MSME: ୫ ବର୍ଷରେ ୩୪୫୩ ଏମ୍‌ଏସ୍‌ଏମ୍‌ଇ ବନ୍ଦ: ଖୋରଧା, କଟକ, ଗଞ୍ଜାମରେ ଅଧିକ

Aug 05, 2026 - 02:33
MSME: ୫ ବର୍ଷରେ ୩୪୫୩ ଏମ୍‌ଏସ୍‌ଏମ୍‌ଇ ବନ୍ଦ: ଖୋରଧା, କଟକ, ଗଞ୍ଜାମରେ ଅଧିକ

"ଭୁବନେଶ୍ବର: ବିଗତ ପାଞ୍ଚଟି ଆର୍ଥିକ ବର୍ଷରେ ରାଜ୍ୟରେ ୩୪୫୩ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) ବନ୍ଦ ହୋଇଛି।

୨୦୨୧-୨୨ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ସର୍ବାଧିକ ୬୦୧ଟି ଏମ୍‌ଏସ୍‌ଏମ୍‌ଇ ଖୋରଧା ଜିଲ୍ଲାରେ ବନ୍ଦ ହୋଇଛି।

କେବଳ ୨୦୨୫-୨୬ରେ ଏଭଳି ୧୮୧୭ଟି ସଂସ୍ଥା ବନ୍ଦ ହୋଇଥିଲା।

କେନ୍ଦ୍ର ସରକାର ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୨୦୨୧-୨୨ରେ ରାଜ୍ୟରେ ମାତ୍ର ୧୧୮ଟି ଏମ୍ଏସ୍‌ଏମ୍ଇ ବନ୍ଦ ହୋଇଥିଲା।

Advertisment MSME: ସମୃଦ୍ଧ ଓଡ଼ିଶାରେ ଆମର ମା ମାନେ ବିକାଶର ନେତୃତ୍ୱ ନେବେ: ମୁଖ୍ୟମନ୍ତ୍ରୀ ୨୦୨୨-୨୩ରେ ସେହି ସଂଖ୍ୟା ୨୧୨, ୨୦୨୩-୨୪ରେ ୪୩୧ ଓ ୨୦୨୪-୨୫ରେ ୮୭୫କୁ ବୃଦ୍ଧି ପାଇଥିଲା।

ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ୍‌ ଓ ଉଦ୍ୟମ ଆସିଷ୍ଟ୍‌ ପୋର୍ଟାଲ୍‌ର ତଥ୍ୟ ଅନୁସାରେ ୨୦୨୫-୨୬ ଆର୍ଥିକ ବର୍ଷରେ ଖୋରଧାରେ ୨୯୨, କଟକରେ ୧୫୨, ଗଞ୍ଜାମରେ ୧୧୯ ଓ ବାଲେଶ୍ବରରେ ୧୧୮ଟି ଏମ୍ଏସ୍‌ଏମ୍ଇ ବନ୍ଦ ହୋଇଥିଲା।

ସେହିପରି, ଅନୁଗୋଳ, ବଲାଙ୍ଗୀର, ବରଗଡ଼, ଭଦ୍ରକ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ପୁରୀ ଓ ସୁନ୍ଦରଗଡ଼ରେ ବନ୍ଦ ହୋଇଥିବା ଏମ୍‌ଏସ୍‌ଏମ୍‌ଇ ସଂଖ୍ୟା ୫୦-୧୦୦ ମଧ୍ୟରେ ରହିଥିଲା।

MSME Registration: ସହଜ ହେବ ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକରଣ, ଅଂଶୀଦାରଙ୍କ ସହ ଆଲୋଚନା ଖୁବ୍‌ଶୀଘ୍ର ବିଗତ ପାଞ୍ଚଟି ଆର୍ଥିକ ବର୍ଷରେ ରାଜ୍ୟରେ ଏମ୍ଏସ୍‌ଏମ୍ଇ ସଂଖ୍ୟାରେ ପାଞ୍ଚ ଗୁଣାରୁ ଅଧିକ ବୃଦ୍ଧି ହୋଇଛି।

୨୦୨୧-୨୨ରେ ଏମ୍ଏସ୍‌ଏମ୍‌ଇ ସଂଖ୍ୟା ୧,୦୪,୯୨୨ ଥିଲା।

୨୦୨୨-୨୩ରେ ତାହା ୧,୭୦,୧୩୪, ୨୦୨୪-୨୪ ଆର୍ଥିକ ବର୍ଷରେ ୧୦,୪୧,୧୨୯କୁ ବୃଦ୍ଧି ପାଇଥିଲା।

୨୦୨୫-୨୬ରେ ଏମ୍ଏସ୍‌ଏମ୍ଇ ସଂଖ୍ୟା ୫,୬୯,୬୩୪ ଥିଲା।

ସେଥିରୁ ଖୋରଧାରେ ୬୪,୩୬୬, କଟକରେ ୪୯,୧୧୬, ଗଞ୍ଜାମରେ ୪୨,୨୬୪, ବାଲେଶ୍ବରରେ ୩୫,୫୫୨, ପୁରୀରେ ୩୩,୫୩୭, ବରଗଡ଼ରେ ୨୭,୩୫୯, ଭଦ୍ରକରେ ୨୫,୦୩୬ ଓ ସୁନ୍ଦରଗଡ଼ରେ ୨୨,୪୯୭ଟି ଏମ୍ଏସ୍‌ଏମ୍ଇ ରହିଛି।

ଏମ୍ଏସ୍‌ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଆଲୋଚ୍ୟ ପାଞ୍ଚ ବର୍ଷରେ ରାଜ୍ୟର ୩୪,୧୫୬ କୋଟି ଟଙ୍କାର ୨.୯୨ ଲକ୍ଷ କ୍ରେଡିଟ୍‌ ଗ୍ୟାରେଣ୍ଟି ଏମ୍‌ଏସ୍‌ଏମ୍ଇଗୁଡ଼ିକୁ ଦିଆଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।