MOU: ଏଏମ୍ଏନ୍ଏସ୍-ଆଇଆଇଟି ରୁର୍କି ଏମ୍ଓୟୁ
ଭୁବନେଶ୍ବର: ଶିକ୍ଷା, ଗବେଷଣା, ନବସୃଜନ ଓ ଶିଳ୍ପ ସହଯୋଗିତାକୁ ନେଇ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ଇଣ୍ଡିଆ ଓ ଆଇଆଇଟି ରୁର୍କି ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ଏଏମ୍ଏନ୍ଏସ୍ ଇଣ୍ଡିଆର ସିଇଓ ଦିଲ୍ଲୀପ ଓମେନ କହିଛନ୍ତି ଯେ ଏହି ସହଯୋଗିତାରେ ଆମେ ଭବିଷ୍ୟତ ପାଇଁ ପ୍ରତିଭା ବିକାଶ କରିବା, ପ୍ରୟୋଗାତ୍ମକ ଗବେଷଣାକୁ ତ୍ବରାନ୍ବିତ କରିବା ଓ ପ୍ରଭାବଶାଳୀ ସମାଧାନ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଶିଳ୍ପ ସମନ୍ବିତ ଶିକ୍ଷା ଓ ନବସୃଜନ ପ୍ଲାଟଫର୍ମ ନାମ୍ଟେକ୍କୁ ବ୍ୟବହାର କରାଯିବ। ଆଇଆଇଟି ରୁର୍କିର ନିର୍ଦ୍ଦେଶକ ଡକ୍ଟର କେ କେ ପନ୍ତ କହିଛନ୍ତି ଯେ ଶିକ୍ଷାଗତ ଗବେଷଣାକୁ ଶିଳ୍ପ ଉପଯୋଗୀ ଫଳାଫଳରେ ପରିଣତ କରିବା ଦିଗରେ ଏହି ସହଯୋଗିତା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ନାମ୍ଟେକ୍ର ନିର୍ଦ୍ଦେଶକ ବୋର୍ଡ ସଦସ୍ୟ ସଞ୍ଜୟ ଶର୍ମା କହିଛନ୍ତି ଯେ ଏହି ସହଯୋଗିତା ଅନୁଭୂତିମୂଳକ ଶିକ୍ଷା, ପ୍ରୟୋଗାତ୍ମକ ଗବେଷଣା ଓ ନବସୃଜନ ଆଧାରିତ ଫଳାଫଳକୁ ସକ୍ଷମ କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।