Muhurat Trading: ସାଢ଼େ ୨ରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଭାରତୀୟ ସେୟାର ବଜାରର ଘଣ୍ଟିକିଆ ମୁହୂର୍ତ୍ତ ଟ୍ରେଡିଂ

Nov 08, 2026 - 14:22
Muhurat Trading: ସାଢ଼େ ୨ରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଭାରତୀୟ ସେୟାର ବଜାରର ଘଣ୍ଟିକିଆ ମୁହୂର୍ତ୍ତ ଟ୍ରେଡିଂ

ମୁମ୍ବାଇ: ମୁହୂର୍ତ୍ତ ଟ୍ରେଡିଂ ହେଉଛି ଭାରତୀୟ ସେୟାର ବଜାରର ଏକ ବିଶେଷ ଏବଂ ପାରମ୍ପରିକ ଅଧିବେଶନ , ଯାହା ପ୍ରତିବର୍ଷ ଦୀପାବଳି ଅବସରରେ ଆୟୋଜିତ ହୋଇଥାଏ।

ଏହି ଦିନ ସାଧାରଣତଃ ସେୟାର ବଜାର ବନ୍ଦ ରହିଥାଏ।

କିନ୍ତୁ କେବଳ ଏକ ଘଣ୍ଟା ପାଇଁ ଟ୍ରେଡିଂ ପାଇଁ ବଜାର ଖୋଲାଯାଇଥାଏ ।

ଚଳିତ ବର୍ଷ ଦୀପାବଳି ଅବସରରେ ଏହି ବିଶେଷ ମୁହୂର୍ତ୍ତ ଟ୍ରେଡିଂ ୮ ନଭେମ୍ବର ରବିବାର ଅପରାହ୍ନ ୨:୨୦ ରୁ ଅପରାହ୍ନ ୩:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ।

ଏହା ସହିତ ହିନ୍ଦୁ କ୍ୟାଲେଣ୍ଡରର ନୂତନ ବର୍ଷ ସମ୍ବତ ୨୦୮୩ ର ଆରମ୍ଭ ହେଉଛି ।

Advertisment ଶୁଭ ମୁହୂର୍ତ୍ତରେ ନିବେଶ ହିନ୍ଦୁ ପରମ୍ପରାରେ ଦୀପାବଳି ଏବଂ ଲକ୍ଷ୍ମୀ ପୂଜା ଦିନକୁ ଆର୍ଥିକ ସମୃଦ୍ଧି ପାଇଁ ଅତ୍ୟନ୍ତ ଶୁଭ ମନେକରାଯାଏ ।

ମାନାଯାଏ ଯେ ଏହି ଶୁଭ ମୁହୂର୍ତ୍ତରେ ନିବେଶ କଲେ ବର୍ଷସାରା ଭାଗ୍ୟ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ପାରମ୍ପରିକ ବ୍ୟବସାୟୀମାନେ ଏହି ଦିନ ସେମାନଙ୍କର ନୂତନ ଖାତା ବହି ପୂଜା କରନ୍ତି।

ଷ୍ଟକ ମାର୍କେଟ ରେ ବ୍ରୋକର ଏବଂ ନିବେଶକମାନେ ଟୋକନ୍ ନିବେଶ କରି ନୂଆ ଆର୍ଥିକ ବର୍ଷର ଶୁଭାରମ୍ଭ କରନ୍ତି ।

''ଅତି-ଖରାପ'' ସ୍ଥିତିରେ ବାୟୁମଣ୍ଡଳ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୧୯୫୭ ମସିହାରୁ ଏହି ପ୍ରଥା ଆରମ୍ଭ କରିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ୧୯୯୨ ମସିହାରୁ ଏହାକୁ ପାଳନ କରିଆସୁଛି ।

ପ୍ରି-ଓପନ୍ ସେସନ୍ ଅପରାହ୍ନ ୨:୦୫ ରୁ ଅପରାହ୍ନ ୨:୨୦,ମୁଖ୍ୟ ମାର୍କେଟ ଟ୍ରେଡିଂ ଅପରାହ୍ନ ୨:୩୦ ରୁ ଅପରାହ୍ନ ୩:୩୦ ଏବଂ କ୍ଲୋଜିଂ ସେସନ୍ ଅପରାହ୍ନ ୩:୩୦ ରୁ ଅପରାହ୍ନ ୩:୫୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏହା ଏକ ଶୁଭ ଉତ୍ସବ ହୋଇଥିବାରୁ ଅଧିକାଂଶ ଲୋକ କେବଳ ପ୍ରତୀକାତ୍ମକ ଭାବେ କେବଳ ଟୋକନ୍ ନିବେଶ କରି ଭଲ କମ୍ପାନିର କିଛି ସେୟାର କିଣିଥାନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)