Modi: ତ୍ରିଦିବସୀୟ ସେଶେଲ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ
"ଭିକ୍ଟୋରିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ତିନି ଦିନିଆ ସେଶେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସେଶେଲ୍ସ ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ ଓ ଦ୍ୱୀପପୁଞ୍ଜ ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ।
ପ୍ରଧାନମନ୍ତ୍ରୀ ମୋଦୀ ସେଶେଲ୍ସର ଜାତୀୟ ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ରାଷ୍ଟ୍ରପତି ହର୍ମିନିଙ୍କ ଦ୍ବାରା ନିମନ୍ତ୍ରିତ ହୋଇଥିଲେ।
ସେଶେଲ୍ସ ଆନ୍ତର୍ଜାତିକ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ହର୍ମିନି ଓ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭବ୍ୟ ସ୍ବାଗତ କରିଥିଲେ।Advertisment ତାଙ୍କୁ ରାଷ୍ଟ୍ରପତି ହର୍ମିନିଙ୍କ ଉପସ୍ଥିତିରେ ଗାର୍ଡ଼ ଅଫ ଅନର୍ ଦିଆଯାଇଥିଲା।
ବିମାନବନ୍ଦରରେ ମୋଦୀଙ୍କୁ ସ୍ବାଗତ କରିବାକୁ କଚ୍ଛି ଲୋକନୃତ୍ୟ ପରିବେଷଣ କରାଯାଇଥିଲା।
ଏହି ନୃତ୍ୟ ଭାରତୀୟ ସଂସ୍କୃତିର ମହିମା ଓ ଭାରତୀୟ ବଂଶୋଦ୍ଭବ ସମ୍ପ୍ରଦାୟର ନିଜ ମାତୃଭୂମି ସହିତ ଅତୁଟ ବନ୍ଧନକୁ ପ୍ରଦର୍ଶିତ କରିଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସେଶେଲ୍ସ ଗସ୍ତ ସମ୍ପର୍କରେ ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ପୋଷ୍ଟ କରିଛନ୍ତି।
ଏହାପୂର୍ବରୁ ନୂଆଦିଲ୍ଲୀରେ ମୋଦୀ କହିଥିଲେ ଯେ, ସେଶେଲ୍ସ ଏକ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ଓ "ଭିଜନ ମହାସାଗର" ଏକ ପ୍ରମୁଖ ଅଂଶୀଦାର।
ଆହୁରି ପଢନ୍ତୁ: Award: ସାଇ ଇନଷ୍ଟିଟ୍ୟୁଟ ଅଫ୍ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ୍ ଲିଭର ସାଇନ୍ସେସ୍ ସମ୍ମାନିତ ମୋଦୀ କହିଛନ୍ତି, ସେଶେଲ୍ସ ସହିତ ସ୍ଥାୟୀ ବନ୍ଧୁତାକୁ ଆହୁରି ମଜବୁତ କରିବା ପାଇଁ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଗ୍ରହୀ ଅଛନ୍ତି।
ଦୁଇ ଦେଶ ଦ୍ବିପାକ୍ଷିକ ସମ୍ପର୍କ ସହିତ ପାରସ୍ପରିକ ସ୍ବାର୍ଥ ସମ୍ପର୍କିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା କରିବେ।
ଅଧିକାରୀମାନେ କହିଛନ୍ତି ଯେ, ଭାରତୀୟ ନୌସେନାର ଦୁଇଟି ଜାହାଜ ସହିତ ଭାରତୀୟ ସଶସ୍ତ୍ର ବାହିନୀର ଏକ ଦଳ ଏହି ଉତ୍ସବରେ ଅଂଶଗ୍ରହଣ କରିବେ।
ପ୍ରଧାନମନ୍ତ୍ରୀ ସେଶେଲ୍ସର ନ୍ୟାସନାଲ ଆସେମ୍ବ୍ଲିକୁ ମଧ୍ୟ ସମ୍ବୋଧିତ କରିବେ ଓ ପ୍ରବାସୀ ଭାରତୀୟଙ୍କ ସହିତ ଆଲୋଚନା କରିବେ।
ଭିକ୍ଟୋରିଆରେ ପହଞ୍ଚିବା ପରେ ମୋଦୀ ସେଠାକାର ବଟାନିକାଲ୍ ଗାର୍ଡେନ ବୁଲି ଯାଇଥିଲେ।
ରାଷ୍ଟ୍ରପତି ହର୍ମିନି ମୋଦୀଙ୍କ ସହିତ ବଟାନିକାଲ ଗାର୍ଡେନ ଯାଇଥିଲେ।"