Monsoon: ୪ ଦିନରେ ୩୮ରୁ ୭ ପ୍ରତିଶତକୁ ଖସିଲା ଅତିରିକ୍ତ ବର୍ଷା ପରିମାଣ

Jul 14, 2026 - 19:24
Monsoon: ୪ ଦିନରେ ୩୮ରୁ ୭ ପ୍ରତିଶତକୁ ଖସିଲା ଅତିରିକ୍ତ ବର୍ଷା ପରିମାଣ

"ନୂଆଦିଲ୍ଲୀ: ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଜୁନ ଓ ଜୁଲାଇ ପ୍ରଥମ ସପ୍ତାହରେ ଭଲ ବର୍ଷା ହୋଇଥିଲେ ମଧ୍ୟ ଗତ ଚାରି ଦିନ ଧରି ବର୍ଷାର ପରିମାଣ ସାଧାରଣଠାରୁ କମ୍‌ ରହିଛି।

ଏହାର ପ୍ରଭାବରେ ଦେଶର ସାମଗ୍ରିକ ଅତିରିକ୍ତ ବର୍ଷାର ପରିମାଣ ମାତ୍ର ଚାରି ଦିନ ମଧ୍ୟରେ ୩୮ ପ୍ରତିଶତରୁ ଖସି ୭ ପ୍ରତିଶତରେ ପହଞ୍ଚିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ତଥ୍ୟ ଅନୁସାରେ, ମୌସୁମୀ ବାୟୁର ସକ୍ରିୟତା କମିବା ଯୋଗୁଁ ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷାରେ ଉଲ୍ଲେଖନୀୟ ହ୍ରାସ ଦେଖାଯାଇଛି।Advertisment ଆଇଏମ୍‌ଡିର ସୂଚନା ଅନୁସାରେ, ଚଳିତ ବର୍ଷ ଜୁନ ପହିରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଦେଶରେ ସ୍ୱାଭାବିକଠାରୁ ୩୮ ପ୍ରତିଶତ ଅଧିକ ବର୍ଷା ହୋଇଥିଲା।

କିନ୍ତୁ ଜୁଲାଇ ୧୧ରୁ ୧୪ ମଧ୍ୟରେ ଲଗାତାର ଚାରି ଦିନ ସାଧାରଣଠାରୁ କମ୍‌ ବର୍ଷା ହେବାରୁ ସାମଗ୍ରିକ ପରିମାଣ ଦ୍ରୁତ ଗତିରେ ବଦଳିଯାଇଛି।

ବର୍ତ୍ତମାନ ଦେଶରେ ମୌସୁମୀ ବର୍ଷା ସାଧାରଣଠାରୁ ମାତ୍ର ୭ ପ୍ରତିଶତ ଅଧିକ ରହିଛି।

ମୁଣ୍ଡରେ ବନ୍ଧୁକ ଦେଖାଇ ଘରେ ବୁଲାଇଲେ କଳାକନା, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଲୁଟ୍‌ ପାଣିପାଗ ବିଭାଗ କହିଛି, ମଧ୍ୟ ଭାରତ, ଉତ୍ତର-ପଶ୍ଚିମ ଭାରତ ଓ ପୂର୍ବ ଭାରତର ଅନେକ ସ୍ଥାନରେ ବର୍ଷାର ପରିମାଣ ହ୍ରାସ ପାଇଛି।

ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ଗତ କିଛି ଦିନ ଧରି ବର୍ଷା ଆଶାନୁରୂପ ହୋଇନାହିଁ।

ଫଳରେ ଅନେକ ସ୍ଥାନରେ ତାପମାତ୍ରା ପୁଣି ବଢ଼ିବା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ମୌସୁମୀ ବାୟୁ ସମୟେ ସମୟେ ସକ୍ରିୟ ଓ ଦୁର୍ବଳ ହେବା ଏକ ସ୍ୱାଭାବିକ ପ୍ରକ୍ରିୟା।

ତେଣୁ କିଛି ଦିନ ବର୍ଷା କମ୍‌ ହେଲେ ମଧ୍ୟ ସମଗ୍ର ଋତୁର ବର୍ଷା ଉପରେ ତାହାର ସ୍ଥାୟୀ ପ୍ରଭାବ ପଡ଼ିବ ବୋଲି କହିହେବ ନାହିଁ।

ଆଗାମୀ କିଛି ଦିନ ମଧ୍ୟରେ ବଙ୍ଗୋପସାଗରରେ ନୂଆ ପାଣିପାଗ ବ୍ୟବସ୍ଥା ସୃଷ୍ଟି ହେଲେ ବର୍ଷା ପୁଣି ବଢ଼ିପାରେ।

ଆଇଏମ୍‌ଡିର ପୂର୍ବାନୁମାନ ଅନୁସାରେ, ଆଗାମୀ ସପ୍ତାହରେ ମୌସୁମୀ ବାୟୁ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି।

ବିଶେଷ କରି ପୂର୍ବ ଓ ମଧ୍ୟ ଭାରତର କିଛି ଅଞ୍ଚଳରେ ବର୍ଷାର ବଢ଼ିପାରେ।

କୃଷି କାର୍ଯ୍ୟ ଦୃଷ୍ଟିରୁ ମଧ୍ୟ ଆଗାମୀ ବର୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।