Moving Bus Catches Fire: ଚଳନ୍ତା ବସରେ ଲାଗିଲା ନିଆଁ, ବାରକୋଟିଆରେ ଭୟଙ୍କର ଅଗ୍ନିକାଣ୍ଡ

Jun 28, 2026 - 10:02
Moving Bus Catches Fire: ଚଳନ୍ତା ବସରେ ଲାଗିଲା ନିଆଁ, ବାରକୋଟିଆରେ ଭୟଙ୍କର ଅଗ୍ନିକାଣ୍ଡ

ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ। ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍। ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବାରକୋଟିଆ ନିକଟରେ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଯେଉଁଠି ଏକ ଚଳନ୍ତା ଯାତ୍ରୀବାହୀ ବସ୍ ନିଆଁ ଲାଗିଯାଇ ହୁତୁହୁତ ହୋଇ ଜଳୁଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ସୀମା ନାମକ ଏକ ଯାତ୍ରୀବାହୀ ବସ୍ ରାଉରକେଲାରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲା। ହଠାତ୍ ଜାତୀୟ ରାଜପଥ ୧୪୯ର ବାରକୋଟିଆ ନିକଟରେ ସର୍ଟ ସର୍କିଟ ହୋଇ ବସ୍ ଟି ଜଳିବାକୁ ଲାଗିଥିଲା। ଯାତ୍ରୀମାନେ ଭୟଭୀତ ହୋଇ ବସରୁ ବାହାରକୁ ବାହାରି ଆସିଥିଲେ। 

ଏହି ଅଗ୍ନିକାଣ୍ଡରେ ଯାତ୍ରୀ ମାନଙ୍କର କୌଣସି କ୍ଷତି ହୋଇନଥିଲେ ମଧ୍ୟ ବସ ଭିତରେ ଥିବା ଯାତ୍ରୀମାନଙ୍କର ଜିନିଷପତ୍ର ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ପାଳଲହଡା ଅଗ୍ନିଶମ ବିଭାଗ ଓ ପରେ ବାରକୋଟ ଅଗ୍ନିଶମ ବିଭାଗର ସାହାଯ୍ୟ ନିଆ ଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।