30 JUNE 2026

Welcome!

Unlock your personalized experience.
Sign Up

Monsoon Rain: ଗରମ ଗୁଳୁଗୁଳିରୁ ଆଶ୍ବସ୍ତି; ତୁହାକୁ ତୁହା ବର୍ଷାରେ ଭିଜିଲା ଭୁବନେଶ୍ବର ଓ କଟକ

Jun 30, 2026 - 08:16
Monsoon Rain: ଗରମ ଗୁଳୁଗୁଳିରୁ ଆଶ୍ବସ୍ତି; ତୁହାକୁ ତୁହା ବର୍ଷାରେ ଭିଜିଲା ଭୁବନେଶ୍ବର ଓ କଟକ

ଭୁବନେଶ୍ୱର,୩୦/୦୬; ଆକାଶରେ କଳାହାଣ୍ଡିଆ ମେଘ । ଚାରିଆଡ଼ ଅନ୍ଧାର । ଦିନ ସନ୍ଧ୍ୟା ପରି ଲାଗୁଛି । ବର୍ଷା ସାଙ୍ଗକୁ ପବନ । ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଛି । ବର୍ଷାରେ ଭିଜିଛି ଟ୍ୱିନ୍ ସିଟି । ସକାଳୁ ସକାଳୁ ତୁହାକୁ ତୁହା ବର୍ଷାରେ ଭିଜିଛି ଭୁବନେଶ୍ୱର ଏବଂ କଟକ । ଉଭୟ ସହରର କିଛି ସ୍ଥାନରେ ବର୍ଷା ସହ ପବନ ହୋଇଛି ।

ସକାଳୁ ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି। ୭ଟି ଜିଲ୍ଲାକୁ ପ୍ରବଳ ବର୍ଷା ଏବଂ ଝଡ଼ପବନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି- କେନ୍ଦୁଝର ଓ ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି । ବାକି ୨୩ ଜିଲ୍ଲାକୁ ୟେଲୋ ଆଲର୍ଟରେ ରଖାଯାଇଛି ।

ଏହା ବି ପଢନ୍ତୁ...Weather Forecast : ଚାଷ ସ୍ଥିତି ସାଂଘାତିକ, ମେଘ ଖୋଜୁଛି ଚାଷୀ, ରାଜ୍ୟରେ ୫୨% ନିଅଣ୍ଟିଆ ବର୍ଷା