ ଭ୍ୟାନ୍‌ରେ ବସାଇ ନେଉଥିବାବେଳେ ରିୟା ହଠାତ୍‌ ଗାଡ଼ି ସାମ୍ନାରେ ଠିଆ ହୋଇଯାଇଥିଲେ।

ସେ ଭ୍ୟାନ୍‌ର ବୋନେଟ୍‌ ଉପରେ ହାତ ରଖି ଗାଡ଼ିକୁ ଆଗକୁ ବଢ଼ିବାକୁ ଦେଇନଥିଲେ।

ପରେ ଅନ୍ୟ କେତେକ ପ୍ରତିବାଦକାରୀ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।

ଏହାପରେ ପୁଲିସ ଆନ୍ଦୋଳନକାରୀଙ୍କୁ ଛାଡ଼ି ଦେଇଥିବା ଦାବି କରାଯାଇଛି।

Cops Resort To Lathi-Charge: ସିଜେପି "ସଂସଦ ଚଲୋ" ଆନ୍ଦୋଳନରେ ପୁଲିସ ବଳପ୍ରୟୋଗ ମାମଲା: ଭିଡିଓ ସୁରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ରିୟା କହିଛନ୍ତି, ଜଣେ ସଚେତନ ନାଗରିକ ଭାବେ ସେ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି।

ନିଜର ସାମ୍ବିଧାନିକ ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନ ରହିବାକୁ ସେ ଯୁବପିଢ଼ିଙ୍କୁ ଆହ୍ବାନ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।