Morena: ମୋରେନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ

Sep 17, 2026 - 23:28
Morena: ମୋରେନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ

"ମୋରେନା: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦସଡ଼କ ଦୁର୍ଘଟଣଶରେ ୨ ଶିଶୁଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି।

ନୁରବାଦ ଥାନା ଅଧୀନ ଜେକେ ଟାୟାର୍‌ ଫ୍ୟାକ୍ଟ୍ରି ନିକଟରେ ଜାତୀୟ ରାଜପଥ ୪୪ରେ ଏହି ଘଟଣା ଘଟିଛି।

ଉକ୍ତ ୪ ଜଣ ଗ୍ବାଲିଆର୍‌ରୁ ଏକ ମୋଟରସାଇକେଲ୍‌ରେ ଯାତ୍ରା କରୁଥିବାବେଳେ ଏହା ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ସଫେଇ ଗାଡ଼ିରେ ପିଟି ହୋଇଥିଲା।

ଦୁର୍ଘଟଣା ପରେ ୪ ଜଣ ଗାଡ଼ି ଉପରୁ ଖସି ପଡ଼ିଥିଲେ ଏବଂ ସେମାନଙ୍କ ଉପରେ ପଛରୁ ଆସୁଥିବା ଏକ ଟ୍ରକ୍‌ ମାଡ଼ି ଯାଇଥିଲା।Advertisment ଆହୁରି ପଢନ୍ତୁ :UN: ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଜରୁରୀ: ମହାସଚିବ ଫଳରେ ସମସ୍ତଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।

ମୃତକମାନେ ହେଉଛନ୍ତି ସୂରଜ କୁଶୱାହ (୧୮), ନୀରଜା କୁଶୱାହ (୨୦), ଶ୍ରୀକାନ୍ତ କୁଶୱାହ (୧୦) ଏବଂ ରାଜକୁମାରୀ (୮)।

ସୂରଜ ହେଉଛନ୍ତି ନୀରଜାଙ୍କ ଦିଅର।

ଶ୍ରୀକାନ୍ତ ଓ ରାଜକୁମାରୀ ସେମାନଙ୍କ ସହ ଯାତ୍ରା କରୁଥିଲେ।

ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର୍‌ ଚମ୍ପଟ ମାରିଥିବାବେଳେ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି।

ମର ଶରୀରଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ନୁରାବାଦ ଥାନା ଅଧିକାରୀ ସୌରଭ ପୁରୀ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)