Modi Promises Permanent Solution: ପେପର ଲିକ୍ ରୋକିବାକୁ ନୂଆ ବିଲ୍, ବଡ଼ ପଦକ୍ଷେପ ନେଲେ କେନ୍ଦ୍ର ସରକାର
ପେପର ଲିକ୍ ମାମଲାରେ ମୋଦିଙ୍କ ବଡ଼ ସୂଚନା। ଆଜି କେନ୍ଦ୍ର କ୍ୟାବିନେଟରେ ଆସିବ ନୂଆ ବିଲ୍। ଭିଡ଼ିଓ ବାର୍ତ୍ତାରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ରୋକିବାକୁ ଏବଂ ପେପର ଲିକ୍ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ କ୍ୟାବିନେଟରେ ଏକ ନୂଆ ବିଲ୍ ଅଣାଯିବ। ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନୁଆ ବିଲ୍ ଉପରେ ଆଲୋଚନା ହୋଇ ମୋହର ବାଜିବାର ପୂର୍ଣ୍ଣ ସମ୍ଭାବନା ରହିଛି। ଏଥିସହ ମୋଦି କହିଛନ୍ତି, ପେପର ଲିକ୍ ମାମଲାର ଶୀଘ୍ର ବିଚାର ପାଇଁ ବିଭାଗଗୁଡ଼ିକୁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବିଳମ୍ବିତ ରାତିରେ ଏହାର ପ୍ରସ୍ତୁତି ଶେଷ ହୋଇଛି। ଏହି ନୂଆ ବ୍ୟବସ୍ଥାରେ ଫାଷ୍ଟ-ଟ୍ରାକ୍ କୋର୍ଟ ସହିତ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନର ପ୍ରାବଧାନ ରହିବ। ସୋମବାରଠାରୁ ସଂସଦର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଥିବାରୁ, କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ବିଲକୁ ଶୀଘ୍ର ସଂସଦରେ ପାରିତ କରିବାକୁ ସରକାର ପ୍ରଚେଷ୍ଟା କରିବେ। ଭିଡ଼ିଓରେ ବର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ମାସ ମଧ୍ୟରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଅନେକ ଦୃଢ଼ ପଦକ୍ଷେପ ନିଆଯାଇଛି। ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଜେଲକୁ ପଠାଯାଇଛି। ସରକାର ସମସ୍ତ ଶକ୍ତି ବିନିଯୋଗ କରି କମ୍ ସମୟ ମଧ୍ୟରେ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସୁଚାରୁରୂପେ ସମ୍ପାଦନ କରି ରେଜଲ୍ଟ ମଧ୍ୟ ପ୍ରକାଶ ପାଇସାରିଛି।...
ପେପର ଲିକ୍ ମାମଲା: ମୋଦିଙ୍କ ବଡ଼ ସୂଚନା
ପେପର ଲିକ୍ ମାମଲାରେ ମୋଦିଙ୍କ ବଡ଼ ସୂଚନା
ଆଜି କେନ୍ଦ୍ର କ୍ୟାବିନେଟରେ ଆସିବ ନୂଆ ବିଲ୍
ଭିଡ଼ିଓ ବାର୍ତ୍ତାରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି
ପେପର ଲିକ୍ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ
ବିଲ୍ ରେ ଦୋଷୀଙ୍କୁ କଠୋର ଦଣ୍ଡବିଧାନର ପ୍ରାବଧାନ
ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଲେ କଡ଼ା ଦଣ୍ଡର ବ୍ୟବସ୍ଥା
ସୋମବାର ସଂସଦ ଅଧିବେଶନରେ ନୂଆ ବିଲ୍ ଉପରେ ଆଲୋଚନା
ବିଲ୍ କୁ ଶୀଘ୍ର ପାରିତ କରିବାକୁ ଚେଷ୍ଟା କରିବେ ସରକାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।