MPESB MP Police Constable : ମଧ୍ୟପ୍ରଦେଶ ପୁଲିସରେ ୭୫୦୦ କନଷ୍ଟେବଳ ପଦବିରେ ନିଯୁକ୍ତି ସୁଯୋଗ

Sep 21, 2026 - 15:32
MPESB MP Police Constable : ମଧ୍ୟପ୍ରଦେଶ ପୁଲିସରେ ୭୫୦୦ କନଷ୍ଟେବଳ ପଦବିରେ ନିଯୁକ୍ତି ସୁଯୋଗ

"ଭୋପାଳ: ମଧ୍ୟପ୍ରଦେଶ କର୍ମଚାରୀ ଚୟନ ମଣ୍ଡଳ ପକ୍ଷରୁ ରାଜ୍ୟରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି/ଜିଡି)ର ୭୫୦୦ଟି ଖାଲି ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି।

ଏହି ନିଯୁକ୍ତି ପାଇଁ ସେପ୍ଟେମ୍ବର ୨୨ରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ।

ପୁଲିସ ବିଭାଗରେ ସରକାରୀ ଚାକିରି କରିବାକୁ ଇଚ୍ଛୁକ ଯୁବକ-ଯୁବତୀମାନେ ଅଫିସିଆଲ ୱେବସାଇଟ esb.mp.gov.in ମାଧ୍ୟମରେ ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ ଅକ୍ଟୋବର ୬, ୨୦୨୬ ରହିଛି।Advertisment କିଏ ଆବେଦନ କରିପାରିବେ?

ଏହି ନିଯୁକ୍ତିରେ ଭାରତର ଯେକୌଣସି ରାଜ୍ୟର ପ୍ରାର୍ଥୀ ଆବେଦନ କରିପାରିବେ।

ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ସଂସ୍ଥାରୁ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।

ଅନୁସୂଚିତ ଜନଜାତି (ଏସ୍‌ଟି) ପ୍ରାର୍ଥୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ ପାସ୍ ରଖାଯାଇଛି।

ଏହା ସହିତ ପ୍ରାର୍ଥୀଙ୍କ ବୟସ ଅକ୍ଟୋବର ୧, ୨୦୨୬ ସୁଦ୍ଧା ୧୮ ବର୍ଷ ପୂରଣ ହୋଇଥିବା ଦରକାର।

ମଧ୍ୟପ୍ରଦେଶର ସାଧାରଣ ଓ ଇଡବ୍ଲ୍ୟୁଏସ୍ ବର୍ଗ ଏବଂ ଅନ୍ୟ ରାଜ୍ୟର ପ୍ରାର୍ଥୀଙ୍କ ବୟସ ୩୩ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ।

ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ସର୍ବାଧିକ ବୟସ ସୀମାରେ ଛାଡ଼ ମିଳିବ।ଆବେଦନ କିପରି କରିବେ?•    ପ୍ରଥମେ ଅଫିସିଆଲ ୱେବସାଇଟ esb.mp.gov.inକୁ ଯାଆନ୍ତୁ। •    ହିନ୍ଦୀ କିମ୍ବା ଇଂରାଜୀ ଭାଷା ଚୟନ କରନ୍ତୁ। •    ହୋମ୍ ପେଜରେ ଅନଲାଇନ ଫର୍ମ - ପୁଲିସ କନଷ୍ଟେବଳ (ଜି.ଡି.) ରିକ୍ବାରମେଣ୍ଟ  ଟେଷ୍ଟ – ୨୦୨୬ ଉପରେ କ୍ଲିକ୍ କରନ୍ତୁ। •    ଆବଶ୍ୟକ ବିବରଣୀ ଦେଇ ପ୍ରଥମେ ପଞ୍ଜୀକରଣ କରନ୍ତୁ। •    ଏହାପରେ ଲଗ୍‌ଇନ୍ କରି ଅନ୍ୟାନ୍ୟ ତଥ୍ୟ ପୂରଣ କରନ୍ତୁ। •    ନିର୍ଦ୍ଧାରିତ ଆବେଦନ ଶୁଳ୍କ ଜମା କରି ଫର୍ମ ସବମିଟ୍ କରନ୍ତୁ। •    ଶେଷରେ ପୂରଣ ହୋଇଥିବା ଆବେଦନ ଫର୍ମର ପ୍ରିଣ୍ଟଆଉଟ୍ ନେଇ ନିଜ ପାଖରେ ସୁରକ୍ଷିତ ରଖନ୍ତୁ।

ଭତ୍ତା ପାଇଁ ଆସିଥିଲେ, ନିରାଶ ହୋଇ ଫେରୁଥିବା ବେଳେ ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ବୃଦ୍ଧାଙ୍କ ଜୀବନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)