02 JULY 2026

Welcome!

Unlock your personalized experience.
Sign Up

Modi, Takaichi: ମୋଦୀ-ତାକାଇଚି ଦ୍ବିପାକ୍ଷିକ କଥାବାର୍ତ୍ତା: ନିବେଶ, ପ୍ରତିରକ୍ଷା ଓ ସେମିକଣ୍ଡକ୍ଟର ଉପରେ ଚର୍ଚ୍ଚା

Jul 02, 2026 - 15:35
Modi, Takaichi: ମୋଦୀ-ତାକାଇଚି ଦ୍ବିପାକ୍ଷିକ କଥାବାର୍ତ୍ତା: ନିବେଶ, ପ୍ରତିରକ୍ଷା ଓ ସେମିକଣ୍ଡକ୍ଟର ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସନାଏ ତାକାଇଚିଙ୍କ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ ଦ୍ୱିପାକ୍ଷିକ ବୈଠକ ଆରମ୍ଭ ହୋଇଛି। ଦୁଇ ନେତା ନିବେଶ, ପ୍ରତିରକ୍ଷା, ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଯୋଗାଣ ଶୃଙ୍ଖଳ, ସାମୁଦ୍ରିକ ସୁରକ୍ଷା ଓ ଆଞ୍ଚଳିକ- ବୈଶ୍ବିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ବୈଠକ ୧୬ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀର ଏକ ଅଂଶ। ଏହାପୂର୍ବରୁ ତାକାଇଚିଙ୍କୁ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଓ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ତାକାଇଚି ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି। ତାଙ୍କର ତିନି ଦିନିଆ ଗସ୍ତ ସମୟରେ ତାକାଇଚି ଭାରତ-ଜାପାନ ବିଜନେସ୍‌ ଫୋରମରେ ମଧ୍ୟ ଅଂଶଗ୍ରହଣ କରିବେ, ଯେଉଁଠାରେ ଦୁଇ ଦେଶ ମଧ୍ୟରେ ନିବେଶ ଓ ଆର୍ଥିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରାଯିବ।ଭାରତ ଓ ଜାପାନ ବାଣିଜ୍ୟରେ ଆମେରିକୀୟ ଡଲାରର ଗୁରୁତ୍ବ ହ୍ରାସ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ନିକ୍କେଇ ଏସିଆର ଏକ ରିପୋର୍ଟ ଅନୁଯାୟୀ, ଦୁଇ ଦେଶ ଏକ ଏପରି ବ୍ୟବସ୍ଥା ଉପରେ କାମ କରୁଛନ୍ତି ଯାହା ବାଣିଜ୍ୟ ପେମେଣ୍ଟକୁ ସିଧାସଳଖ ଭାରତୀୟ ଟଙ୍କା ଓ ଜାପାନୀ ୟେନରେ କରିବାକୁ ଅନୁମତି ଦେବ। ଏହି ଯୋଜନା ଅନ୍ତର୍ଗତ ଜାପାନ କମ୍ପାନି ଭାରତର ବ୍ୟାଙ୍କରେ ସ୍ବତନ୍ତ୍ର ଆକାଉଣ୍ଟ ଖୋଲି ସିଧାସଳଖ ଭାରତୀୟ ଟଙ୍କା ଓ ଜାପାନର ୟେନ୍‌‌ରେ କାରବାର କରିପାରିବେ। କାରବାର ପାଇଁ ଆମେରିକୀୟ ଡଲାର କିମ୍ବା ତୃତୀୟ ଦେଶର ବ୍ୟାଙ୍କ ଆବଶ୍ୟକ ହେବ ନାହିଁ। ଗତବର୍ଷ ଅଗଷ୍ଟରେ ମୋଦୀଙ୍କ ଜାପାନ ଗସ୍ତ ଅବସରରେ ଦୁଇ ଦେଶ ‌ଏହି ଯୋଜନାରେ କାର୍ଯ୍ୟ କରିବେ ବୋଲି ରାଜି ହୋଇଥିଲେ। ଜାପାନର ଅର୍ଥ ମନ୍ତ୍ରଣାଳୟ ସ୍ଥାନୀୟ ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୬ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ଏକ ସହଯୋଗ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଯାଉଛି। ଭାରତ ଓ ଜାପାନ ମଧ୍ୟରେ ଆର୍ଥିକ ସମ୍ପର୍କ ସ୍ଥିର ଭାବରେ ମଜଭୁତ ହେଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ୨୭.୫ ବିଲିୟନ ଡଲାରରେ ପହଞ୍ଚିଛି। ୨୦୨୫ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଜାପାନ ଭାରତରେ ୩.୨ ବିଲିୟନ ଡଲାର ନିବେଶ କରିଛି। ଜାପାନ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରେ ୬୧ ବିଲିୟନ ଡଲାରରୁ ଅଧିକ ନିବେଶ କରିବାର ଲକ୍ଷ୍ୟ ମଧ୍ୟ ରଖିଛି। ଭାରତରେ ବର୍ତ୍ତମାନ ୧୪୦୦ ଜାପାନ କମ୍ପାନି କାମ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଗଛରେ ପିଟିହୋଇ ଦୁଇ ବାଇକ୍‌ ଆରୋହୀ ମୃତ

ଆହୁରି ଦେଖନ୍ତୁ: