Mohan Bhagwat: ଆରଏସ୍‌ଏସ୍‌ ମୁଖ୍ୟଙ୍କ ଆମେରିକା ସମାବେଶ; ଆୟୋଜକମାନଙ୍କ ଏକ୍ସ ଆକାଉଣ୍ଟ ସସପେଣ୍ଡ

Aug 27, 2026 - 21:26
Mohan Bhagwat: ଆରଏସ୍‌ଏସ୍‌ ମୁଖ୍ୟଙ୍କ ଆମେରିକା ସମାବେଶ; ଆୟୋଜକମାନଙ୍କ ଏକ୍ସ ଆକାଉଣ୍ଟ ସସପେଣ୍ଡ

"ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ "ଆମେରିକାନ ହିନ୍ଦୁସ ଫର ଏଙ୍ଗେଜ୍‌ମେଣ୍ଟ ଆଣ୍ଡ୍‌ ଡାଏଲଗ" (ଏଏଚ୍‌ଇଏଡି) ଫୋରମ୍‌ର ଆକାଉଣ୍ଟକୁ ସସପେଣ୍ଡ କରିଛି।

ଏହି ସଂସ୍ଥା ନ୍ୟୁୟର୍କ ସହରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଏକ ସମାବେଶ ଆୟୋଜନ କରୁଛି।

ବର୍ତ୍ତମାନ ବ୍ୟବହାରକାରୀଙ୍କ ପାଇଁ ପରିଚାଳକମାନଙ୍କ ଏକ୍ସ ଆକାଉଣ୍ଟ ଉପଲବ୍ଧ ହେଉ ନାହିଁ।

Advertisment ତେବେ ଏହି ନିଷେଧାଦେଶ ଭୁଲବଶତଃ ହୋଇଥାଇପାରେ ବୋଲି ସଂଗଠନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ସଂଗଠନ ସର୍ବଦା ବିଶ୍ୱ ଶାନ୍ତି, ଏକତା, ସଦ୍‌ଭାବନା ଏବଂ ଗଠନମୂଳକ ଆନ୍ତଃଧର୍ମୀୟ ଆଲୋଚନାକୁ ପ୍ରୋତ୍ସାହିତ କରିଆସିଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରାଯିବା ସହ ଏକ୍ସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରାଯାଇଛି।

ଅଗଷ୍ଟ ୨୯ ତାରିଖରେ ମାଡିସନ ସ୍କୋୟାର ଗାର୍ଡେନରେ ଥିବା ଇନଫୋସିସ ଥିଏଟରରେ ଏହି "ୟୁନିଭର୍ସାଲ ୱାନନେସ ସେଲିବ୍ରେସନ" ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଏହା ପୂର୍ବରୁ ନ୍ୟୁୟର୍କ ମେୟର ଜୋହରାନ ମାମଦାନୀ କହିଥିଲେ ଯେ ସେ ଆର୍‌ଏସ୍‌ଏସ୍‌ କିମ୍ବା ଏହି ସମାବେଶକୁ ସମର୍ଥନ କରନ୍ତି ନାହିଁ।

ମାତ୍ର ଏକ ବେସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ସହର ପ୍ରଶାସନର କୌଣସି ଅଧିକାର ନାହିଁ।

Shield Bill: ନାବାଳକଙ୍କ ନିମନ୍ତେ ସୋସିଆଲ ମିଡିଆ ବ୍ୟବହାର ନିୟମ କଡ଼ାକଡ଼ି ପାଇଁ ଆଗତ ହେଲା "ଶିଲ୍ଡ ବିଲ୍" ଅନ୍ୟପଟେ ଆମେରିକାର ଏକ ପରାମର୍ଶଦାତା ସଂସ୍ଥା ୟୁଏସ୍‌ସିଆଇଆର୍‌ଏଫ୍‌ ମୋହନ ଭାଗବତଙ୍କ ଭିସା ରଦ୍ଦ କରିବାକୁ ଟ୍ରମ୍ପ ପ୍ରଶାସନକୁ ଅନୁରୋଧ କରିଛି।

ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ୟୁଏସସିଆଇଆରଏଫ୍‌କୁ ଏକ ପକ୍ଷପାତପୂର୍ଣ୍ଣ ଓ ବିଶ୍ୱସନୀୟତା ବିହୀନ ସଂଗଠନ ଭାବେ ଅଭିହିତ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)